ପ୍ରମୂଖ ଖବର
  • ଭାରତ ସମର୍ଥନରେ ବାହାରିଲା ଚୀନ୍, ଟ୍ରମ୍ପଙ୍କ ଟାରିଫକୁ ନେଇ ଆମେରିକା ଉପରେ ବର୍ଷିଲା
  • ||
  • କୁଜଙ୍ଗ କୋଠିଆସାହି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା , ହାଇଓ୍ବା ମାଡିଯିବାରୁ ବାପା-ଝିଅ ମୃତ
  • ||
  • ରାୟଗଡ଼ା : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଠେଙ୍ଗାରେ ପିଟି ହତ୍ୟା କଲା ସ୍ୱାମୀ
  • ||
  • ବଲାଙ୍ଗୀର : ଜାମପଡା ଜଙ୍ଗଲରୁ ଯୁବକଙ୍କ ମୃତଦେହ ଠାବ, ହତ୍ୟା ଅଭିଯୋଗ
  • ||
  • ରାଜସ୍ଥାନରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୩.୯ ରେକର୍ଡ଼
  • ||
  • ଜଷ୍ଟିସ୍‌ ଯଶୱନ୍ତ ବର୍ମାଙ୍କୁ ଶକ୍ତ ଝଟକା; ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ ଆବେଦନ ଖାରଜ୍
  • ||
  • କଟକ : ଅସହ୍ୟ ହେଲା ପ୍ରେମିକଙ୍କ ବ୍ଲାକମେଲ୍! ଫ୍ୟାନ୍‌ରେ ଝୁଲିପଡ଼ିଲେ ଯୁବତୀ
  • ||
  • କଟକ ଏସ୍‌ସିବି ମେଡିକାଲରେ ପହଞ୍ଚିଲା ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ମୃତଦେହ, କରାଯିବ ବ୍ୟବଚ୍ଛେଦ
  • ||
  • ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହୁତି ଘଟଣାରେ ଆକ୍ସନ୍, ASI ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି ନିର୍ଦ୍ଦେଶ
  • ||
  • ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ
  • ||
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

ମସ୍କୋରେ ରାଷ୍ଟ୍ରପତି ପୁଟିନଙ୍କୁ ସାକ୍ଷାତ କଲେ ଏନଏସ୍‌ଏ ଅଜିତ ଡୋଭାଲ

Published By : Tapas Panda | August 7, 2025 11:12 PM

Image Courtesy: hindustantimes

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲ ଗୁରୁବାର (୭ ଅଗଷ୍ଟ, ୨୦୨୫) ମସ୍କୋରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି । ଭାରତ ଏବଂ ରୁଷ ମଧ୍ୟରେ ଶକ୍ତି ଓ ପ୍ରତିରକ୍ଷା ସହଯୋଗକୁ ମଜଭୁତ କରିବା ଲକ୍ଷ୍ୟରେ ଏହି ବୈଠକ ହୋଇଛି  । ଡୋଭାଲ ବୁଧବାର ମସ୍କୋରେ ପହଞ୍ଚିଥିଲେ । ଏହା ପରେ ଅଜିତ ଡୋଭାଲ୍‌ ସୂଚନା ଦେଇଥିଲେ ଯେ, ରୁଷ ରାଷ୍ଟ୍ରପତି ପୁଟିନ ଚଳିତ ବର୍ଷ ଶେଷ ଭାଗରେ ଭାରତ ଗସ୍ତ କରିପାରନ୍ତି । 

ଏନଏସ୍‌ଏ ଡୋଭାଲ କହିଛନ୍ତି, ‘ଆମ ଭିତରେ ଗୋଟିଏ ସ୍ୱତନ୍ତ୍ର ଓ ଦୀର୍ଘ ସମୟର ସମ୍ପର୍କ ରହିଛି। ଆମେ ଏହି ସମ୍ପର୍କକୁ ସମ୍ମାନ କରୁ। ଆମେ ଗୋଟିଏ ଉଚ୍ଚସ୍ତରୀୟ ଆଲୋଚନା କରିଥିଲୁ। ରାଷ୍ଟ୍ରପତି ପୁଟିନଙ୍କ ଭାରତ ଗସ୍ତକୁ ନେଇ ଆମେ ବେଶ ଉତ୍ସାହିତ। ମୁଁ ଭାବୁଛି ଗସ୍ତର ତାରିଖ ଏବେ ଠାରୁ ପ୍ରାୟ ସ୍ଥିର ହୋଇଯିବ।’ ପୁଟିନଙ୍କ ଭାରତ ଗସ୍ତ ସମ୍ପର୍କରେ ଡୋଭାଲ ସୂଚନା ଦେଇଥିଲେ ହେଁ ମସ୍କୋ ପକ୍ଷରୁ ଏଯାଏ କିଛି ବି ପ୍ରତିକ୍ରିୟା ଆସି ନାହିଁ।

ଅଜିତ ଡୋଭାଲ ରୁଷ ସୁରକ୍ଷା ପରିଷଦ ସଚିବ ସର୍ଗେଇ ଶୋଇଗୁଙ୍କୁ ମଧ୍ୟ ଭେଟିଛନ୍ତି । ଏହି ଅବସରରେ ଶୋଇଗୁ କହିଛନ୍ତି ଯେ, ଭାରତ ଏବଂ ରୁଷ ମଧ୍ୟରେ ମଜଭୁତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି। ରାଷ୍ଟ୍ରପତି ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା କରିବା ଦୁଇ ଦେଶ ପାଇଁ ଜରୁରୀ । ଶୋଇଗୁ କହିଛନ୍ତି ଯେ, ଭାରତ ସହିତ ସ୍ୱତନ୍ତ୍ର ରଣନୈତିକ ସହଭାଗୀତାକୁ ପ୍ରତ୍ୟେକ କ୍ଷେତ୍ରରେ ସୁଦୃଢ଼ କରିବା ମସ୍କୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । 

ଉଭୟ ଦେଶ ଆଧୁନିକ ସମୟର ଚ୍ୟାଲେଞ୍ଜ ଏବଂ ବିପଦର ମିଳିତ ମୁକାବିଲା କରିବାକୁ ପ୍ରତିବଦ୍ଧ । ଭାରତ ଏବଂ ରୁଷ ଅନେକ ଦଶନ୍ଧି ଧରି ସୁରକ୍ଷା, ପ୍ରତିରକ୍ଷା, ଶକ୍ତି ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପରସ୍ପର ସହିତ ରଣନୈତିକ ଭାବରେ ଜଡିତ ବୋଲି ସର୍ଗେଇ ଶୋଇଗୁ କହିଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.