ପ୍ରମୂଖ ଖବର
  • ଭାରତ ଉପରେ ଟ୍ରମ୍ପଙ୍କ ଟାରିଫ୍ ବମ୍ : ୨୫% ଶୁଳ୍କ ସହ ଜରିମାନା ଲଗାଇଲା ଆମେରିକା, ୧ ଅଗଷ୍ଟରୁ ହେବ ଲାଗୁ
  • ||
  • ଗଲୱାନର ଚାରବାଗ ଅଞ୍ଚଳରେ ସେନା ଗାଡ଼ି ଉପରେ ଖସିଲା ପଥର; ୨ ଅଧିକାରୀ ସହିଦ, ୩ ଗୁରୁତର
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ୬ ଜଣ ଗିରଫ
  • ||
  • ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର
  • ||
  • ନଦୀରେ ଖସିଲା ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌, ଉଦ୍ଧାରକାର୍ଯ୍ୟ ଜାରି
  • ||
  • କନ୍ଧମାଳ : ସାପ କାମୁଡ଼ାରେ ଚାଲିଗଲା ୨ ଜଣଙ୍କ ଜୀବନ
  • ||
  • ଇସ୍ରୋ-ନାସାର ମିଶନ୍ 'ନିସାର'; ଅପରାହ୍ନ ୫ଟା ୪୦ରେ ଶ୍ରୀହରିକୋଟ୍ଟାରୁ ଲଞ୍ଚ, ୧୨ ଦିନରେ ପୃଥିବୀକୁ କରିବ ସ୍କାନ
  • ||
  • ଖୋର୍ଦ୍ଧାରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ବଢ଼ିଲା ଚିନ୍ତା, ଚିଲିକା ଓ ନନ୍ଦନକାନନକୁ ସତର୍କତା ଜାରି
  • ||
  • ଆହୁରି କଲବଲ କରିବ ବର୍ଷା, ଆଜି ୧୫ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ
  • ||
  • ଶୁକ୍ରବାର ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ବନ୍ଦ ରହିବ ଜଳ ଯୋଗାଣ,ଆଗୁଆ ସଂରକ୍ଷିତ କରି ରଖନ୍ତୁ ପାଣି
  • ||
  • ଜମ୍ମୁ-କାଶ୍ମୀର ପୁଞ୍ଚରେ ଏନ୍‌କାଉଣ୍ଟର, ୨ ଆତଙ୍କୀ ନିହତ, ସର୍ଚ୍ଚ ଅପରେସନ୍ ଜାରି
  • ||
  • 'ନିସାର' କାଉଣ୍ଟଡାଉନ୍‌, ଇସ୍ରୋ-ନାସାର ମିଳିତ ମହାମିଶନ୍, ଅପରାହ୍ନ ୫ଟା୪୦ର ଲଞ୍ଚ ହେବ ମହଙ୍ଗା ସାଟେଲାଇଟ୍‌ ନିସାର
  • ||
  • ଭୂକମ୍ପ ଝଟକାରେ ଥରିଲା ଋଷ, ୮.୭ ତୀବ୍ରତା ରେକର୍ଡ, ଜାପାନରୁ ଆମେରିକା ଯାଏ ପ୍ରଭାବ, ସୁନାମୀ ଆଲର୍ଟ
  • ||
  • ଗାଜାରେ ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ, ୬୨ ମୃତ,ଶତାଧିକ ଆହତ,
  • ||

ରାଜ୍ୟରେ ମାତିଛନ୍ତି ନକଲି ଡାକ୍ତର : ‘ଆଣ୍ଟି କ୍ୱାକେରୀ ସେଲ୍’ର ଭାଙ୍ଗୁନି ନିଦ, ଭୁଲ୍ ଚିକିତ୍ସା ପାଇଁ ଅକାଳରେ ଚାଲିଯାଉଛି ଜୀବନ

