ପ୍ରମୂଖ ଖବର
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଓଏଏସ ଅଧିକାରୀଙ୍କୁ ମାଡ଼ ଘଟଣା : ସମୂହ ଛୁଟିରେ ଗଲେ ଓଏଏସ ଏବଂ ଓଆରଏସ

Published By : Suraj Kumar | July 1, 2025 6:49 PM

ବଲାଙ୍ଗୀର, ୧।୭ : ଭୁବନେଶ୍ୱରରେ ବରିଷ୍ଠ ଓଏଏସ ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାକୁ ବଲାଙ୍ଗିର  ଓଏଏସ ଓ ଆରଏସ ସଂଘ ନିନ୍ଦା କରିଛି I ଏନେଇ ସର୍କିଟ ହାଉସ ଠାରେ ସଂଘ ତରଫରୁ ଚାଲିଥିବା ବୈଠକରେ ନିନ୍ଦା ପ୍ରସ୍ତାବ ପାରିତ କରାଯାଇଛି I ବଲାଙ୍ଗିର ଓଏଏସ ସଂଘ ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରାଙ୍କ ନେତୃତ୍ବରେ ଚାଲିଥିବା ବୈଠକରେ  ଜିଲ୍ଲାର ସମୂହ ଓଏଏସ ଏବଂ ଓ ଆର ଏସ୍ ଅଧିକାରୀ ଛୁଟିରେ ଥିବା ସୂଚନା ଦେଇଛନ୍ତି ।

 ତେବେ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା, କାର୍ଯ୍ୟାଳୟରେ ଅଧିକାରୀଙ୍କୁ ସୁରକ୍ଷିତ ଏବଂ କାର୍ଯ୍ୟ କରିବାର ପରିବେଶ ପ୍ରଦାନ୍  ତଥା ଆଗକୁ ଯେଭଳି ଏଭଳି ସମସ୍ୟା ନ ଉପୁଜିବ ସେନେଇ ସଂଘ ଦାବି କରିଛି। ତେବେ ସୋମବାର ବୈଠକରେ ଜିଲ୍ଲାର ସମସ୍ତ ବିଡ଼ିଓ, ତହସିଲଦାରଙ୍କ ସମେତ ଅନ୍ୟାନ୍ୟ ଓଏଏସ ଓ ଓଆରଏସ ଅଧିକାରୀମାନେ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.