ନୂଆଦିଲ୍ଲୀ,୧୦/୦୧: ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ନୋଏଲ ଟାଟାଙ୍କ ଝିଅ ମାୟା ଏବଂ ଲିହ ଟାଟା ରତନ  ଟାଟା ଇଣ୍ଡଷ୍ଟ୍ରିଆଲ ଇନ୍‌ଷ୍ଟିଚ୍ୟୁଟ (ଏସ୍‌ଆର୍‌ଟିଆଇଆଇ)  ଟ୍ରଷ୍ଟି ବୋର୍ଡରେ ସାମିଲ ହୋଇଛନ୍ତି । ଇକୋନୋମିକ୍ସ  ଟାଇମ୍ସ ଏ ନେଇ ଏକ ରିପୋର୍ଟ ପ୍ରକାଶ କରିଛି । ଏହା  ଟାଟା ଗ୍ରୁପର ହୋଲ୍ଡିଂ କମ୍ପାନି ଟାଟା ସନ୍ସର ପ୍ରମୁଖ  ସେୟାର ହୋଲ୍ଡରଙ୍କ ମଧ୍ୟରୁ ଅନ୍ୟତମ । ୨ ଭଉଣୀ  ଅର୍ନାଜ କୋତୱାଲ ଏବଂ ଫ୍ରେଡି ତଲାତିଙ୍କ ସ୍ଥାନରେ  ଅବସ୍ଥାପିତ ହେବେ । ଏହା ସହ ନୋଏଲ ଟାଟାଙ୍କ  ପିଲାମାନେ ଟାଟା ଟ୍ରଷ୍ଟ ବୋର୍ଡରେ ସାମିଲ ହୋଇଛନ୍ତି ।  

ତେବେ ଏମାନେ ୨ ପ୍ରମୁଖ ଟ୍ରଷ୍ଟ ସାର ରତନ ଟାଟା  ଟ୍ରଷ୍ଟ ଆଣ୍ଡ୍‌ ଆଲାଏଡ ଟ୍ରଷ୍ଟ ଏବଂ ସାର ଦୋରାବ୍‌ଜି ଟ୍ରଷ୍ଟ  ଆଣ୍ଡ୍‌ ଆଲାଏଡ ଟ୍ରଷ୍ଟରେ ସାମିଲ ହୋଇନାହାନ୍ତି । ମାୟା  ଟାଟା କ୍ୟାପିଟାଲରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ ।  ବର୍ତ୍ତମାନ ସେ ଟାଟା ଡିଜିଟାଲ ଅଧିନ ଟାଟା ନ୍ୟୁ ଆପ୍‌  ପରିଚାଳନା ଟିମରେ କାର୍ଯ୍ୟ କରୁଛନ୍ତି । 

ସେହିଭଳି ଲିହ  ଟାଟା ଇଣ୍ଡିଆନ ହୋଟେଲ୍ସରେ ଉପସଭାପତି ଭାବେ  କାର୍ଯ୍ୟରତ । ସେ ଆଇଇ ବିଜନେସ ସ୍କୁଲରୁ ମାର୍କେଟିଂରେ  ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ସେବା ନିବୃତ ଟ୍ରଷ୍ଟି  ଅର୍ନାଜ କୋତୱାଲ ବୋର୍ଡରେ ଏହି ପରିବର୍ତ୍ତନକୁ ନେଇ  ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏ ନେଇ ସେ ଅନ୍ୟ  ଟ୍ରଷ୍ଟିମାନଙ୍କୁ ଚିଠି ଲେଖିଛନ୍ତି । ନୂଆ ଟ୍ରଷ୍ଟି ନିଯୁକ୍ତ କରିବା  ଲାଗି ଯେଉଁ ଭଳି ତାଙ୍କୁ ଇସ୍ତଫା ଦେବାକୁ କୁହାଗଲା  ତାହା ଠିକ୍‌ ନ ଥିବା କହିଛନ୍ତି ଶ୍ରୀ କୋତୱାଲ ।