ପ୍ରମୂଖ ଖବର
  • ଭାରତକୁ ହରାଇ ଭାରତ ଚାମ୍ପିଅନ; ଚେସ୍ ବିଶ୍ବକପରେ ଇତିହାସ, ଦିବ୍ୟା ଦେଶମୁଖ ଜିତିଲେ ଟାଇଟଲ୍
  • ||
  • ଜାମ୍ମୁ-କାଶ୍ମୀରରେ ସେନାର ଅପରେସନ୍ ମହାଦେବକୁ ବଡ଼ ସଫଳତା, ଯବାନଙ୍କ ଗୁଳିରେ ୩ ଆତଙ୍କୀ ସଫା
  • ||
  • ଭୁବନେଶ୍ବର: ସତ୍ୟବିହାର ଅଞ୍ଚଳରେ ମହିଳା ହଷ୍ଟେଲରେ ଅଗ୍ନିକାଣ୍ଡ,ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ରାଉରକେଲା : ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କେନ୍ଦ୍ରାପଡ଼ା: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ; ବିଜ୍ଞାନ ଶିକ୍ଷକକୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ
  • ||
  • ବଳଙ୍ଗା ନାବାଳିକା ପୋଡ଼ି ମାମଲା: ବଢ଼ିଲା ସୁରକ୍ଷା, ପୀଡ଼ିତାଙ୍କ ଘରେ ପୁଲିସ ମୁତୟନ
  • ||
  • ବାଲେଶ୍ୱର : ଧାମରାରେ ମିସାଇଲ୍‌ ପ୍ରଳୟ-୬ର ସଫଳ ପରୀକ୍ଷଣ, ୧୫୦ ରୁ ୫୦୦ କିମି ଯାଏଁ କରିପାରିବ ଲକ୍ଷ୍ୟଭେଦ
  • ||
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଦୁନିଆର ସବୁଠୁ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପଛରେ ପଡ଼ିଲେ ଡୋନାଲ୍ଡ ଟ୍ରମ୍ପ

Published By : Rasmita Pradhan | July 26, 2025 8:07 AM

image source: prameya

ନୂଆଦିଲ୍ଲୀ, ୨୬/୦୭ : ଦୁନିଆର ସବୁଠୁ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଛରେ ପଡ଼ିଲେ ଡୋନାଲ୍ଡ ଟ୍ରମ୍ପ। ବିଜନେସ୍ ଇଣ୍ଟେଲିଜେନ୍ସ କମ୍ପାନୀ ମର୍ଣ୍ଣିଂ କନସଲ୍ଟର ତାଜା ସର୍ଭେ ରିପୋର୍ଟରୁ ଖୁଲାସା। ୨୦ରୁ ଉର୍ଦ୍ଧ୍ଵ ଦେଶର ନେତାଙ୍କୁ ନେଇ ଜୁଲାଇ ୪ରୁ ୧୦ ତାରିଖ ମଧ୍ୟରେ ସର୍ଭେ କରାଯାଇଥିଲା। ଏହି ସର୍ଭେରେ ୭୫ ପ୍ରତିଶତ ଲୋକ ମୋଦିଙ୍କୁ ପସନ୍ଦ କରିଛନ୍ତି। ସେହିପରି ଦ୍ଵିତୀୟ ସ୍ଥାନରେ ରହିଛନ୍ତି ଦକ୍ଷିଣ କୋରିଆର ରାଷ୍ଟ୍ରପତି ଜି ଜେ-ମ୍ୟୁଙ୍ଗ। ତାଙ୍କୁ ୫୯ ପ୍ରତିଶତ ରେଟିଂ ମିଳିଛି। ତାଙ୍କ ପଛକୁ ତୃତୀୟ ସ୍ଥାନରେ ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିଅର ମିଲେଇ ରହିଛନ୍ତି। ତାଙ୍କୁ ୫୭ ପ୍ରତିଶତ ଲୋକ ସମର୍ଥନ କରୁଛନ୍ତି। ବିଜେପି ଆଇଟି ସେଲ୍‌ର ହେଡ୍ ଅମିତ ମାଳବୀୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ରିପୋର୍ଟକୁ ସେୟାର କରିଛନ୍ତି। 

ଲୋକପ୍ରିୟ ନେତାଙ୍କ ତାଲିକାର ଚତୁର୍ଥ ନମ୍ଵରରେ କାନାଡ଼ାର ମାର୍କ କାର୍ନି ରହିଛନ୍ତି। ତାଙ୍କୁ ୫୬ ପ୍ରତିଶତ ସମର୍ଥନ ମିଳିଛି। ୫ମ ସ୍ଥାନରେ ଅଷ୍ଟ୍ରେଲିଆର ଏନ୍ଥୋନୀ ଅଲ୍‌ବନିଜ ରହିଛନ୍ତି। ତାଙ୍କୁ ୫୪ ପ୍ରତିଶତ ରେଟିଂ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମାତ୍ର ୪୪ ପ୍ରତିଶତ ଲୋକ ପସନ୍ଦ କରୁଛନ୍ତି। ସବୁଠୁ ବଡ଼ କଥା ହେଲା ତାଙ୍କୁ ୫୦ ପ୍ରତିଶତ ଲୋକ ବିରୋଧ କରୁଛନ୍ତି। ସବୁଠୁ କମ୍ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ହେଉଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ ଏବଂ ଚେକ ରିପବ୍ଲିକ୍ ପ୍ରଧାନମନ୍ତ୍ରୀ ପେଟ୍ରୋ ଫିଆଲ୍। ସେମାନଙ୍କୁ କେବଳ ୧୮% ପ୍ରତିଶତ ଲୋକ ପସନ୍ଦ କରୁଥିବା ବେଳେ ୭୪% ଲୋକ ନାପସନ୍ଦ କରୁଛନ୍ତି। 

ଅନ୍ୟ ପ୍ରମୁଖ ନେତା :-

ଇଟାଲୀର ଜର୍ଜିଆ ମେଲୋନୀ- ୪୦% ସମର୍ଥନ, ୫୪% ଅସନ୍ତୁଷ୍ଟ

ଜର୍ମାନୀର ଫ୍ରେଡରିକ ମର୍ଜ- ୩୪% ସମର୍ଥନ, ୫୮% ଅସନ୍ତୁଷ୍ଟ

ତୁର୍କୀ ରେଚେପ ତୈୟ୍ୟପ ଏର୍ଦୋଗନ- ୩୩% ସମର୍ଥନ, ୫୦% ଅସନ୍ତୁଷ୍ଟ

ବ୍ରାଜିଲର ଲୁଲା ଦ ସିଲ୍ଵା- ୩୨% ସମର୍ଥନ, ୬୦% ଅସନ୍ତୁଷ୍ଟ

ବ୍ରିଟେନର କିଏର ଷ୍ଟାର୍ମର- ୨୬% ସମର୍ଥନ, ୬୫% ଅସନ୍ତୁଷ୍ଟ

ଜାପାନର ଶିଗେରୁ ଇଶିବା- ୨୦% ସମର୍ଥନ, ୬୬% ଅସନ୍ତୁଷ୍ଟ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.