ଭୁବନେଶ୍ଵର, ୧୧/୧୧ : ବଦଳିଲା ନର୍ସଙ୍କ ଡ୍ରେସ୍ କୋଡ୍। ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ଅଧୀନ ନର୍ସଙ୍କ ଡ୍ରେସ୍ କୋଡ୍ ପରିବର୍ତ୍ତନ କରାଯାଇଛି।ଡ୍ରେସ୍ କୋଡ୍ରେ ସମ୍ବଲପୁରୀ ଛିଟ ରହିବ। ନର୍ସିଂ ଅଫିସରଙ୍କ ୟୁନିଫର୍ମ କଲାରରେ ସମ୍ବଲପୁରୀ ଝଲକ ଦେଖିବାକୁ ମିଳିବ। ଓଡ଼ିଶା ନର୍ସିଂ କର୍ମଚାରୀ ସଙ୍ଘ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି ।
ସୂଚନାନୁଯାୟୀ, ଡ୍ରେସ୍ କୋଡ୍ ପରିବର୍ତ୍ତନ ହେବାପରେ ସିନିୟର୍ ନର୍ସିଂ ଅଫିସର ଈଷତ୍ ବାଇଗଣୀ ରଙ୍ଗର ପୋଷାକ ପିନ୍ଧିବେ। ସେହିପରି ଆସିଷ୍ଟାଣ୍ଟ ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ ଲାଇଟ୍ ନୀଳ ରଙ୍ଗର ପୋଷାକ ପିନ୍ଧିବେ। ଡେପୁଟି ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ/ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ ଧଳା ରଙ୍ଗର ପୋଷାକ ପିନ୍ଧିବେ। ସେଥିରେ ଥିବା ଆଫ୍ରନ୍ର କଲାର୍ ସମ୍ବଲପୁରୀ ଛିଟ ରହିବ। ଜେନେରାଲ୍ ୱାର୍ଡରେ କାର୍ଯ୍ୟରତ ନର୍ସ ଧଳା ରଙ୍ଗର ଆପ୍ରନ୍ ପିନ୍ଧିବେ। ଅନ୍ୟପଟେ ପୁରୁଷ ଡେପୁଟି ନର୍ସିଂ ସୁପରିଟେଣ୍ଡେଣ୍ଟଙ୍କ ଧଳା ଜାକେଟର କଲାରରେ ରହିବ ସମ୍ବଲପୁରୀ ଛିଟ।