ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ସଲମାନ ଖାନ୍ ଓ ଜିଶାନ ସିଦ୍ଦିକିଙ୍କ ହତ୍ୟା ଧମକ, ଅଭିଯୁକ୍ତ ଗିରଫ

Published By : Anindita Ratha | October 29, 2024 3:00 PM

ନୂଆଦିଲ୍ଲୀ,୨୯/୧୦:  ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ଜିଶାନ ସିଦ୍ଦିକିଙ୍କୁ ମିଳିଲା ହତ୍ୟା ଧମକ। ଅଫିସର ଲ୍ୟାଣ୍ଡ ଲାଇନ ନମ୍ବରକୁ କଲ୍‌ କରି ଜିଶାନ ସିଦ୍ଦିକିଙ୍କୁ ଜୀବନରେ ମାରିବାକୁ ଧମକ ଦିଆଯାଇଛି। ଜିଶାନଙ୍କ ଜନସମ୍ପର୍କ କାର୍ଯ୍ୟାଳୟକୁ ଏହି ଫୋନ୍‌ କଲ୍‌ ଆସିବା ସହ  ଅଭିନେତା ସଲମାନ ଖାନ୍‌ଙ୍କୁ ମଧ୍ୟ ହତ୍ୟା ଧମକ ମିଳିଛି। ତେବେ ଏହି ମାମଲାରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।

ସୂଚନା ମୁତାବକ, ଶୁକ୍ରବାର ସନ୍ଧ୍ୟାରେ ଜିଶାନ ସିଦ୍ଦିକିଙ୍କୁ ଏହି ଧମକପୂର୍ଣ୍ଣ କଲ ଆସିଥିଲା। ଜଣେ ଅଜ୍ଞାତ ବ୍ୟକ୍ତି ଫୋନରେ ଜିଶାନ ସିଦ୍ଦିକି ଓ ଅଭିନେତା ସଲମାନ ଖାନ୍‌ଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ। ଏଥିସହ ଟଙ୍କା ମାଗିଥିଲେ।ଯାହା ପରଠାରୁ ଜିଶାନଙ୍କ ଘରେ ସୁରକ୍ଷା କଡ଼ାକଡ଼ି କରାଯାଇଥିଲା। ଜିଶାନ ସିଦ୍ଦିକିଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କଦ୍ୱାରା ଦିଆଯାଇଥିବା ଅଭିଯୋଗକୁ ଭିତ୍ତି କରି ନିର୍ମଲନଗର ପୁଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି। ପୋଲିସ ଏହି ମାମଲାରେ ନୋଏଡାରୁ ଜଣଙ୍କୁ ଗିରଫ କରିଛି। ତେବେ ଗିରଫ ବ୍ୟକ୍ତି ଜଣକ  ୨୦ ବର୍ଷ ବୟସର  ଗୁରଫାନ ବୋଲି ଜଣାପଡିଛି । ଏଥିସହ ସେ ଦିଲ୍ଲୀର ବାସିନ୍ଦା ବୋଲି କୁହାଯାଇଛି। ନୋଏଡାରୁ ଅଭିଯୁକ୍ତକୁ ସେକ୍ଟର -୩୯ ପୋଲିସ ଷ୍ଟେସନ ଅଞ୍ଚଳରୁ ଗିରଫ କରାଯାଇଛି। ମୁମ୍ବାଇ ପୁଲିସ ଗୁରଫାନକୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେଇଛି। ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଧମକପୂର୍ଣ୍ଣ କଲ୍ କେବଳ ଟଙ୍କା ମାଗିବା ପାଇଁ କରାଯାଇଥିଲା। ତେବେ ପ୍ରତ୍ୟେକ ଏଙ୍ଗେଲକୁ ଦୃଷ୍ଟିରେ ରଖି ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.