ପୁରୀ,୦୩/୦୩ : ଶ୍ରୀମନ୍ଦିର ସୁରକ୍ଷା,ବଡ଼ଦାଣ୍ଡ ଓ ଦର୍ଶନ ଗହଳିକୁ ଶୃଙ୍ଖଳିତ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିଲାଗି ମୋଟ ୧୦୮୩ ପଦବି ସୃଷ୍ଟି କରାଯାଇଛି । ଏଥିରେ ବିଭିନ୍ନ ବର୍ଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ନିୟୋଜିତ କରାଯିବ । ଷ୍ଟେଟ  ଆର୍ମଡ୍‌ କ୍ୟାଡରରୁ ଗୋଟିଏ କମାଣ୍ଡାଣ୍ଟ, ୨ଟି ଡେପୁଟି  କମାଣ୍ଡାଣ୍ଟ, ୧୦ଟି ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ,୮ ଇନ୍ସପେକ୍ଟର,  ୩୧ ସବ୍‌ ଇନ୍ସପେକ୍ଟର, ୨୪ ଆସିଷ୍ଟାଣ୍ଡ ସବ୍‌ ଇନ୍ସପେକ୍ଟର  ପଦବି ପୂରଣ ହେବ । 

ସେହିଭଳି ଷ୍ଟେଟ କ୍ୟାଡର  ଅଫ ସିଭିଲ ପୋଲିସରୁ ଗୋଟିଏ  ସବ୍‌ ଇନ୍ସପେକ୍ଟର, ୨ଟି ଆସିଷ୍ଟାଣ୍ଡ  ସବ୍‌ ଇନ୍ସପେକ୍ଟର, ଗୋଟିଏ ସବ୍‌ ଇନ୍ସପେକ୍ଟର(ଆର୍ମୋରର) , ଗୋଟିଏ ହାବିଲଦାର (ଆର୍ମୋରର), ୨ଟି  ଆସିଷ୍ଟାଣ୍ଟ ଆର୍ମୋରର, ୧ସବ୍‌ଇନ୍ସପେକ୍ଟର (କମ୍ୟୁନିକେସନ) , ୪ ଆସିଷ୍ଟାଣ୍ଡ ସବ୍‌ ଇନ୍ସପେକ୍ଟର (କମ୍ୟୁନିକେସନ) ନିଯୁକ୍ତ ହେବେ । ଏହାବାଦ  ରାଜ୍ୟ ପିଏମଟି କ୍ୟାଡରରୁ ଜଣେ ସବ୍‌ ଇନ୍ସପେକ୍ଟର ଏମଟି, ୯ ଡ୍ରାଇଭର  ହାବିଲଦାର, ୧୮ ଡ୍ରାଇଭର ପଦବି ପୂରଣ ହେବ ।  

ଏହାବାଦ ହାବିଲଦାର ୨୪୦,ବାଟାଲିଆନ କ୍ୟାଡରରୁ ସିପାହୀ ୭୨୦  ଜଣ ନିଯୁକ୍ତ ହେବେ । ଡିପିଓ କ୍ୟାଡରରୁ ମୁଖ୍ୟ କିରାଣି , ବରିଷ୍ଠ କିରାଣି ଓ  ବରିଷ୍ଠ ଷ୍ଟେନୋଗ୍ରାଫର ପଦବି ପୂରଣ ହେବ । ଏହି ନିଯୁକ୍ତି ପ୍ରକ୍ରିୟା କମିଟିରେ ଅଧ୍ୟକ୍ଷ ଅତିରିକ୍ତ ପୁଲିସ ଡିଜି,ସଦସ୍ୟ ଭାବେ ଆଇଜି, ଡିଆଇଜି କେନ୍ଦ୍ରାଞ୍ଚଳ  ରେଞ୍ଜ, ପୁରୀ ଏସ୍‌ପି ଓ ଡିଜିପିଙ୍କ ଦ୍ୱାରା ମନୋନୀତ ଆଇଜି, ଡିଆଇଜି,ଏସ୍‌ପି  କିମ୍ବା କମାଣ୍ଡାଣ୍ଟ ର‌୍ୟାଙ୍କର ଅଧିକାରୀ ରହିବେ ।