ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ଓସିଏ ଭିଜନ ୨୦୩୦ ଇଣ୍ଟ୍ରା ସ୍କୁଲ କ୍ରିକେଟ୍ ପ୍ରତିଯୋଗିତା: ସେଣ୍ଟ ମେରୀ ଟିମ୍‌କୁ ୫୯ ପରାସ୍ତ କଲା ରେଡ କମ୍ବାଇନ

Published By : Prameya | May 18, 2025 2:42 PM

ଝାରସୁଗୁଡ଼ା ୧୮/୦୫: ଓଡିଶା କ୍ରିକେଟ୍ ଆସୋସିଏସନ୍ ଆନୁକୁଲ୍ୟରେ ଝାରସୁଗୁଡ଼ା ଜିଲ୍ଲା କ୍ରିକେଟ ଆସୋସିଏସନ୍ ଦ୍ଵାରା ଆୟୋଜିତ ଇଣ୍ଟ୍ରା ସ୍କୁଲ କ୍ରିକେଟ୍ ପ୍ରତିଯୋଗିତା ୨୦୨୫ । ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ପଞ୍ଚମ ମ୍ୟାଚରେ ସେଣ୍ଟ ମେରୀ ସ୍କୁଲ ଝାରସୁଗୁଡ଼ା ଓ ରେଡ କମ୍ବାଇନ ବ୍ରଜରାଜନଗର ମଧ୍ୟରେ ଖେଳାଯାଇଥିଲା । ଯେଉଁଥିରେ ରେଡ୍ କମ୍ବାଇଇନ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ନିର୍ଦ୍ଧାରିତ ୩୦ ଓଭରରେ ୮ ଓ୍ୱିକେଟ୍ ହରାଇ ୨୦୫ କରିବାରେ ସକ୍ଷମ ହୋଇଥିଲା । ୨୦୬ ରନ୍‌ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ସେଣ୍ଟ ମେରୀ ସ୍କୁଲ । ହେଲେ ସେଣ୍ଟ ମେରୀ ସ୍କୁଲ ଦଳ ନିର୍ଦ୍ଧାରିତ ୩୦ ଓଭରରେ ସମସ୍ତ ଓ୍ୱିକେଟ୍ ହରାଇ ୧୪୬ ରନ୍ କରିବାରେ ସକ୍ଷମ ହୋଇଥିଲା । ଯାହାଫଳରେ ୫୯ ରନ୍‌ରେ ବିଜୟୀ ହାସଲ କରିଥିଲା ରେଡ କମ୍ବାଇନ ଟିମ୍ । ରେଡ କମ୍ବାଇନ ବ୍ରଜରାଜନଗର ଦଳର ଅନୁଜ ସିଂ ୧୨୪ (୯୨) ରନ କରିଥିବାରୁ ମ୍ୟାନ୍ ଅଫ ଦି ମ୍ୟାଚ୍ର ପୁରସ୍କାର ହାତେଇଥିଲେ ।

ଆଜି ବ୍ରଜରାଜନଗର ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଚନ୍ଦ୍ରମଣି ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନିରୁଦ୍ଧ କେୱଟ ଓ ଜୟସିଂ ଅମ୍ପାୟାର ଭାବେ ମ୍ୟାଚ୍ଟିକୁ ପରିଚାଳନା କରିଥିଲେ। ସେହିଭଳି ନାସିର ମଲ୍ଲିକ ଅନ୍ ଲାଇନ୍ ସ୍କୋରିଂ କରିଥିଲେ। ପ୍ରଜ୍ଵଲ୍ କୁମାର ପଟେଲ, କମ୍ପାଉଣ୍ଡର ବେହେରା, ଅଶୋକ କୁମାର ପ୍ରଧାନ,ପ୍ରମୁଖ ସହାୟତା ପ୍ରଦାନ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.