ନୂଆଦିଲ୍ଲୀ : ସଣ୍ଡେ ହୋ ୟା ମଣ୍ଡେ ରୋଜ ଖାଓ ଅଣ୍ଡେ...। ଡେଲି ଅଣ୍ଡା ଖାଇବାର ପରାମର୍ଶ ତ ଯେକେହି ଦେଇଥାଏ, କିନ୍ତୁ କେହି ଏହା କହୁ ନାହାନ୍ତି ଯେ, ଗୋଟିଏ ଦିନରେ କେତୋଟି ଅଣ୍ଡା ଖାଇବା ନିରାପଦ। ଅଣ୍ଡା ଏକ ଶସ୍ତା ଓ ଖୁବ୍ ଭଲ ପ୍ରୋଟିନ ସୋର୍ସ ହୋଇଥାଏ, ଏଥିପାଇଁ ସକାଳର ଜଳଖିଆରୁ ନେଇ ଜିମ୍ ଡାଇଟ୍ ଯାଏ, ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। କିନ୍ତୁ ସର୍ବଦା ଏହି ପ୍ରଶ୍ନ ଲୋକଙ୍କୁ ସମସ୍ୟାରେ ପକାଇ ଥାଏ ଯେ, ଗୋଟିଏ ଦିନରେ କେତୋଟି ଅଣ୍ଡା ଖାଇବା ଉଚିତ୍। ଅଧିକ ଅଣ୍ଡା ଖାଇବା ଦ୍ୱାରା କଣ କ୍ଷତିକର କି ? ବିଶେଷକରି ୱେଟ୍ଲସ୍ କରୁଥିବା ଲୋକ, ମସଲ୍ସ ତିଆରି କରୁଥିବା କିମ୍ୱା ସୁସ୍ଥ ରହିବାକୁ ପ୍ରୟାସ କରୁଥିବା ଲୋକଙ୍କ ମଧ୍ୟରେ ଏହି କଥାକୁ ନେଇ ଖୁବ୍ ଦ୍ୱନ୍ଦ୍ୱ ଦେଖିବାକୁ ମିଳେ। ନ୍ୟୁଟ୍ରିସନିଷ୍ଟ ଶାଲିନୀ ସୁଧାକର ଏକ ଇନଷ୍ଟାଗ୍ରାମ୍ ପୋଷ୍ଟ ମଧ୍ୟମରେ ଏହି ଦ୍ୱନ୍ଦ୍ୱକୁ ଦୂର କରିଛନ୍ତି , ଆସନ୍ତୁ ବିସ୍ତୃତରେ ଜାଣିବା ...
ଗୋଟିଏ ଅଣ୍ଡାରେ କ’ଣ କ’ଣ ପୋଷଣ ମିଳିଥାଏ ?
ନ୍ୟୁଟ୍ରିସନିଷ୍ଟ ଶାଲିନୀ ସୁଧାକର କୁହନ୍ତି ଯେ, ଅଣ୍ଡା ନ୍ୟୁଟ୍ରିସନର ପାୱାର ହାଉସ୍ ଏବଂ ଏକ ସଂପୂର୍ଣ୍ଣ ଆହାର। ଏଥିରେ କେବଳ ପ୍ରୋଟିନ୍ ନଥାଏ , ଏହାସହ ଅନେକ ଜରୁରୀ ପୋଷକ ତତ୍ତ୍ୱ ମଧ୍ୟ ହୋଇଥାଏ। ଉଦାହରଣ ସ୍ୱରୂପ ଗୋଟିଏ ଅଣ୍ଡାରେ ଆପଣଙ୍କୁ ପ୍ରାୟ ୬-୭ ଗ୍ରାମ୍ ପ୍ରୋଟିନ୍ ମିଳି ଯାଏ, ଏହା ବ୍ୟତୀତ ଭିଟାମିନ ଏ, ବି , ବି-୧୨ , ଫୋଲେଟ୍, ଆଇରନ, ସେଲେନିୟମ ଓ ଅନେକ ମାଇକ୍ରୋନ୍ୟୁଟ୍ରିଏଣ୍ଟସ ମଧ୍ୟ ଏଥିରେ ଥାଏ।