Published By : Rasmita Pradhan | July 30, 2025 8:00 AM

image source : Medical Dialogues

ଭୁବନେଶ୍ୱର, ୩୦/୦୭ : ରାଜ୍ୟରେ ମାତିଛନ୍ତି ନକଲି ଡାକ୍ତର। ରୋଗୀଙ୍କ କଷ୍ଟ ଲାଘବ ପରିବର୍ତ୍ତେ ଆହୁରି ବଢାଇ ଦେଉଛନ୍ତି ଯନ୍ତ୍ରଣା। ଭୁଲ୍ ଚିକିତ୍ସା ପାଇଁ ଅକାଳରେ ଚାଲିଯାଉଛି ଜୀବନ। ସବୁ ଦେଖିବି ସ୍ଵାସ୍ଥ୍ୟ ବିଭାଗ ଚୁପ୍। କାଗଜ କଲମରେ ସୀମିତ ରହିଛି ‘ଆଣ୍ଟି କ୍ୱାକେରୀ ସେଲ୍’। ନାହିଁ କାର୍ଯ୍ୟାନୁଷ୍ଠାନ ଭୟ। ସବୁଠୁ ସମ୍ଵେଦନଶୀଳ ପ୍ରସଙ୍ଗ ଆଦିବାସୀ ବହୁଳ ଜିଲ୍ଲା ଗୁଡ଼ିକରେ ଅଛନ୍ତି ଅଧିକ ନକଲି ଡାକ୍ତର। ଗ୍ରାମାଞ୍ଚଳରେ ଲୋକଙ୍କୁ ବୋକା ବନେଇ କରୁଛନ୍ତି ଉତ୍ପାତ। 

ବଲାଙ୍ଗୀର ଜିଲ୍ଲା ତୁରକେଲା ଅଞ୍ଚଳରୁ ଏବେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ। ତୁରେକେଲା ଥାନା ମହୁଲପାଟି ଗାଁର ଭବାନୀ ପୁଟା ଗୋଡ଼ ହାତ ଯନ୍ତ୍ରଣା ପାଇଁ ନକଲି ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ଯାଇଥିଲେ। ସେ କି ଇଞ୍ଜେକ୍ସନ ଦେଲେ ଯେ ଭବାନୀଙ୍କ ଜୀବନ ଚାଲିଗଲା । ଭବାନୀଙ୍କ ମୃତ୍ୟୁ ପରେ ସଂପୃକ୍ତ ନକଲି ଡାକ୍ତର ଫେରାର୍‌ ହୋଇଗଲେ। ଭବାନୀଙ୍କ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ସେହିପରି ଜୁନ୍‌ ୬ରେ ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ଗାଁରେ ପଶ୍ଚିମବଙ୍ଗର ନକଲି ଡାକ୍ତର ଧରାପଡ଼ିଥିଲେ । ସେ ନକଲି କ୍ଲିନିକ୍‌ ଚଳାଇଥିଲେ । ଭୁଲ ଚିକିତ୍ସା ଯୋଗୁ ରୋଗୀଙ୍କ ଯନ୍ତ୍ରଣା ବଢ଼ିଯାଇଥିଲା । ଅନ୍ୟ ଏକ ସ୍ଥାନରେ ମଧ୍ୟ ରୋଗୀଙ୍କ ଜୀବନ ଯାଇଥିଲା । ଗତବର୍ଷ ନବରଙ୍ଗପୁର ରାଇଘର ତୁମୁଡ଼ି ଓ କୁମୁଲି ଗାଁରେ ନକଲି ଡାକ୍ତରଙ୍କ ପାଇଁ ୨ଜଣଙ୍କ ଜୀବନ ଯାଇଥିଲା । ସେହିପରି ୨୦୨୩ରେ କଳାହାଣ୍ଡିରେ ମଧ୍ୟ ଜଣେ ମହିଳାଙ୍କ ଜୀବନ ଯାଇଥିବା ଅଭିଯୋଗ ଥିଲା । ପ୍ରତି ଜିଲ୍ଲାରେ ଏଭଳି ଅଭିଯୋଗ ନିୟମିତ ଜାରି ରହିଛି । ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବକୁ ନେଇ ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ ମଧ୍ୟ ଏନ୍‌ଏଚ୍‌ଆରସିରେ ଅଭିଯୋଗ କରିଥିଲେ । ସେ ଦର୍ଶାଇ ଥିଲେ ଗଞ୍ଜାମ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗତପତି ଓ ରାୟଗଡ଼ାରେ ନକଲି ଡାକ୍ତରଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । 

ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ, ରାଜ୍ୟରେ ନକଲି ଡାକ୍ତରଙ୍କୁ ଧରିବା ପାଇଁ ୨୦୨୪ ଏପ୍ରିଲ୍‌ ୨୪ରେ ‘ଆଣ୍ଟି କ୍ୱାକେରୀ ସେଲ’ ଗଠନ ହୋଇଛି।  ସ୍ୱାସ୍ଥ୍ୟ ବିଭାଗ ଜିଲ୍ଲାସ୍ତରୀୟ ‘ଆଣ୍ଟି-କ୍ୱାକେରୀ’ ସେଲ୍‌ ଗଠନ କରିଛି । ଏହି ଜିଲ୍ଲାସ୍ତରୀୟ ୫ ଜଣିଆ ସେଲ୍‌ରେ ଜିଲ୍ଲାପାଳଙ୍କ ପ୍ରତିନିଧି, ଏସ୍‌ପିଙ୍କ ପ୍ରତିନିଧି, ସିଡିଏମ୍‌, ପିଏଚ୍‌ଓ, ଜିଲ୍ଲା ନ୍ୟାୟିକ ସେବା ପ୍ରାଧିକରଣର ପ୍ରତିନିଧି ଏବଂ ଭାରତୀୟ ମେଡିକାଲ ଆସୋସିଏସନ୍‌ର ଜଣେ ପ୍ରତିନିଧି ସଦସ୍ୟ ରହିଛନ୍ତି । ପ୍ରତି ୧୫ ଦିନରେ ଥରେ ସେଲ୍‌ ଜିଲ୍ଲାରେ ନକଲି ଡାକ୍ତରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ରିପୋର୍ଟ ସ୍ୱାସ୍ଥ୍ୟ ବିଭାଗକୁ ପ୍ରଦାନ କରିବେ। ହେଲେ କ୍ରମାଗତ ଭାବେ ନକଲି ଡାକ୍ତର ଧରାପଡ଼ିବା ପରେ ଏହି ସେଲ୍‌ କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଦି କୌଣସି ସ୍ଥାନରେ ନକଲି ଡାକ୍ତରଙ୍କ ଚିକିତ୍ସା ସମ୍ପର୍କରେ ସୂଚନା ମିଳେ, ସେଲ୍‌ ତୁରନ୍ତ ଚଢ଼ାଉ କରିବ। ଲୋକେ ଅଭିଯୋଗ କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସାମାଜିକ ଗଣମାଧ୍ୟମରୁ ଜଣାପଡ଼ିଲେ ବି ସେଲ୍‌ ପଦକ୍ଷେପ ନେବ । କିନ୍ତୁ ପଦକ୍ଷେପ କିଛି ନିଆ ଯାଉନଥିବା ଅଭିଯୋଗ ହୋଇଛି। 

ସୂଚନାଯୋଗ୍ୟ, ରାଜ୍ୟରେ ନକଲି ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ୨୦୧୯ରେ ‘ଓଡ଼ିଶା ଷ୍ଟେଟ୍‌ ଲିଗାଲ୍‌ ସର୍ଭିସେସ ଅଥୋରିଟି’ ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ ହୋଇଥିଲା । ଏହାର ଶୁଣାଣି କରି ୧୨ ଡିସେମ୍ବର ୨୦୨୨, ୨୨ ଜୁନ୍‌ ୨୦୨୩ ଓ ୨୭ ଫେବ୍ରୁଆରୀ ୨୦୨୪ରେ ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ରିପୋର୍ଟ ତଲବ କରିଥିଲେ । ସଚିବ ଓଡ଼ିଶା କାଉନସିଲ୍‌ ଅଫ୍‌ ମେଡିକାଲ ରେଜିଷ୍ଟ୍ରେସନ୍‌ (ଓସିଏମ୍‌ଆର)ରେ ୩୫ ହଜାର ଏଲୋପାଥିକ୍‌ ଡାକ୍ତର ପଞ୍ଜିକୃତ ହୋଇଥିବା ଜଣାଇଥିଲେ। 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.