ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଉତ୍ତର ମୈସୋଡୋନିଆର ଏକ ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ, ୫୦ ମୃତ, ୧୦୦ରୁ ଅଧିକ ଆହତ…

Published By : Ladu Kishor | March 16, 2025 5:06 PM

ନୂଆଦିଲ୍ଲୀ: ରବିବାର ଭୋର ସମୟରେ ଉତ୍ତର ମୈସୋଡୋନିଆରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ କୋକାନିରେ ଅବସ୍ଥିତ ଏକ ପଲ୍ସ ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୫୧ ଜଣଙ୍କର ମୃତ୍ୟୁ ହୋଇଛି। ଉତ୍ତର ମୈସୋଡୋନିଆର ସରକାରୀ ନ୍ୟୁଜ୍ ଏଜେନ୍ସି ଗୃହ ମନ୍ତ୍ରଣାଳୟକୁ ଉଦ୍ଧୃତ କରି ଏହି ସୂଚନା ଦେଇଛି।

ରବିବାର ଭୋରରୁ ଉତ୍ତର ମୈସୋଡୋନିଆର ରାଜଧାନୀ ସ୍କୋପଜେରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଅବସ୍ଥିତ ଏହି ସହରରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ସମୟର କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ଦେଖାଯାଉଛି ଯେ ନାଇଟ୍ କ୍ଲବରେ ଏକ ଭୟଙ୍କର ନିଆଁ ଲାଗିଛି ଏବଂ ଆକାଶରେ ଘନ ଧୂଆଁ ଦୃଶ୍ୟମାନ ହେଉଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଏହି ଘଟଣାରେ ୫୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ତଥାପି, କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ମୃତକଙ୍କ ସଂଖ୍ୟା ନିଶ୍ଚିତ କରିନାହାଁନ୍ତି।

ରିପୋର୍ଟ ଅନୁସାରେ, ରାତି ୨ଟାରେ ଅଗ୍ନିକାଣ୍ଡ ଘଟିଥିଲା। ସେହି ସମୟରେ, ନାଇଟ୍ କ୍ଲବରେ ଉତ୍ତର ମୈସୋଡୋନିଆର ପ୍ରସିଦ୍ଧ ହିପ୍-ହପ୍ ଯୋଡ଼ି ADN ଙ୍କର ଏକ କାର୍ଯ୍ୟକ୍ରମ ଚାଲୁଥିଲା। ଏହି କନ୍ସର୍ଟରେ ଯୋଗଦେବା ପାଇଁ ପ୍ରାୟ ୧୫ ଶହ ଲୋକ ଆସିଥିଲେ। କୁହାଯାଉଛି ଯେ ଘଟଣାର କିଛି ଘଣ୍ଟା ପରେ ମଧ୍ୟ ନାଇଟ୍ କ୍ଲବରେ ଲାଗିଥିବା ନିଆଁକୁ ନିୟନ୍ତ୍ରଣ କରାଯାଇ ପାରିନାହିଁ।

ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଶୋ ସମୟରେ ବ୍ୟବହୃତ ପାଇରୋଟେକ୍ନିକ୍ (ଏକ ପ୍ରକାରର ଆତସବାଜି) ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ଅଧିକାରୀ ମାନେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.