ନୂଆଦିଲ୍ଲୀ,୨୫/୦୭: ଦିଶିବେନି ସୂର୍ଯ୍ୟ। ମଧ୍ୟାହ୍ନରେ ମାଡ଼ି ଆସିବ ରାତି । ୬ ମିନିଟ୍ ପାଇଁ ଅନ୍ଧାର ହୋଇଯିବ ପୂରା ଦୁନିଆ। ଆଗକୁ ଏଭଳି କିଛି ଘଟିବାକୁ ଯାଉଛି । ଅଗଷ୍ଟ ୨ ତାରିଖ ହେବ ଐତିହାସିକ ଦିନ । ସୂର୍ଯ୍ୟପରାଗ ପାଇଁ ଅଧା ବିଶ୍ବ ଅନ୍ଧକାରମୟ ହୋଇଯିବ । ଶହେ ବର୍ଷ ପରେ ଏଭଳି କିଛି ଘଟିବାକୁ ଯାଉଛି । ୬ ମିନିଟ୍ ୨୩ ସେକେଣ୍ଡ ପାଇଁ ପରାଗ ରହିବ । ଏହା ସବୁଠୁ ଦୀର୍ଘ ସମୟ ସୂର୍ଯ୍ୟପରାଗ ହେବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି ।
ଏହି ଐତିହାସିକ ସୂର୍ଯ୍ୟପରାଗ ଏବେ ନୁହେଁ ବରଂ ୨୦୨୭ ଅଗଷ୍ଟ ମାସ ୨ଦୁଇ ତାରିଖରେ ଘଟିବାକୁ ଯାଇଛି । ସୂର୍ଯ୍ୟପରାଗ ସାଧାରଣତଃ ତିନି ମିନିଟ୍ ପର୍ଯ୍ୟନ୍ତ ରହିଥିବାର ରେକର୍ଡ ରହିଛି । ଏହା ସବୁଠୁ ଦୀର୍ଘକାଳୀନ ସୋଲାର ଏକ୍ଲିପ୍ ହେବ ବୋଲି ବିଶ୍ବାସ କରାଯାଉଛି । ଦୁନିଆର ଦୁଇ ଗୁଣର ଅଧିକ ସ୍ଥାନକୁ ଅନ୍ଧାରରେ ବୁଡ଼ାଇଦେବ । ଦିନରେ ରାତିର ଭ୍ରମ ସୃଷ୍ଟି କରିବ । ଏହାର ତିନୋଟି ମୁଖ୍ୟ କାରଣ ପାଇଁ ଅଗଷ୍ଟ ୨ରେ ଐତିହାସିକ ସୂର୍ଯ୍ୟପରାଗ ଘଟିବାକୁ ଯାଉଛି । ପ୍ରଥମତଃ ପୃଥିବୀ ସୂର୍ଯ୍ୟଙ୍କ ଦୂରତା ବଢ଼ିବ, ଯାହାକୁ ଆଫେଲିୟନ କୁହାଯାଏ, ଯାହା ପାଇଁ ସୂର୍ଯ୍ୟ ଛୋଟ ଦିଶନ୍ତି । ଦ୍ୱିତୀୟତଃ ଚନ୍ଦ୍ର ପୃଥିବୀର ନିକଟତର ହୋଇ ବଡ଼ ଦେଖାଯାଆନ୍ତି । ତୃତୀୟତଃ, ଚନ୍ଦ୍ରର ଛାଇ ବିଷୁବରେଖା ଦେଇ ଗତି କରିଥାଏ ଏବଂ କକ୍ଷପଥର ଛାଇ ଧୀରେ ଧୀରେ ବୃଦ୍ଧି ପାଇଥାଏ ।
ଏହି ପୂର୍ଣ୍ଣ ସୂର୍ଯ୍ୟପରାଗ ମୁଖ୍ୟତଃ ଉତ୍ତର ଆଫ୍ରିକା, ମଧ୍ୟପ୍ରାଚ୍ୟ ଏବଂ କିଛି ୟୁରୋପୀୟ ଦେଶରେ ଦୃଶ୍ୟମାନ ହେବ । ମିଶରର ଲକ୍ସର ସହର ଏହି ସୋଲାର ଏକ୍ଲିପ୍ ର ପ୍ରମୁଖ ଦୃଶ୍ୟମାନ ଦେଶ ହେବେ । ଏହା ବ୍ୟତୀତ, ସ୍ପେନ୍, ମରକ୍କୋ, ଆଲଜେରିଆ, ଟ୍ୟୁନିସିଆ, ଲିବିଆ, ସୁଡାନ, ସାଉଦି ଆରବ ଏବଂ ୟେମେନର କିଛି ଅଂଶରେ ମଧ୍ୟ ସୂର୍ଯ୍ୟପରାଗ ଦେଖାଯିବ ।