ପ୍ରମୂଖ ଖବର
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ରତନ ଟାଟା ଇନ୍‌ଷ୍ଟିଚ୍ୟୁଟ ବୋର୍ଡରେ ନୋଏଲଙ୍କ ୨ ଝିଅ ମାୟା ଏବଂ ଲିହ

Published By : Prameya | January 10, 2025 2:22 PM

ନୂଆଦିଲ୍ଲୀ,୧୦/୦୧: ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ନୋଏଲ ଟାଟାଙ୍କ ଝିଅ ମାୟା ଏବଂ ଲିହ ଟାଟା ରତନ  ଟାଟା ଇଣ୍ଡଷ୍ଟ୍ରିଆଲ ଇନ୍‌ଷ୍ଟିଚ୍ୟୁଟ (ଏସ୍‌ଆର୍‌ଟିଆଇଆଇ)  ଟ୍ରଷ୍ଟି ବୋର୍ଡରେ ସାମିଲ ହୋଇଛନ୍ତି । ଇକୋନୋମିକ୍ସ  ଟାଇମ୍ସ ଏ ନେଇ ଏକ ରିପୋର୍ଟ ପ୍ରକାଶ କରିଛି । ଏହା  ଟାଟା ଗ୍ରୁପର ହୋଲ୍ଡିଂ କମ୍ପାନି ଟାଟା ସନ୍ସର ପ୍ରମୁଖ  ସେୟାର ହୋଲ୍ଡରଙ୍କ ମଧ୍ୟରୁ ଅନ୍ୟତମ । ୨ ଭଉଣୀ  ଅର୍ନାଜ କୋତୱାଲ ଏବଂ ଫ୍ରେଡି ତଲାତିଙ୍କ ସ୍ଥାନରେ  ଅବସ୍ଥାପିତ ହେବେ । ଏହା ସହ ନୋଏଲ ଟାଟାଙ୍କ  ପିଲାମାନେ ଟାଟା ଟ୍ରଷ୍ଟ ବୋର୍ଡରେ ସାମିଲ ହୋଇଛନ୍ତି ।  

ତେବେ ଏମାନେ ୨ ପ୍ରମୁଖ ଟ୍ରଷ୍ଟ ସାର ରତନ ଟାଟା  ଟ୍ରଷ୍ଟ ଆଣ୍ଡ୍‌ ଆଲାଏଡ ଟ୍ରଷ୍ଟ ଏବଂ ସାର ଦୋରାବ୍‌ଜି ଟ୍ରଷ୍ଟ  ଆଣ୍ଡ୍‌ ଆଲାଏଡ ଟ୍ରଷ୍ଟରେ ସାମିଲ ହୋଇନାହାନ୍ତି । ମାୟା  ଟାଟା କ୍ୟାପିଟାଲରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ ।  ବର୍ତ୍ତମାନ ସେ ଟାଟା ଡିଜିଟାଲ ଅଧିନ ଟାଟା ନ୍ୟୁ ଆପ୍‌  ପରିଚାଳନା ଟିମରେ କାର୍ଯ୍ୟ କରୁଛନ୍ତି । 

ସେହିଭଳି ଲିହ  ଟାଟା ଇଣ୍ଡିଆନ ହୋଟେଲ୍ସରେ ଉପସଭାପତି ଭାବେ  କାର୍ଯ୍ୟରତ । ସେ ଆଇଇ ବିଜନେସ ସ୍କୁଲରୁ ମାର୍କେଟିଂରେ  ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ସେବା ନିବୃତ ଟ୍ରଷ୍ଟି  ଅର୍ନାଜ କୋତୱାଲ ବୋର୍ଡରେ ଏହି ପରିବର୍ତ୍ତନକୁ ନେଇ  ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏ ନେଇ ସେ ଅନ୍ୟ  ଟ୍ରଷ୍ଟିମାନଙ୍କୁ ଚିଠି ଲେଖିଛନ୍ତି । ନୂଆ ଟ୍ରଷ୍ଟି ନିଯୁକ୍ତ କରିବା  ଲାଗି ଯେଉଁ ଭଳି ତାଙ୍କୁ ଇସ୍ତଫା ଦେବାକୁ କୁହାଗଲା  ତାହା ଠିକ୍‌ ନ ଥିବା କହିଛନ୍ତି ଶ୍ରୀ କୋତୱାଲ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.