ନୂଆଦିଲ୍ଳୀ,୧୮।୩: ଦେଶର ବହୁ ସ୍ଥାନରେ ଏଲପିଜି ଗ୍ୟାସ୍ ସିଲିଣ୍ଡରର ଅଭାବ ଓ ଡେଲିଭରିରେ ବିଳମ୍ବ ସମସ୍ୟା ଦେଖିବାକୁ ମିଳୁଛି। ବହୁ ଲୋକଙ୍କୁ ସମୟ ସମୟରେ ସିଲିଣ୍ଡର ମିଳୁନି। କିଛି ବୁକିଂ ପରେ ବି ବହୁଦିନ ପର୍ଯ୍ୟନ୍ତ ଅପେକ୍ଷା କରୁଛନ୍ତି। ଏହା ଭିତରେ ‘ଭାରତ ଗ୍ୟାସ୍’ ଓ ‘ଇଣ୍ଡେନ୍’ ନିଜ ୟୁଜର୍ସଙ୍କୁ ଦେଇଛି ବଡ଼ ଧରଣର ଆଶ୍ବସ୍ତି । ସହଜରେ ଗ୍ୟାସ ପାଇବା ପାଇଁ ହ୍ୱାଟସଆପ୍ରେ ଘରେ ବସି ଗ୍ୟାସ ସିଲିଣ୍ଡର ବୁକ୍ କରିପାରିବେ। ତେବେ ଏଥିପାଇଁ କଲ୍ କିମ୍ବା ଏଜେନ୍ସିର ଚକ୍କର କାଟିବାକୁ ପଡିବନି। ଏହି ସୁବିଧା ଦ୍ବାରା ୟୁଜର୍ସ ଶୀଘ୍ର ବୁକିଂ କରିପାରିବେ। ଯାହାଫଳରେ ବିଳମ୍ବ ହେବାର ସମ୍ଭାବନା କମ୍ ହୋଇଯାଏ। ବାସ୍ ଆପଣଙ୍କୁ ନିଜର ଫୋନ୍ ହ୍ୱାଟସଆପ୍ କୋଲି ନମ୍ବରରେ ‘ହାଏ’(Hi) ପଠାନ୍ତୁ। କିଛି ସହଜ ଷ୍ଟେପ୍ ଫଲୋ କରି କିଛି ମିନିଟରେ ବୁକିଂ ଶେଷ କରିପାରିବେ।
ଏଭଳି କରନ୍ତୁ ‘ଭାରତ ଗ୍ୟା୍ସ’ ବୁକିଂ
‘ଭାରତ ଗ୍ୟାସ୍’ ଏଲପିଜି ବୁକିଂକୁ ଖୁବ୍ ସହଜ କରିଛି। ଏବେ ଆପଣଙ୍କୁ କେବଳହ୍ୱାଟସଆପରେ ଏକ ଛୋଟ ମେସେଜ୍ ଦେବାର ଅଛି। ସବୁଠାରୁ ପ୍ରଥମେ ନିଜର ଫୋନର ହ୍ୱାଟସଆପ ଖୋଲନ୍ତୁ ଓ ନମ୍ବର ୧୮୦୦୨୨୪୩୪୪ ସେଭ୍ କରନ୍ତୁ। ଏହାପରେ ଏହି ନମ୍ବରରେ Hi ଲେଖି ମେସେଜ ପଠାନ୍ତୁ। ଯେତେବେଳେ ଆପଣ ମେସେଜ୍ ପଠାଇବେ,ଆପଣଙ୍କୁ କିଛି ଅପ୍ପନ ମିଳିବ। ଏହି ଅପ୍ସନରୁ ଏଲପିଜି ବୁକିଂର ଅପ୍ସନ ସିଲେକ୍ଟ କରି ନିଜର ଡିଟେଲ୍ସ କନଫର୍ମ କରନ୍ତୁ। ଏହାପରେ ଆପଣଙ୍କ ବୁକିଂର କିଛି ସେକେଣ୍ଡରେ ପୁରା ହୋଇଯିବ।
‘ଇଣ୍ଡେନ୍’ ବୁକ୍ କରିବାକୁ ଫଲୋ କରନ୍ତୁ ଷ୍ଟେପ୍
-ପ୍ରଥମେ ନିଜର ମୋବାଇଲ ନମ୍ବରରୁ ଇଣ୍ଡେନର ଅଫିସିଆଲହ୍ୱାଟସଆପ ନମ୍ବର 7588888824 ସେଭ୍ କରିବାକୁ ହେବ
-ଏହାପରେହ୍ୱାଟସଆପ ଖୋଲି ଏହି ନମ୍ବରରେ ‘ହାଏ’ଲେଖି ମେସେଜ ପଠାନ୍ତୁ। ଯେତେବେଳେ ଆପଣ ମେସେଜ୍ ପଠାଇବେ,ଆପଣଙ୍କ ଆଗରେ ଏକ ଅଟୋମେଟିକ୍ ମେନ୍ୟୁ ଖୋଲିଯିବ, ଯେଉଁଥିରେ ବହୁ ଅପ୍ପନ ମିଳିବ।
-ଏବେ ଆପଣଙ୍କୁ ସିଲିଣ୍ଡର ବୁକ୍ କରିବା ପାଇଁ ‘ବୁକ୍ ସିଲିଣ୍ଡର’ କିମ୍ବା ସମ୍ପର୍କିତ ନମ୍ବରର ଅପ୍ସନ ଚୟନ କରିବାକୁ ହେବ। ଏଥିପାଇଁ ଆପଣଙ୍କୁ ମେସେଜ୍ରେ ଦିଆଯାଇଥିବା ନମ୍ବରକୁ ରିପ୍ଲାଇ କରିବାକୁ ହେବ।
-ଏହାପରେ ସିଷ୍ଟମ ଆପଣଙ୍କୁ ରେଜିଷ୍ଟର୍ଡ ମୋବାଇଲ ନମ୍ବର କିମ୍ବା ଜଞ୍ଜୁମର ନମ୍ବର କନଫର୍ମ କରିବାକୁ କହିବ। ଯେତେବେଳେ ଏହି ସୂଚନା ଦେବେ ବୁକିଂ ପ୍ରୋସେସ ହୋଇଯିବ। ବୁକିଂ ସଫଳ ହେବାପରେହ୍ୱାଟସଆପlର କନଫରମେସନ୍ ମେସେଜ୍ ମିଳିବ।