ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଓସିଏର ଅଜବ ନୀତି, ‘କଳାହାଣ୍ଡି କପ୍‌’ ଖେଳୁନାହାନ୍ତି ୨୩ବର୍ଷରୁ କମ୍‌ ଓ ସିନିୟର କ୍ରିକେଟର

Published By : Prameya | March 24, 2025 2:30 PM

କଟକ, ୨୪/୦୩: ଭାରତୀୟ କ୍ରିକେଟରଙ୍କୁ ଘରୋଇ କ୍ରିକେଟ ଖେଳିବାକୁ ବିସିସିଆଇ ନିୟମ କରିଛି । କିନ୍ତୁ ଓଡ଼ିଶାର  ସିନିୟର କ୍ରିକେଟରମାନେ କଳାହାଣ୍ଡି  କପ୍‌ ଭଳି ରାଜ୍ୟର ମୁଖ୍ୟ ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳୁନାହାନ୍ତି । ଓଡ଼ିଶା କ୍ରିକେଟ  ଆସୋସିଏସନ୍‌(ଓସିଏ) ଏଭଳି ନିୟମ ଜାରି କରିଛି । ସିନିୟର ଓ ୨୩ ବର୍ଷରୁ କମ୍‌ ରାଜ୍ୟ ଦଳର ଖେଳାଳି ମାନେ କଳାହାଣ୍ଡି କପ୍‌ ନଖେଳି ବିଶ୍ରାମ ନେଉଛନ୍ତି । ବିସିସିଆଇ ସିଜନ୍‌ ଲାଗି ଖେଳାଳିମାନଙ୍କୁ  ନେଇ ଶିବିର ମାଧ୍ୟମରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରିବାକୁ ଓସିଏ ଚିନ୍ତା  କରୁଛି । କିନ୍ତୁ ଶିବିର ବଦଳରେ ଅନ୍‌ଫିଲ୍ଡ  କ୍ରିକେଟ ଖେଳିଲେ ଯେ କ୍ରିକେଟରଙ୍କ ଖେଳଶୈଳୀର ଅଧିକ ବିକାଶ ହେବ ଏକଥା  ଓସିଏ ଜାଣିରଖିବା ଉଚିତ୍‌ । ଏହାପରେ ବି  ୨୩ବର୍ଷରୁ କମ୍‌ ଓ ସିନିୟର ଖେଳାଳିଙ୍କୁ କାହିଁକି ବିଶ୍ରାମ ଦିଆଯାଇଛି ତାକୁ ନେଇ  ପ୍ରଶ୍ନ ଉଠୁଛି । 

ଅନ୍ୟପକ୍ଷରେ ଚଳିତବର୍ଷ ଓସିଏର  ନିର୍ବାଚନୀ ବର୍ଷ । ଅକ୍ଟୋବର ମାସ  ବେଳକୁ ନିର୍ବାଚନ ହେବ । ନୂଆ  କାର୍ଯ୍ୟକର୍ତ୍ତା ଦାୟିତ୍ୱ ଗ୍ରହଣ କରିବେ।  କୁଲିଂ ଅଫ୍‌ ପିରିୟଡ୍‌ ବ୍ୟବସ୍ଥା କାର୍ଯ୍ୟକାରୀ  ହେଲେ ବର୍ତ୍ତମାନର କାର୍ଯ୍ୟକର୍ତ୍ତା ମଣ୍ଡଳୀ  ସମ୍ପୂର୍ଣ୍ଣ ଭାବେ ବଦଳିଯିବେ । ଭୋଟ୍‌ ଭାଗମାପକୁ ନେଇ ଏଥର ଗଣିତ ଜଟିଳ  ରହିଛି । ତେଣୁ ନିର୍ବାଚନ ପୂର୍ବରୁ ଜିଲ୍ଲା  ଭୋଟରଙ୍କୁ ସନ୍ତୁଷ୍ଟ କରିବାକୁ ଶେଷ  ବାଟ ହେଉଛି ‘କଳାହାଣ୍ଡି କପ୍‌’ । ଜିଲ୍ଲା  ଟିମ୍‌ରେ ଖେଳାଳିଙ୍କୁ ସାମିଲ୍‌ କରି ଜିଲ୍ଲା  ସଂଘକୁ ମନାଇ ରଖିବାକୁ ଅଧିକ ଗୁରୁତ୍ୱ  ଦିଆଯାଉଥିବାର ଦେଖିବାକୁ ମିଳୁଛି ।  ତେଣୁ ଜିଲ୍ଲା ଭୋଟରଙ୍କୁ ସନ୍ତୁଷ୍ଟ କରିବାକୁ  ସିନିୟର ଖେଳାଳିଙ୍କୁ କଳାହାଣ୍ଡି କପ୍‌ରୁ  ବିଶ୍ରାମ ଦେବାକୁ ନୂଆ ନୀତି ଓସିଏ ଜାରି କରିଥିବା ଅଭିଯୋଗ ହେଉଛି । 

ସବୁ ଜିଲ୍ଲାରୁ ଅଧିକରୁ ଅଧିକ  ଖେଳାଳି କିଭଳି ଖେଳିବେ ସେ ଦିଗରେ  ଗୁରୁତ୍ୱ ଦିଆଯାଉଛି । କିନ୍ତୁ ଇଷ୍ଟ କୋଷ୍ଟ୍‌  ରେଲୱେ(ଇକୋର୍ଷା) କ୍ଷେତ୍ରରେ ଏ ନିୟମ  ଲାଗୁ ହେଉନି । ଯେଉଁଠି ଅନ୍ୟ ଜିଲ୍ଲାରୁ  ଖେଳି ଆସୁଥିବା ୨୩ବର୍ଷରୁ କମ୍‌ ଓ  ସିନିୟର ଖେଳାଳି ମାନେ କଳାହାଣ୍ଡି କପ୍‌  ଖେଳୁନାହାନ୍ତି ସେଠି ଇକୋର୍ଷାର ପେସ୍‌  ବୋଲର ସୂର୍ଯ୍ୟକାନ୍ତ ପ୍ରଧାନ ଓ ରାଜେଶ  ମହାନ୍ତି ଦଳ ତରଫରୁ ପଡିଆକୁ ଓହ୍ଲାଉଛନ୍ତି ।  ଇକୋର୍ଷା କ୍ଷେତ୍ରରେ ଏଭଳି ନିୟମ କୋହଳ  କାହିଁକି ତାକୁ ନେଇ ଆପତ୍ତି ଉଠିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.