ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଉତ୍ତର କୋରିଆର ବଡ଼ ଘୋଷଣା, ବିଜୟ ପାଇବା ଯାଏଁ ଋଷକୁ ସମର୍ଥନ ଦେବ ପୋଙ୍ଗୟାଙ୍ଗ

Published By : Tapas Panda | November 1, 2024 7:25 PM

Image Courtesy: indiatvnews

ନୂଆଦିଲ୍ଲୀ: ୟୁକ୍ରେନ୍‌ ଯୁଦ୍ଧରେ ବିଜୟ ନମିଳିବା ଯାଏଁ ଋଷକୁ ଉତ୍ତର କୋରିଆ ସମର୍ଥନ ଦେବ ବୋଲି କିମ୍‌ ଜଙ୍ଗଙ୍କ ବୈଦେଶିକ ମନ୍ତ୍ରୀ ଚୋ ସନ ହୁଇ କହିଛନ୍ତି । ଶୁକ୍ରବାର ଏନେଇ ମସ୍କୋରେ ଚୋ ସନ୍‌ ଋଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କୁ କହିଛନ୍ତି । ସେ କହିଛନ୍ତି, ‘ଆମର ପାରମ୍ପରିକ, ଐତିହାସିକ ବନ୍ଧୁତ୍ବ ଏକ ନୂତନ ସମୟରେ ପହଞ୍ଚିଛି । ସୈନ୍ୟ ସହଭାଗିତା ଦିଗରେ ଏହା ଜାରି ରହିବ ।’ ବନ୍ଧୁତା ସ୍ଥାପନ ଦିଗରେ କିମ ଜଙ୍ଗ ଉନ ଏବଂ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପଦକ୍ଷେପକୁ ଚୋ ସନ ହୁଇ ପ୍ରଶଂସା କରିଛନ୍ତି । 

ପୁଟିନଙ୍କ ବିଜ୍ଞ ନେତୃତ୍ବ ଯୋଗୁଁ ଋଷ ସେନା ଏବଂ ଦେଶବାସୀ ଏକ ବଡ଼ ବିଜୟ ହାସଲ କରିବେ, ଏଥିରେ ପୋଙ୍ଗୟାଙ୍ଗର କୌଣସି ଦ୍ବିମତ ନାହିଁ । ଆମେ ପ୍ରତିଶ୍ରୁତି ଦେଉଛୁ, ବିଜୟ ଲାଭ ନକରିବା ଯାଏଁ ଆମେ ଋଷ ପାଖରେ ଛିଡ଼ା ହେବୁ ବୋଲି ଉତ୍ତର କୋରିଆର ବୈଦେଶିକ ମନ୍ତ୍ରୀ କହିଛନ୍ତି ।  ସେପଟେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଲାଭରୋଭ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ଗଭୀର ସଂପର୍କ ରହିଛି । ଯେକୌଣସି ସୁରକ୍ଷା ସମ୍ବନ୍ଧୀୟ ସମସ୍ୟାର ମିଳିତ ଭାବେ ସମାଧାନ କରିବୁ । 

ସେପଟେ ଋଷ ସେନାରେ ଉତ୍ତର କୋରିଆର ପ୍ରାୟ ୧୦ ହଜାର ସୈନିକ ସାମିଲ ହୋଇଛନ୍ତି ବୋଲି ଆମେରିକା ସମେତ ଦକ୍ଷିଣ କୋରିଆ ଏବଂ ନାଟୋ ଅଭିଯୋଗ କରିଛି । ଏହା ଉପରେ ଶୁକ୍ରବାର କ୍ରେମଲିନ ମୁଖପାତ୍ର ଦିମିତ୍ରି ପେସକୋଭ୍‌ କହିଛନ୍ତି ଯେ, ପୂର୍ବରୁ ଆମେ ଦେଇଥିବା ପ୍ରତିକ୍ରିୟାରେ ଅଧିକ କିଛି ଯୋଗ କରିବାର ଆବଶ୍ୟକତା ନାହିଁ । 

ଏହା ପୂର୍ବରୁ ଗୁରୁବାର ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଦାବି କରିଥିଲେ ଯେ, ଉତ୍ତର କୋରିଆର ୮୦୦୦ ସୈନିକ କେବଳ କୁର୍ସକ କ୍ଷେତ୍ରରେ ମୁତୟନ ହୋଇଛନ୍ତି । ଅନ୍ୟପଟେ ଫେବୃଆରୀ ୨୦୨୨ରେ ୟୁକ୍ରେନରେ ଯୁଦ୍ଧ ଆରମ୍ଭ କରିଥିବା ଋଷ ଉତ୍ତର କୋରିଆ ସୈନିକଙ୍କ ଉପସ୍ଥିତି ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.