ନୂଆଦିଲ୍ଲୀ,୧୩/୧୦: ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଚଳିତ ବର୍ଷ, ଏହି ପୁରସ୍କାର ଜୋଏଲ୍ ମୋକିର, ଫିଲିପ ଅଘିଅନ ଏବଂ ପିଟର ହୋଓ୍ବିଟଙ୍କୁ ଏହି ପୁରସ୍କାର ମିଳିତ ଭାବେ ଦିଆଯାଇଛି। ଇନୋଭେସନ୍ ଡ୍ରିଭେନ୍ ଇକୋନୋମୀ ଗ୍ରୋଥ ର ଧାରଣା ଉପରେ କାର୍ଯ୍ୟ ପାଇଁ ଜୋଏଲ୍ ମୋକିର୍, ଫିଲିପ୍ ଆଘିଅନ୍ ଏବଂ ପିଟର୍ ହୋଓ୍ବିଟଙ୍କୁ ମିଳିତ ଭାବରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଗତ ବର୍ଷ, ଡାରନ୍ ଆସେମୋଗ୍ଲୁ, ସାଇମନ୍ ଜନସନ୍ ଏବଂ ଜେମ୍ସ ଏ. ରବିନସନ୍ଙ୍କୁ ଅର୍ଥନୀତିରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା।
ଅର୍ଥଶାସ୍ତ୍ର ନୋବେଲକୁ ବ୍ୟାଙ୍କ୍ ଅଫ୍ ସ୍ବିଡେନ ପୁରସ୍କାର ଭାବେ ଗ୍ରହଣ କରାଯାଏ। ଏହା ୧୯୬୮ ମସିହାରେ ସ୍ୱିଡେନର କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ରୟାଲ୍ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନ୍ସେସ୍ ଦ୍ୱାରା ବିଜେତାମାନଙ୍କୁ ଚୟନ କରାଯାଏ। ଡାଇନାମାଇଟ୍ ଉଦ୍ଭାବନକାରୀ ଏବଂ ପାଞ୍ଚଟି ନୋବେଲ୍ ପୁରସ୍କାର ପ୍ରତିଷ୍ଠା କରିଥିବା ଆଲଫ୍ରେଡ୍ ନୋବେଲଙ୍କ ସ୍ମୃତିରେ ନୋବେଲ୍ ପୁରସ୍କାର ପ୍ରଦାନ କରାଯାଏ। ସେବେଠାରୁ, ମୋଟ ୯୬ ଜଣ ବିଜେତାଙ୍କୁ ୫୬ ଥର ଏହି ପୁରସ୍କାର ପ୍ରଦାନ କରାଯାଇଛି।