ପ୍ରମୂଖ ଖବର
  • ସମ୍ବଲପୁର : ଲୁହା ଖଣ୍ଡ ପଡି ବୁଢାରାଜା ୟୁପି ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଅକ୍ଟୋବର ୨ ରୁ କଂଗ୍ରେସର ସମ୍ବିଧାନ ବଞ୍ଚାଅ ସତ୍ୟାଗ୍ରହ, ୧୪୭ ନିର୍ବାଚନ ମଣ୍ଡଳୀରେ ହେବ ପଦଯାତ୍ରା
  • ||
  • ଇସ୍ତଫା ଦେଲେ କର୍ଣ୍ଣାଟକର ମନ୍ତ୍ରୀ କେ.ଏନ. ରାଜନ୍ନା
  • ||
  • ମୟୂରଭଞ୍ଜ : ବାଇକ୍‌ ଦୁର୍ଘଣାରେ ୨ମୃତ, ଦୁଇ ଗୁରୁତର
  • ||
  • ବରଗଡ଼: ଫୁଟବଲ୍‌ ପଡ଼ିଆରୁ ନାବାଳିକା ଜଳିଯିବା ଘଟଣା , ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ମେଡିକାଲରେ ଚାଲିଗଲା ଜୀବନ
  • ||
  • ସିବିଏସ୍‌ଇର ନୂଆ ନିୟମ; ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ନବମ ଶ୍ରେଣୀରେ ଲାଗୁ ହେବ
  • ||
  • ଭୁବନେଶ୍ୱର : ଦୟା ୱେଷ୍ଟ କୋନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ସଂସଦରେ ଉପସ୍ଥାପନ ହେବ ସଂଶୋଧିତ ଆୟକର ବିଲ୍, ଆଜି ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ସୋମବାରଠୁ ଭାରତ-ପାକିସ୍ତାନ ସମରାଭ୍ୟାସ, ପହଲଗାମ ହମଲା ଓ ଅପରେସନ ସିନ୍ଦୂର ପରେ ଉଭୟ ଦେଶ ଦେଖାଇବେ ଦମ୍
  • ||
  • ସିବିଏସ୍‌ଇର ନୂଆ ନିୟମ, ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ କାର୍ଯ୍ୟକାରୀ
  • ||
  • ମୋହନା ଥାନା କୁଙ୍କୁଣୀ ଗାଁରେ ଚାଞ୍ଚଲ୍ୟ, ସ୍ତ୍ରୀକୁ କାତିରେ ହାଣି ମାରିଲା ସ୍ୱାମୀ, ଅଭିଯୁକ୍ତ ଥାନାରେ ଅଟକ
  • ||
  • ଆମେରିକା ଉପରେ ପାଲଟା ଟାରିଫ ଲଗାଇପାରେ ଭାରତ, କିଛି ସାମଗ୍ରୀ ଉପରେ ଲାଗୁ ହୋଇପାରେ ୫୦% ଶୁଳ୍କ
  • ||
  • ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ୧୨ ଘଣ୍ଟିଆ ହରତାଳ
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍‌, ଆଜିଠୁ ୨ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ
  • ||
  • ଆଜି ଆରବସାଗରରେ ଭାରତ-ପାକିସ୍ତାନର ସମରାଭ୍ୟାସ, ଦୁଇ ଦେଶର ନୌସେନା ଦେଖାଇବେ ଶକ୍ତି
  • ||
  • ୧୩ରେ ଲଘୁଚାପ, କାଲିଠୁ ବଡ଼ ବର୍ଷା: ତିନି ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ ଜାରି
  • ||

