ମୁମ୍ବାଇ,୧୫/୨ : ଫିଲ୍ମ ‘O Romeo’ ରିଲିଜ ପରେ ମେକର୍ସ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ ଫିଲ୍ମ ବିପକ୍ଷରେ ସୋସିଆଲ ମିଡ଼ିଆରେ ଜାଣିଶୁଣି ନେଗେଟିଭ୍ କ୍ୟାମ୍ପେନ୍ କରାଯାଉଛି । କାରଣ ରିଭ୍ୟୁ ଏବଂ ଏଡିଟେଡ୍ କ୍ଲିପ୍ସ ମାଧ୍ୟମରେ ଏହାର ଛବି ଖରାପ କରାଯାଉଛି ।

ମେକର୍ସ ଆପତ୍ତିଜନକ ପୋଷ୍ଟ ହଟାଇବାକୁ ଏବଂ ଉକ୍ତ ବ୍ୟକ୍ତିମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । କୁହାଯାଉଛି କି, ଏହି ବିବାଦର ପ୍ରଭାବ ଫିଲ୍ମର ବକ୍ସ ଅଫିସ କଲେକ୍ସନ ଉପରେ ପଡ଼ିଛି । ମାତ୍ର ଏହା ସ୍ପଷ୍ଟ ହୋଇନାହିଁ କି ଏହା ବାସ୍ତବରେ ନେଗେଟିଭ୍ ପିଆର୍ ଥିଲା କିମ୍ବା ଦର୍ଶକଙ୍କ ସ୍ବଭାବିକ ପ୍ରତିକ୍ରିୟା ଥିଲା । ଏବେ ସମସ୍ତଙ୍କ ନଜର ଅଦାଲତଙ୍କ ନିଷ୍ପତ୍ତି ଉପରେ ।