ପ୍ରମୂଖ ଖବର
  • Women's Triseries IND VS SRI; ସ୍ମୃତିଙ୍କ ଶତକୀୟ ପାଳି, ଶ୍ରୀଲଙ୍କାକୁ ୩୪୩ରନ୍‌ର ଟାର୍ଗେଟ
  • ||
  • ଏବେ ବି ଜାରି ଅପରେସନ୍ 'ସିନ୍ଦୂର', ଭାରତୀୟ ବାୟୁସେନା ଦେଲା ବଡ଼ ସୂଚନା
  • ||
  • ବଲାଙ୍ଗୀର : ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଗୁରୁତର
  • ||
  • ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ତିନି ସେନା ମୁଖ୍ୟ, ପିଏମ୍‌ଙ୍କ ବାସ ଭବନ ପ୍ରତିରକ୍ଷା ମନ୍ତ୍ରୀ, ଏନ୍ଏସଏଙ୍କ ସମେତ ସିଡିଏସ
  • ||
  • ମୟୂରଭଞ୍ଜ : ବିଲରୁ ନବଜାତକର ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ସୁନ୍ଦରଗଡ଼ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ପୋଡ଼ୋଶୀକୁ କଟୁରୀରେ ହାଣି ହତ୍ୟା
  • ||
  • ଆସନ୍ତା ସପ୍ତାହରେ ଯୁକ୍ତ ଦୁଇ ରେଜଲ୍ଟ,ସିବିଏସ୍‌ଇ ଦଶମ, ଦ୍ୱାଦଶ ଫଳ ବି ପ୍ରକାଶ ପାଇବ
  • ||
  • ରଥଖଳା ହାଲ୍‌ଚାଲ୍‌... ଆଜି ଗୁଜ ଅନୁକୂଳ କରିବେ ରୂପକାର, ଚକ ତିଆରି ପାଇଁ ଖୋଳାହେବ ଯନ୍ତାଗାଡ଼
  • ||
  • ମହିଳା ତ୍ରିରାଷ୍ଟ୍ରୀୟ ସିରିଜ୍‌: ଆଜି ଭାରତ-ଶ୍ରୀଲଙ୍କା ଫାଇନାଲ ଫାଇଟ୍‌, ଟିମ୍‌ ଇଣ୍ଡିଆ ପଲ୍ଲା ଭାରି
  • ||
  • ବାଲେଶ୍ୱର : ଗୋରୁ ବୋଝେଇ ଟ୍ରକ୍‌ ଜବତ: ୪୦ ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର, ଡ୍ରାଇଭର ଫେରାର
  • ||
  • ଶ୍ରୀମନ୍ଦିରରେ ଶ୍ରୀନୃସିଂହ ଦେବଙ୍କ ଜନ୍ମ ନୀତି, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ମୁକ୍ତିମଣ୍ଡପସ୍ଥ ଖଟୁଲିରେ ବିଜେ ହେବେ
  • ||
  • ଭୁବନେଶ୍ୱର : ୪୪୦ଭୋଲ୍ଟ ତାରରୁ ଘରେ ଲାଗିଲା ନିଆଁ, ଅଳ୍ପକେ ବର୍ତିଲେ ପରିବାର ଲୋକେ
  • ||
  • ଏଥର ଆଗୁଆ ଆସିବ ମୌସୁମୀ, ଓଡ଼ିଶାକୁ ବି ଶୀଘ୍ର ଛୁଇଁପାରେ: ୫ ଦିନ ଯାଏ ପ୍ରଚଣ୍ଡ ତାତି, ଗୁଳୁଗୁଳିରୁ ମିଳିବନି ତ୍ରାହି
  • ||

