ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

‘ଷ୍ଟାର୍‌ କିଡ୍‌ଙ୍କୁ ଫିଲ୍ମ, ଆମକୁ ମିଳୁନି’...ବଲିଉଡ୍‌ର ପ୍ରିୟାପ୍ରୀତି ପରମ୍ପରାକୁ ନେଇ କହିଲେ ନୁସ୍‌ରତ

Published By : Krishna Priya | April 22, 2025 9:08 AM

ମୁମ୍ବାଇ ୨୨/୦୪: ଅପ୍‌କମିଙ୍ଗ ଫିଲ୍ମ ‘ଛୋରୀ-୨’କୁ ନେଇ ଚର୍ଚ୍ଚାରେ ଅଛନ୍ତି ନୁସ୍‌ରତ ଭରୁଚା । ନିକଟରେ ଏକ ପଡ୍‌କାଷ୍ଟ ସାକ୍ଷାତକାରରେ ବଲିଉଡ୍‌ର ପ୍ରିୟାପ୍ରୀତି ପରମ୍ପରା ବିଷୟରେ ସେ ଖୋଲା କଥା ହୋଇଛନ୍ତି । ୟୁଟ୍ୟୁବ୍‌ ପଡ୍‌କାଷ୍ଟ ହୋଷ୍ଟ୍‌ ଶୁଭଙ୍କର ମିଶ୍ରାଙ୍କ ସହ ବାର୍ତ୍ତାଳାପରେ ସେ କହିଛନ୍ତି, ଷ୍ଟାର୍‌ କିଡ୍‌ମାନଙ୍କୁ ନିଶ୍ଚିତ ଭାବେ ଫାଇଦା ମିଳେ । କାରଣ ଇଣ୍ଡଷ୍ଟ୍ରି ବିଷୟରେ ଓ ଏହାର ଲୋକଙ୍କୁ ସେମାନେ ଜାଣନ୍ତି । ନ ଜାଣିଲେ ମଧ୍ୟ ସେମାନଙ୍କ ମା’ବାପା ଜାଣନ୍ତି । ସେଥିପାଇଁ ସେମାନେ ସେହି ସ୍ଥାନରେ ପହଞ୍ଚିପାରନ୍ତି, ଯେଉଁଠି ନୁସ୍‌ରତ ପହଞ୍ଚି ପାରିବେ ନାହିଁ ।

ଯଦି କୌଣସି ପ୍ରଯୋଜକ କିମ୍ବା ନିର୍ଦ୍ଦେଶକଙ୍କୁ ସେ ଭେଟିବାକୁ ଚାହିଁବେ, ତାଙ୍କ ଫୋନ୍‌ ନମ୍ବର କେଉଁଠୁ ପାଇବେ ଏବଂ କାହାକୁ ପଚାରିବେ ବୋଲି ନୁସରତ କହିଛନ୍ତି । ସୋନାକ୍ଷୀ ଓ ଶ୍ରଦ୍ଧା କପୁରଙ୍କ ଭଳି ଷ୍ଟାର୍‌ କିଡ୍‌ଙ୍କୁ ନେଇ ସେ କହିଛନ୍ତି, ସେମାନଙ୍କୁ ନେପୋ କିଡ୍‌ସ କହିବା ଉଚିତ୍‌ ନୁହେଁ । ଏ ଶବ୍ଦ ତାଙ୍କର ପସନ୍ଦ ନୁହେଁ । କାରଣ ସମସ୍ତେ ନିଜ ନିଜ କ୍ଷେତ୍ରରେ ସଂଘର୍ଷ କରନ୍ତି । କିନ୍ତୁ କିଛି ମାର୍ଗ ସେମାନଙ୍କ ପାଖରେ ଅଛି, ତାହା ତାଙ୍କ ପାଖରେ ନାହିଁ ବୋଲି ନୁସ୍‌ରତ କହିଛନ୍ତି । ଇଣ୍ଡଷ୍ଟ୍ରିର କିଛି ନିର୍ଦ୍ଦେଶକ ତାଙ୍କ ଯାତ୍ରାରେ ଯୋଡ଼ି ହୋଇଛନ୍ତି, ଯାହାଙ୍କୁ ନୁସ୍‌ରତ ନିଜ ପରିବାର ଭଳି ଦେଖନ୍ତି । ବିଶାଲ ଫୁରିୟାଙ୍କ ‘ଛୋରୀ-୨’ ଓଟିଟିରେ ମୁକ୍ତିଲାଭ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.