ଭୁବନେଶ୍ବର,୩।୭ : ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ପୁଲିସ ଗିରଫ କରିଛି। ଏହା ପରେ ଓଏଏସ ସଂଘ ଆନ୍ଦୋଳନ ପ୍ରତ୍ୟାହୃତ କରିଛି। ଏ ନେଇ ଓଏଏସ ସଂଘ ସଭାପତି ସୂଚନା ଦେଇଛନ୍ତି।
ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଗତ ଜନ ୩୦ ତାରିଖରେ ବିଏମସି ପରିସରରେ ଅଭିଯୋଗ ଶୁଣାଣି ବେଳେ ଆକ୍ରମଣ କରାଯାଇଥିଲା। ଏହି ଘଟଣାରେ ଖାରବେଳ ନଗର ପୁଲିସ କର୍ପୋରେଟର ଜୀବନ ରାଉତ ସମେତ ୫ ଜଣଙ୍କୁ ଗିରଫ କରିଥିଲା। କିନ୍ତୁ ଓଏଏସ ସଂଘ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବି କରି ଆନ୍ଦୋଳନକୁ ଓହ୍ଲାଇଥିଲା। ସମସ୍ତ ଓଏଏସ ଅଧିକାରୀ ସମୂହ ଛୁଟିରେ ଯାଇଥିଲେ।