କଟକ, ୩।୧୧ :  ବାରବାଟୀ ଷ୍ଟାଡିୟମରେ ଆସନ୍ତା ଫେବ୍ରୁୟାରୀ ୯ ରେ ହେବାକୁ ଥିବା ଭାରତ-ଇଂଲଣ୍ତ ଦିନିକିଆ ଦିବାରାତ୍ର ମ୍ୟାଚ ପାଇଁ ଓସିଏର ସ୍ବତନ୍ତ୍ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ଓସିଏ ସଂପାଦକ ସଂଜୟ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। 

ମ୍ୟାଚ ପାଇଁ ଉଭୟ ଟିମ ଭୁବନେଶ୍ବରର ମେ ଫେୟାର ଲାଗୁନ ହୋଟେଲରେ ରହିବେ। ଏଥର ବାରବାଟୀ ଷ୍ଟାଡିୟମରେ ୪୪୫୨୪ ଦର୍ଶକ ମ୍ୟାଚ ଦେଖିବେ। ଏହା ଛଡା ମ୍ୟାଚ ପାଇଁ ଟିକେଟ ଦର ଧାର୍ଯ୍ୟ କରିଛି ଓସିଏ । ଗ୍ୟାଲେରୀ-୧,୩,୬ ଟିକେଟର ଦାମ-୧୨୦୦  ଟଙ୍କା ରଖାଯାଇଛି। ୨,୪ ଗ୍ୟାଲେରୀ ଦାମ ଏକ ହଜାର ଟଙ୍କା ,  ୫ ନମ୍ବର ଗ୍ୟାଲେରୀ ଦାମ ୧୫୦୦ ଟଙ୍କା,  ସ୍ପେଶାଲ ଏନକ୍ଲୋଜର ଦାମ ୭ ହଜାର , ଏସି ଗ୍ୟାଲେରୀ ବକ୍ସ ୯ ହଜାର , କର୍ପୋରେଟ ବକ୍ସ ଦାମ ୨୦ ହଜାର  ଟଙ୍କା ଧାର୍ଯ୍ୟ କରାଯାଇଛି।