ନୂଆଦିଲ୍ଲୀ : ଚୀନର ରାଷ୍ଟ୍ରପତି ଶି ଜିନପିଙ୍ଗ୍ ମଙ୍ଗଳବାର ନୂଆବର୍ଷର ଅବସରରେ ଦେଶବାସୀକୁ କରିଛନ୍ତି ସମ୍ୱୋଧିତ । ଏଥିରେ ସେ କହିଛନ୍ତି -ତାଇୱାନ ସହ ଏକତ୍ରିକରଣକୁ କେହି ରୋକି ତାଙ୍କୁ ପାରିବେ ନାହିଁ। କହି ରଖୁଛୁ କି , ବେଜିଂ ସ୍ୱ-ଶାସିତ ଏହି ଦ୍ୱୀପକୁ ନିଜ ଦେଶର ବିଶେଷ ଅଂଶ ଭାବେ କହୁଛି। ଏହା ମଧ୍ୟ ସ୍ପଷ୍ଟ ଭାବେ ଦର୍ଶାଉଛି ଯେ,ସେ ଏହାକୁ ନିଜ ନିୟନ୍ତ୍ରଣରେ ଆଣିବା ପାଇଁ ଶକ୍ତିର ପ୍ରୟୋଗ ଛାଡ଼ିବ ନାହିଁ । ନିକଟତମ ବର୍ଷ ଗୁଡ଼ିକରେ ଏହି ଗଣତାନ୍ତ୍ରିକ ଦ୍ୱୀପରେ ଚୀନର ଚାପ ବଢିଛି। ମେ’ ରେ ରାଷ୍ଟ୍ରପତି ଲାଇ ଚିଙ୍ଗ-ତେ’ଙ୍କ କ୍ଷମତାକୁ ଆସିବା ପରେ ତ୍ରି ସ୍ତରୀୟ ସେନା ଅଭ୍ୟାସ ହୋଇ ସାରିଛି। ତାଇୱାନର ଅଧିକାରୀଙ୍କ ଅନୁସାରେ , ଏହି ମାସର ଆରମ୍ଭରେ ଅନ୍ତିମ ଯୁଦ୍ଧାଭ୍ୟାସ ଖୁବ୍ ବଡ଼ ସ୍ତରରେ ହୋଇଛି। ହେଲେ , ବେଜିଂ ପକ୍ଷରୁ ଅଫିସିଆଲି ଭାବେ ଯୁଦ୍ଧାଭ୍ୟାସ ର ସ୍ପଷ୍ଟ କରାଯାଇ ନାହିଁ।
ଶି ଜିନପିଙ୍ଗ୍ ନିଜ ଭାଷଣରେ କହିଛନ୍ତି , ତାଇୱାନ ଜଳପ୍ରଣାଳୀ (ଷ୍ଟ୍ରେଟ୍)ର ଉଭୟ କୂଳରେ ରହୁଥିବା ଚାଇନା ଏକ ପରିବାର ଭଳି। କେହି ବି ଆମ ରକ୍ତ ସହ ସମ୍ୱନ୍ଧକୁ ଅଲଗା କରି ପାରିବ ନାହିଁ । ଏହାସହ ମାତୃଭୂମିର ପୁନର୍ମିଳନକୁ ଐତିହାସିକ ପ୍ରବୃତ୍ତିକୁ ରୋକା ଯାଇ ପାରିବ ନାହିଁ।
କହି ରଖୁଛୁ କି , ଚୀନ୍ ୨କୋଟି ୩୦ ଲକ୍ଷ ଲୋକଙ୍କ ଜନସଂଖ୍ୟାର ସ୍ୱଶାସିତ ତାଇୱାନକୁ ନିଜ କ୍ଷେତ୍ର ଭାବେ ଭାବୁଛି। ସେ ତାଇୱାନ ସହ ଅନ୍ୟ ଦେଶର ଔପଚାରିକ ସମ୍ୱନ୍ଧ ଉପରେ ଆପତ୍ତି ଉଠାଇଛି। ଆମେରିକା ସମେତ ଅନେକ ଦେଶ ତାଇୱାନକୁ ଗୋଟିଏ ଦେଶ ଭାବେ ମାନ୍ୟତା ଦେଉ ନାହାନ୍ତି , କିନ୍ତୁ ଆମେରିକା ଅଣଔପଚାରିକ ଭାବେ ତାଇୱାନର ପ୍ରମୁଖ ସମର୍ଥକ ଏବଂ ଏହାକୁ ହତିଆର ବିକ୍ରି କରିଥାଏ। ଚୀନ ସରକାର ଆବଶ୍ୟକତା ପଡ଼ିବାରେ ସେନାଶକ୍ତିର ମାଧ୍ୟମରେ ତାଇୱାନ ଉପରେ କବଜା କରିବାର ସଙ୍କଳ୍ପ ନେଇଛି। ସେ ନିତି ଦ୍ୱୀପ ନିକଟକୁ ନିଜର ପୋତ ଓ ସେନା ବିମାନ ପଠାଇ ଥାଏ।
ଉଲ୍ଲେଖନୀୟ ଯେ, ଚୀନ ଗତ ଦିନରେ ଆମେରିକା ପକ୍ଷରୁ ତାଇୱାନକୁ ସେନା ସହାୟତା ପ୍ରଦାନ କରିବା ଉପରେ ଆପତ୍ତି ଜଣାଇ ଥିଲା। ଚାଇନା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି , ଚୀନ ତାଇୱାନକୁ ଆମେରିକୀୟ ସେନା ସହାୟତାରେ ଖୁବ୍ ଅସନ୍ତୁଷ୍ଟ ଏବଂ ସେ ୟୁଏସର ସମ୍ମୁଖରେ କଡ଼ା ବିରୋଧ ପ୍ରଦର୍ଶନ କରିଛି।