ପ୍ରମୂଖ ଖବର
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

୨୨ ଜାନୁଆରୀ ନୁହେଁ, ଏହି ଦିନ ହେବ 'ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିବସ'

Published By : Anindita Ratha | November 27, 2024 12:32 PM

ନୂଆଦିଲ୍ଲୀ,୨୭/୧୧: ଚଳିତ ବର୍ଷ  ଜାନୁଆରୀ ୨୨ରେ ରାମ ମନ୍ଦିରର ଗର୍ଭଗୃହରେ କରାଯାଇଥିଲା ରାମଲାଲାଙ୍କ ମୂର୍ତ୍ତିର ପ୍ରାଣ-ପ୍ରତିଷ୍ଠା । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗର୍ଭଗୃହରେ ଉପସ୍ଥିତ ଥିଲେ। ତେବେ ପ୍ରାଣ ପ୍ରତିଷ୍ଠା ପରଠୁ ରାମଲାଲାଙ୍କ ଦର୍ଶନ ପାଇଁ ଆସୁଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ତେବେ ରାମଲାଲାଙ୍କ ମୂର୍ତ୍ତିର ପ୍ରାଣ-ପ୍ରତିଷ୍ଠା ଆସନ୍ତା ୨୨ ତାରିଖ ପୂରିବ ବର୍ଷେ। ହେଲେ ରାମ ମନ୍ଦିର ପ୍ରାଣ-ପ୍ରତିଷ୍ଠାର ବାର୍ଷିକୀ ବା ଦିବସକୁ ଜାନୁଆରୀ ୧୧ ତାରିଖ ଅର୍ଥାତ ପୌଷ ଶୁକ୍ଳ ଦ୍ବାଦଶୀରେ ପାଳନ କରାଯିବା ବୋଲି  ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ନ୍ୟାସର ବୈଠକରେ ନିଷ୍ପତ୍ତି ହୋଇଛି । 

ତେବେ ସୋମବାର ଦିନ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ନ୍ୟାସର ବୈଠକ ମଣିରାମ ଦାସ ଛାବନୀରେ ହୋଇଥିଲା। ବୈଠକରେ ସନ୍ଥଙ୍କଠାରୁ ପରାମର୍ଶ ନିଆଯାଇ ଏହା ଧାର୍ଯ୍ୟ ହୋଇଥିଲା ଯେ, ଯେଉଁ ଭଳି ସମସ୍ତ ହିନ୍ଦୁ ଉତ୍ସବ ଏବଂ ପର୍ବ ହିନ୍ଦୀ ତିଥି ଏବଂ ପଞ୍ଚାଙ୍ଗ ଅନୁସାରେ ପାଳନ କରାଯାଉଛି। ସେହିପରି ପ୍ରଭୁ ଶ୍ରୀରାମଲାଲା ସରକାରଙ୍କ ପ୍ରାଣ ପ୍ରତିଷ୍ଠାର ଦିବସ ତିଥି ଅନୁଯାୟୀ, ପୌଷ ଶୁକ୍ଳ ଦ୍ୱାଦଶୀ ଅର୍ଥାତ କୁର୍ମା ଦ୍ୱାଦଶୀରେ ପାଳନ କରାଯିବ। ଏହି ତିଥିକୁ ପ୍ରତିଷ୍ଠା ଦ୍ୱାଦଶୀ ଭାବେ ପାଳନ କରାଯିବ। ୨୦୨୫ରେ ଏହି ତିଥି ୧୧ ଜାନୁଆରୀରେ ହେବ। ଶ୍ରୀରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ରର ବୈଠକରେ ଅହୁରି ଅନେକ ନିଷ୍ପତ୍ତି ମଧ୍ୟ ନିଆଯାଇଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.