ପ୍ରମୂଖ ଖବର
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

କୁଖ୍ୟାତ ଅପରାଧୀ ହୁଣ୍ଡକୁ ଏନକାଉଣ୍ଟର୍‌, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

Published By : Harapriya Sethi | April 24, 2025 7:47 AM

ଭୁବନେଶ୍ୱର,୨୪/୦୪: ଢେଙ୍କାନାଳରେ ଏନକାଉଣ୍ଟର୍‌ । କୁଖ୍ୟାତ ଅପରାଧୀ ହୁଣ୍ଡ ଓରଫ ଦେବାଶିଷ ବେହେରାକୁ ସଦର ଥାନା ମଙ୍ଗଳପୁର ଠାରେ ଏନକାଉଣ୍ଟର କରିଛି ପୋଲିସ । ହୁଣ୍ଡର ଗୋଡ଼ରେ ବାଜିଛି ଗୁଳି । ଗୁରୁତର ଅବସ୍ଥାରେ ହୁଣ୍ଡକୁ ଉଦ୍ଧାର କରି କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । 

ସୂଚନା ମୁତାବକ, ଗୁରୁବାର ଭୋର ସମୟରେ କୁଖ୍ୟାତ ଅପରାଧୀ ହୁଣ୍ଡ ଓରଫ ଦେବାଶିଷ ବେହେରା ଏକ ମର୍ଡର ପ୍ଲାନ୍‌ କରୁଥିଲା । ଏତିକି ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲା । ପୋଲିସକୁ ଦେଖି ତାଙ୍କ ଉପରକୁ ଗୁକି କରି ଖସି ପଳାଇଯିବାକୁ ଚେଷ୍ଟା କରିଥିଲା । ଠିକ୍ ସେତିକି ବେଳେ ପୋଲିସ କରିଲା ଏନକାଉଣ୍ଟର୍ । ପୋଲିସ ଗୁଳିରେ ଘାଇଲା ହେଲା ହୁଣ୍ଡ । ଏହି ଏନକାଉଣ୍ଟର୍‌ରେ ହୁଣ୍ଡର ଗୋଡ଼ରେ ଗୁଳି ବାଜିଛି । ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। 

ତେବେ ହୁଣ୍ଡ ନାମରେ ୧୮ଟି ଅପରାଧିକ ମାମଲା ରହିଛି । "କିଙ୍ଗ ଅଫ ଫରେଷ୍ଟ" ଗ୍ୟାଙ୍ଗର ପ୍ରମୁଖ ସଦସ୍ୟ ହେଉଛି ହୁଣ୍ଡ । କାମାକ୍ଷାନଗର କୁଖ୍ୟାତ ଅପରାଧୀ ରାକେଶ ନାଥର ପ୍ରମୁଖ ସହଯୋଗୀ  ହୁଣ୍ଡ ବୋଲି ଜଣାପଡ଼ିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.