ଅଣ୍ଡା ଖାଇବା ବେଳେ ଲୋକେ ଏହି ୨ଟି ଭୁଲ କରନ୍ତି – ନ୍ୟୁଟ୍ରିସନିଷ୍ଟ କୁହନ୍ତି , ଅଣ୍ଡା ଖାଇବା ବେଳେ ଲୋକେ ଅନେକ ସମୟରେ ଦୁଇଟି ଭୁଲ୍ କରିଥାନ୍ତି। ପ୍ରଥମେ , ସେମାନେ ଗୋଟିଏ ଦିନରେ ଆବଶ୍ୟକତା ଠାରୁ ଅଣ୍ଡା ଖାଇ ଦିଅନ୍ତି ,ଯେଉଁଥିରେ କ୍ୟାଲେରୀ ଓ ଫ୍ୟାଟ୍ ର ମାତ୍ରା ଖୁବ୍ ଅଧିକ ଥାଏ। ଦ୍ୱିତୀୟରେ , ସେ ଅଣ୍ଡା ଠିକ୍ ଭାବେ ଖାଇ ନଥାନ୍ତି, ଯେଉଁ କାରଣରୁ ଜରୁରୀ ପୋଷକ ତତ୍ତ୍ୱ ସେ ପାଇ ପାରନ୍ତି ନାହିଁ।
ଆହୁରି ମଧ୍ୟ ପଢନ୍ତୁ : ବିୟର ପିଉଥିଲେ ଜାଣିରଖ, ମାଡ଼ି ବସିବ ଏହି ରୋଗ
ଗୋଟିଏ ଦିନରେ କେତୋଟି ଅଣ୍ଡା ଖାଇବା ନିରାପଦ ? ଶାଲିନୀଙ୍କ ମୁତାବିକ , ଗୋଟିଏ ଜଣେ ସୁସ୍ଥ ବୟସ୍କ ବ୍ୟକ୍ତିଙ୍କ ପାଇଁ ଦିନରେ ୨-୩ଟି ଅଣ୍ଡା ଖାଇବା ସଂପୂର୍ଣ୍ଣ ନିରାପଦ। ଏହାକୁ ଆପଣ ଏଗ୍ ୟୋକ୍ ସହ ଖାଇ ପାରିବେ। ହେଲେ ଯଦି ଆପଣଙ୍କର ଓଜନ ଅଧିକ ଏବଂ ଆପଣ ୱେଟ୍ ଲସ୍ର ଚେଷ୍ଟା କରୁଛନ୍ତି କିମ୍ୱା ଆପଣଙ୍କର କୋଲେଷ୍ଟ୍ରଲ ବଢି ରହିଥାଏ, ତ ଗୋଟିଏ ଦିନରେ ୨-୩ଟି ଏଗ୍ ହ୍ୱାଇଟ୍ ଅର୍ଥାତ୍ ଅଣ୍ଡାର ଧଳାକୁ ଖାଇ ପାରିବେ, ଯେଉଁଥିରେ ଗୋଟିଏ ଏଗ୍ ୟୋକ୍ ଖାଇ ପାରିବେ।
ଅଣ୍ଡା ଖାଇବାର ସଠିକ୍ ଉପାୟ କଣ ?
ଅଣ୍ଡାର ପୂରା ପୋଷଣ ପାଇବା ପାଇଁ ନ୍ୟୁଟ୍ରିସନିଷ୍ଟ ପରାମର୍ଶ ଦିଅନ୍ତି ଯେ, ସର୍ବଦା ଏଗ୍ ୟୋକ୍ ସହ ଖାଅ। କାରଣ ସବୁ ମାଇକ୍ରୋନ୍ୟୁଟ୍ରିଏଣ୍ଟସ ଏଗ୍ ୟୋକରେ ହିଁ ମିଳେ। ଯଦି ଅଣ୍ଡାର ପୂରା ଫାଇଦା ଚାହାନ୍ତି ତ ନିଜର ହେଲଥ୍ କଣ୍ଡିସନକୁ ଧ୍ୟାନରେ ରଖି ସେଗୁଡ଼ିକୁ ସଠିକ୍ ଉପାୟରେ ଖାଇବା ଜରୁରୀ ହୋଇଥାଏ।
(ବିଶେଷ କଥା : ଏହି ତଥ୍ୟ କେବଳ ସାଧାରଣ ସୂଚନା ଉଦ୍ଦେଶ୍ୟରେ ଲେଖା ଯାଇଛି । ଏହାକୁ କୌଣସି ପ୍ରକାରର ପେଶାଦାର ମେଡିକାଲ ପରାମର୍ଶର ବିକଳ୍ପ ଭାବନ୍ତୁ ନାହିଁ। କୌଣସି ବି ସ୍ୱାସ୍ଥ୍ୟ ସମସ୍ୟା କିମ୍ୱା ମେଡିକାଲ କଣ୍ଡିସନ ସହ ଜଡ଼ିତ ପ୍ରଶ୍ନ ପାଇଁ ସର୍ବଦା ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ। )