ସ୍କୋପଜେ,୧୭/୦୩: ଦକ୍ଷିଣ-ପୂର୍ବ  ୟୁରୋପୀୟ ରାଷ୍ଟ୍ର ନର୍ଥ ମାସିଡୋନିଆର ଏକ ନାଇଟ୍‌  କ୍ଲବରେ ଭୟାବହ ଅଗ୍ନିକାଣ୍ଡ ଘଟଣାରେ ବଢ଼ିଲା ମୃତ୍ୟୁ ସଂଖା । ଏଥିରେ ୫୯ ଜଣଙ୍କ ମୃତ୍ୟୁ ହୋଇଥିଲା  ବେଳେ ୧୫୫ ଜଣ ଆହତ ହୋଇଛନ୍ତି ।

ସୂଚନା  ଅନୁସାରେ କୋକାନୀ ସହରରେ ହିପହପ୍‌  ମ୍ୟୁଜିକ କନ୍‌ସର୍ଟ ଚାଲିଥିଲା ବେଳେ ହଠାତ୍‌  ନିଆଁ ଲାଗିଯାଇଥିଲା । ରାଜଧାନୀ ଠାରୁ ପ୍ରାୟ ୧୦୦  କି.ମି. ଦୂରରେ ଏହି ସହର ଅବସ୍ଥିତ ।  ପ୍ରସିଦ୍ଧ ହିପ୍‌ ହପ୍‌  ଯୋଡି ଏଡିଏନ୍‌ଙ୍କ ମ୍ୟୁଜିକ କାର୍ଯ୍ୟକ୍ରମ ଚାଲିଥିଲା ବେଳେ ନିଆଁ ଲାଗିଥିଲା ।  ନିଆଁ ଲାଗିବା ବେଳେ ନାଇଟ୍‌ କ୍ଲବ୍‌ରେ ୧୫୦୦  ଲୋକ ଉପସ୍ଥିତ ଥିଲେ । ତେବେ ନିଆଁ ଲାଗିବା ପରେ ଭୟରେ ସେମାନେ ସେଠାରୁ ଜୀବନ ବଞ୍ଚାବାକୁ  ଦୌଡ଼ି ଥିଲେ । ଏହି ସମୟରେ ସେଠାରେ ଦଳାଚକଟା  ପରିସ୍ଥିତି ସୃଷ୍ଟି ହୋଇଥିଲା । କନସର୍ଟ ଚାଲିଥିଲା  ବେଳେ କେହି ଆତସବାଜି କରିବାରୁ ନିଆଁ ଲାଗି  ଯାଇଥିବା ଅନୁମାନ କରାଯାଉଛି ।