ପ୍ରମୂଖ ଖବର
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଏନକାଉଣ୍ଟରରେ ମୃତ ମାଓବାଦୀ ନୁହେଁ, ଗ୍ରାମବାସୀ ପେଦା ବୋଲି ଏସପିଙ୍କ ନିକଟରେ ଅଭିଯୋଗ କଲେ ପରିବାର ଲୋକ ପ୍ରତିନିଧି ଓ ଗ୍ରାମବାସୀ

Published By : Gurupada Nath | November 22, 2024 9:39 PM

ମାଲକାନଗିରି, ୨୨/୧୧ : ଗତ ଦୁଇ ଦିନ ତଳେ ଏମଭି ୭୯ଥାନା ସ୍ଥ ଜିନେଲିଗୁଡା ମେଟାଗୁଡା ଜଙ୍ଗଲରେ ମାଓବାଦୀ ଯବାନଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ମାଓବାଦୀର ମୃତ୍ୟୁ ହୋଇଛି ବୋଲି ପୁଲିସ କହୁଥିବା ବେଳେ ଏହାକୁ ପରିବାର ଓ ଗ୍ରାମବାସୀ ଅସ୍ବୀକାର କରି ଗ୍ରାମର ପେଦା ମୁଖିଆ ସେ ମାଓବାଦୀ ନୁହଁ ବୋଲି ଅଭିଯୋଗ କରିଛନ୍ତି । ଏହି  ଏନକାଣ୍ଟର ଘଟଣାର ଆସିଛି ନୁଆ ମୋଡ । ଗତକାଲି ଠାରୁ ପୋଲିସ ଯାହାକୁ ହାଡକୋର ମାଓବାଦୀ ବୋଲି କହୁଥିଲା ଆଜି ସ୍ଥାନୀୟ ଲୋକେ ତାଙ୍କୁ ଗାଁ ମୁଖିଆ ବୋଲି କହୁଛନ୍ତି । ଆଜି ମେଟାଗୁଡା ଗ୍ରାମର ମୃତ ପେଦା(ଗାଁ ମୁଖିଆ )ଏଙ୍କା ସୁନାମଙ୍କ ସ୍ତ୍ରୀ ଓ ବଡ଼ ଭାଇ ମୁତ୍ତା ସୁନାମ, ତାଣ୍ଡବାଇ ପଞ୍ଚାୟତ ସରପଞ୍ଚ ସତ୍ୟ ମାଡକାମୀ, ପୁସୁଗୁଡା ପୂର୍ବତନ ସରପଞ୍ଚ ରାମା ରାବା, ସମିତି ସଭ୍ୟ ନାଗା କାରମ ଏବଂ ଗ୍ରାମବାସୀ ଆଦିବାସୀ ସମାଜ ମହାସଙ୍ଘର ଘନଶ୍ୟାମ ମାଡକାମି, ମାଲକାନଗିରି ପୂର୍ବତନ ବିଧାୟକ ମାନସ ମାଡକାମୀଙ୍କୁ ନେଇ ମାଲକାନଗିରି ଏସପିଙ୍କ କାର୍ଯ୍ୟାଳୟକୁ ଆସି ଅପରେସନ ଡିଆଇଜି, ଅତିରିକ୍ତ ଏସପିଙ୍କୁ ଭେଟି ମୃତବ୍ୟକ୍ତି ମାଓବାଦୀ ନୁହଁ ।  ସେ ମେଟାଗୁଡା ଗାଁ ମୁଖିଆ ଏଙ୍କା ସୁନାମ, ସେ ସାବେରୀ ନଦୀ ଡ଼ଙ୍ଗା ଘାଟ ନିଲାମ ନେଇଛନ୍ତି। ତାଙ୍କ ପାଖରେ ରହିଛି ଅନେକ ମାଛ ଧରା ଡଙ୍ଗା । 

ଏହି ସବୁ ଡଙ୍ଗା ସହାୟତାରେ ସାବେରୀ ନଦିରେ ମାଛ ଧରନ୍ତି ଓ ଲୋକଙ୍କୁ ମଧ୍ୟ ନଦୀ ପାର କରି ଦୁଇ ପଇସା ରୋଜଗାର କରି ପରିବାର ଚଳାନ୍ତି ଏଙ୍କା ସୁନାମ । ଗତ ୨୦ ତାରିଖ ରାତିରେ କିଛି ଲୋକ ଆସି ନଦୀ ପାର କରିଦେବା ପାଇଁ କହିଥିଲେ, ରାତି ଅଧିକ ହୋଇ ଯାଇଥିବାରୁ ସେ ମନା କରିବା ସତ୍ବେ ସେ ଲୋକମାନେ ଏଙ୍କା ସୁନାମଙ୍କୁ ବନ୍ଧୁକ ଦେଖାଇ ଭୟବିତ କରିବା ସହ ଡଙ୍ଗାରେ ସାବେରୀ ନଦୀ ପାରି କରିବାକୁ କହିଥିଲେ । ସେ ବାଧ୍ୟ ହୋଇ ଅନ୍ୟ ଦୁଇ ଜଣ ଯୁବକ ଙ୍କୁ ଧରି ଡ଼ଙ୍ଗା ଘଟକୁ ଯାଇ ନଦୀ ପାର କରୁଥିବାବେଳେ ଯବାନମାନେ ଗୁଳି ଚଲାଇଥିଲେ। ହେଲେ ନକ୍ସଲ ପନ୍ଥିଙ୍କୁ ଛାଡିବା ପରେ ଡିଭିଏଫ ଯବାନଙ୍କ ଆଖିବୁଜା ଗୁଳି ଚାଳନାରେ ଏଙ୍କା ସୁନାମଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏଙ୍କା ସୁନାମଙ୍କ ସ୍ତ୍ରୀ, ଭାଇ ଓ ଗାଁ ଲୋକେ ମାଲକାନଗିରି ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଙ୍କୁ ଭେଟି ଘଟଣାର ତଦନ୍ତ କରିବା ଲାଗି ଦାବି କରିଛନ୍ତି । ଏହା ସହ ଏଙ୍କା ସୁନାମଙ୍କ ସ୍ତ୍ରୀ ଓ ୫ଟି ଛୋଟ ଛୋଟ ପିଲା ରହିଥିବା ବେଳେ ସେ ମାନେ ବେସାହାରା ହୋଇଯାଇଥିବାରୁ ମୃତ ପରିବାରକୁ କ୍ଷତିପୂରଣ ଦେବାସହିତ ମାଓବାଦୀ ସନ୍ଦେହରେ ଅଟକ ରଖିଥିବା ଦୁଇ ଯୁବକଙ୍କୁ ଛାଡ଼ିଦେବା ପାଇଁ  ଗାଁ ଲୋକେ ଡିଆଇଜିଙ୍କୁ ଦାବି କରିଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.