'ଆତଙ୍କବାଦୀଙ୍କ ଉପରେ ଆକ୍ସନ ଦରକାର ଥିଲା'; ଯୁଦ୍ଧବିରତି ପରେ ଚୀନକୁ ସିଧା କହିଲେ NSA ଡୋଭାଲ୍

Published By : Ankita S | May 11, 2025 12:29 PM

ନୂଆଦିଲ୍ଲୀ,୧୧/୦୫: ଆମେରିକାର ମଧ୍ୟସ୍ଥତାର ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହୋଇଛି । ଭାରତର ପ୍ରଚଣ୍ଡ ଆକ୍ରମଣରେ ଭୟଭୀତ ହୋଇ ପାକିସ୍ତାନ ତୁରନ୍ତ ଯୁଦ୍ଧ ବନ୍ଦ କରିବା ଲାଗି ଆମେରିକା ମଧ୍ୟସ୍ଥତାରେ ପ୍ରସ୍ତାବ ଦେଇଥିଲା । ଯୁ୍ଦ୍ଧବିରତି ପରେ ଭାରତର ଜେମ୍ସ ବଣ୍ଡ ଏନଏସଏ ଅଜିତ୍ ଡୋଭାଲ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହିତ ଆଲୋଚନା କରିଥିଲେ । ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ଆତଙ୍କବାଦୀଙ୍କ ଉପରେ ଭାରତର କାର୍ଯ୍ୟାନୁଷ୍ଠାନ ଅର୍ନିବାର୍ଯ୍ୟ ଥିଲା । ଯୁଦ୍ଧ ଭାରତର ପସନ୍ଦ ନୁହେଁ ବୋଲି କହିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ।

ଚୀନ ସହ କଥାବାର୍ତ୍ତା ହୋଇ ଅଜିତ୍ ଡୋଭାଲ କହିଛନ୍ତି, ''ଯୁଦ୍ଧ ଭାରତର ପସନ୍ଦ ନୁହେଁ । ପହଲଗାମ ଆତଙ୍କୀ ଆକ୍ରମଣ ପରେ ଆତଙ୍କୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାର ଥିଲା । ପହଲଗାମ ଆତଙ୍କୀ ହମଲାରେ ନିର୍ଦ୍ଦୋଶଙ୍କ ଜୀବନ ଯାଇଛି । ଏହାପରେ ଆତଙ୍କୀ ଠିକଣାରେ କାର୍ଯ୍ୟାନୁଷ୍ଠାନ ନେବା ଦରକାର ଥିଲା । ଯୁଦ୍ଧ କେବେ ବି ଭାରତର ପସନ୍ଦ ନୁହେଁ । ଭାରତ ବିଶ୍ୱାସ କରେ କି ଯୁଦ୍ଧ କେବେ ବି କାହା ହିତରେ ନୁହେଁ । ଭାରତ ଏହି ଯୁଦ୍ଧବିରାମ ପାଇଁ ପ୍ରତିବଦ୍ଧ । ଖୁବଶୀଘ୍ର କ୍ଷେତ୍ରୀୟ ଶାନ୍ତି ଏବଂ ସ୍ଥିରତା ଆଣିବାକୁ ପଦକ୍ଷେପ ନିଆଯିବ ।''

ଅଧିକ ପଢନ୍ତୁ...ଭାରତ-ପାକିସ୍ତାନ ଯୁଦ୍ଧବିରତି ଡିଲ୍; ଶୁଭୁନି ଗୁଳିଗୋଳା ଶଦ୍ଦ,ଜମ୍ମୁରେ ଫେରୁଛି ସ୍ୱାଭାବିକତା, ଜାଣନ୍ତୁ ୧୦ଟି ପରିବର୍ତ୍ତନ

ଅଜିତ୍ ଡୋଭାଲଙ୍କ କଥାରେ ସହମତି କରି ଚୀନ ବୈଦେଶିକ ମନ୍ତ୍ରୀ କହିଥିଲେ, ଚୀନ ମଧ୍ୟ ସବୁ ପ୍ରକାର ଆତଙ୍କବାଦ ବିରୋଧ କରେ । ଏହା ସହିତ ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣକୁ ମଧ୍ୟ ନିନ୍ଦା କରୁଛି । ଏସିୟାରେ ଶାନ୍ତି ସ୍ଥାପନ କରିବାକୁ ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତି ରହିବା ଜରୁରୀ ।

କହି ରଖୁଛି କି, ଭାରତ ଓ ପାକିସ୍ତାନ ମଧ୍ୟରେ ପହଲଗାମ ଆତଙ୍କୀ ଆକ୍ରମଣ ପରେ ଉତ୍ତେଜନା ଜାରି ରହିଛି । ଭାରତର 'ଅପରେସନ୍‌ ସିନ୍ଦୂର' ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧି ସ୍ଥିତି ଉପୁଜିଥିଲା । ପାକିସ୍ତାନ ଭାରତର ସୀମାବର୍ତ୍ତୀ ଅଞ୍ଚଳରେ ଡ୍ରୋନ୍ ମାଡ କରିଥିଲା । ଏହାର କଡା ଜବାବ୍ ଦେଇଥିଲା ଭାରତ । ପାକ୍‌ର ଡିଫେନ୍ସ ସିଷ୍ଟମ, ଏୟାରବେସ୍‌କୁ ଛାରଖାର କରିଥିଲା ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.