ଭୁବନେଶ୍ୱର,୨୨/୦୬: ଜାତୀୟ ଶିକ୍ଷକ ଯୋଗ୍ୟତା  ପରୀକ୍ଷା (ଏନ୍‌ଟିଇଟି) ୨୦୨୫ ଆବେଦନ ଆସନ୍ତା ୨୩  ତାରିଖରେ ଶେଷ ହେବ ।୨୪ ତାରିଖ ସୁଦ୍ଧା ଆବେଦନ ଫି  ଦାଖଲ ପାଇଁ ସୁଯୋଗ ମିଳିବ । ଜୁନ୍‌ ୪ରୁ ଏହି ପରୀକ୍ଷା ପାଇଁ  ଅନ୍‌ଲାଇନ ଆବେଦନ ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ,  ଇଣ୍ଡିଆନ୍‌ ସିଷ୍ଟମ ମେଡିସିନ୍‌ ଆଣ୍ଡ ହୋମିଓପାଥିରେ  ସ୍ନାତକୋତ୍ତର କରି ଶିକ୍ଷକତା କରିବା ଚାହୁଁଥିଲେ ଏହି  ଏନ୍‌ଟିଇଟି ପରୀକ୍ଷା ଆବଶ୍ୟକ । ଜୁଲାଇ ୧୭ରେ ଏହି  ପରୀକ୍ଷା ହେବ । ଏ ନେଇ ସମସ୍ତ ସୂଚନା ଏନ୍‌ଟିଏ  ୱେବ୍‌ସାଇଟ୍‌  www.nta.ac.inରେ ଉପଲବ୍ଧ ।