ଦକ୍ଷିଣ କୋରିଆ ସେନାରେ ସୈନ୍ୟ ଅଭାବ; ପ୍ରତିରକ୍ଷା ବିଭାଗକୁ ମିଳୁନାହାନ୍ତି ଯବାନ ପିଲା

Published By : Harapriya Sethi | August 11, 2025 11:30 AM

ନୂଆଦିଲ୍ଲୀ, ୧୧/୦୮: ଗତ ୬ବର୍ଷ ଭିତରେ ଦକ୍ଷିଣ କୋରିଆ ସେନାରେ ଯବାନଙ୍କ ସଂଖ୍ୟା ୨୦ ପ୍ରତିଶତ ହ୍ରାସ ପାଇଛି । କାରଣ ସେଠାରେ ପୁରୁଷଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି । ଏହାର ପ୍ରମୁଖ କାରଣ ହେଉଛି ବିଶ୍ୱରେ ସବୁଠାରୁ କମ୍ ଜନ୍ମହାର । ଯାହା ହାରାହାରି ୦.୭୫ ରହିଛି । ପ୍ରତିରକ୍ଷା ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ, ୨୦୧୯ରୁ ୨୦୨୫ ମଧ୍ୟରେ ୨୦ ବର୍ଷୀୟ ଯୁବକଙ୍କ ସଂଖ୍ୟା ୩୦ ପ୍ରତିଶତ ହ୍ରାସ ପାଇଛି  । ତେଣୁ ସେନାରେ ସୈନ୍ୟଙ୍କ ସଂଖ୍ୟା ୨ ଲକ୍ଷ ୩୦ ହଜାରକୁ ଖସିଆସିଛି । ସାଧାରଣତଃ ଅଧିକାଂଶ ପୁରୁଷ ଏହି ବୟସରେ ହିଁ ସେନାରେ ଯୋଗ ଦେଇଥାନ୍ତି । ତେବେ ଏଭଳି ସ୍ଥିତିରେ ବର୍ତ୍ତମାନ ସେନାରେ ଅଧିକାରୀଙ୍କ ଅଭାବ ଦେଖା ଦେଇଛି । ଯାହା ଭବିଷ୍ୟତରେ ଅନେକ କାର୍ଯ୍ୟରେ ବାଧା ସୃଷ୍ଟି କରିବ । 

ଏହି ରିପୋର୍ଟ ଶାସକ ଡେମୋକ୍ରାଟିକ ପାର୍ଟିର ସାଂସଦ ଚୁ ମୀ-ଏଙ୍କୁ ଦିଆଯାଇଥିଲା ଏବଂ ତାଙ୍କ  କାର୍ଯ୍ୟାଳୟ ତରଫରୁ ଏହା ଜାରି ହୋଇଥିଲା । ଦକ୍ଷିଣ କୋରିଆର ସେନା ବିଂଶ ଶତାବ୍ଦୀ ପ୍ରାରମ୍ଭରୁ ନିରନ୍ତର ଭାବେ ହ୍ରାସ ପାଉଛି । ହେଲେ ଏହା ପୂର୍ବରୁ ପ୍ରାୟ ୬ଲକ୍ଷ ୯୦ ହଜାର ସୈନ୍ୟ ସେନା ବାହିନୀରେ ଥିଲେ । ତେବେ ୨୦୧୦ର ଶେଷ ସମୟରେ ସୈନ୍ୟମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ହୋଇ ୪ଲକ୍ଷ ୫୦ ହଜାରରେ ପହଞ୍ଚିଥିଲା । ସେପଟେ ଉତ୍ତର କୋରିଆ ପାଖରେ ୨୦୨୨ରେ ପାଖାପାଖି ୧୨ ଲକ୍ଷ ସକ୍ରିୟ ସୈନିକଙ୍କ ସେନା ବାହିନୀ ଥିଲା । 

୫୦ ହଜାର ସୈନିକଙ୍କ ଅଭାବର ସାମ୍ନା କରୁଛି ଦକ୍ଷିଣ କୋରିଆ-

ଦକ୍ଷିଣ କୋରିଆ ବିଶ୍ୱର ସବୁଠାରୁ ଶୀଘ୍ର ବୁଢା ହେଉଥିବା ଦେଶରେ ସାମିଲ ହୋଇଛି। ୨୦୨୪ରେ ଏଠାକାର ପ୍ରଜନନ ହାର ବିଶ୍ୱରେ ସବୁଠାରୁ କମ୍ ହୋଇ ୦.୭୫ ରହିଥିଲା । ଯାହା ଦର୍ଶାଉଛି ଯେ, ଜଣେ ମହିଳା ତାଙ୍କ ଜୀବନ କାଳରେ କେତୋଟି ସନ୍ତାନ ଜନ୍ମ କରି ପାରୁଛନ୍ତି । ୨୦୨୦ରେ ଦକ୍ଷିଣ କୋରିଆର ଜନସଂଖ୍ୟା ୫୧.୮ ମିଲିୟନରେ ପହଞ୍ଚିଥିବା ବେଳେ ୨୦୭୨ ସୁଦ୍ଧା ଏହା ହ୍ରାସ ପାଇ ୩୬.୨ ମିଲିୟନ୍ ହୋଇପାରେ । ଦକ୍ଷିଣ କୋରିଆର ପ୍ରତିରକ୍ଷା ବଜେଟ୍ ୨୦୨୫ରେ ୬୧ ଟ୍ରିଲିୟନରୁ ଅଧିକ ରହିଛି । ଯାହା ଉତ୍ତର କୋରିଆର ଅର୍ଥବ୍ୟବସ୍ଥା ଠାରୁ ମଧ୍ୟ ବଡ଼ । ଏହା ସତ୍ତ୍ୱେ ମନ୍ତ୍ରାଳୟ କହିଛି ଯେ, ଦେଶର ସେନା ବର୍ତ୍ତମାନ ୫୦ହଜାର ସୈନିକଙ୍କ ଅଭାବ ଦେଇ ଗତି କରୁଛି । ଏଥିରୁ ୨୧ ହଜାର ନନ୍-କମିଶନ୍ଡ ଅଫିସର୍ ପଦବୀରେ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.