ପ୍ରମୂଖ ଖବର
  • କେନ୍ଦ୍ରାପଡ଼ା: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ; ବିଜ୍ଞାନ ଶିକ୍ଷକକୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ
  • ||
  • ବଳଙ୍ଗା ନାବାଳିକା ପୋଡ଼ି ମାମଲା: ବଢ଼ିଲା ସୁରକ୍ଷା, ପୀଡ଼ିତାଙ୍କ ଘରେ ପୁଲିସ ମୁତୟନ
  • ||
  • ବାଲେଶ୍ୱର : ଧାମରାରେ ମିସାଇଲ୍‌ ପ୍ରଳୟ-୬ର ସଫଳ ପରୀକ୍ଷଣ, ୧୫୦ ରୁ ୫୦୦ କିମି ଯାଏଁ କରିପାରିବ ଲକ୍ଷ୍ୟଭେଦ
  • ||
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ଦ୍ୱିତୀୟ କ୍ଲାସିକାଲ ଗେମ୍‌ ଡ୍ର’, ଆଜି ଟାଇବ୍ରେକରେ ଫଳାଫଳ ନିର୍ଣ୍ଣୟ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ହାଇଦ୍ରାବାଦରେ ଓଡିଆ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆପାର୍ଟମେଣ୍ଟରୁ ତଳକୁ ଡେଇଁ ଆତ୍ମହତ୍ୟା

Published By : Bijay Swain | July 25, 2025 11:10 PM

ଭଞ୍ଜନଗର,୨୫/୭(ଆପ୍ର): ହାଇଦ୍ରାବାଦର ମୀରାପୁର  ଅଞ୍ଚଳରେ ଜଣେ  ଦଶମ ଶ୍ରେଣୀ ଓଡ଼ିଆ ମେଧାବୀ ଛାତ୍ରୀ ଗୁରୁବାର ପରିବାର ସହ ରହୁଥିବା ଆପାର୍ଟମେଣ୍ଟର ୫ମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରୀଙ୍କୁ ମାଟ୍ରିକ ମାସିକ ପରୀକ୍ଷା ଦେବାରୁ ବଞ୍ଚିତ କରିବା ଯୋଗୁ ହତୋତ୍ସାହିତ ହୋଇ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ପରିବାର ପକ୍ଷରୁ  ଅଭିଯୋଗ ହୋଇଛି। ମୃତ ଛାତ୍ରୀଙ୍କ ଘର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଗାଲେରୀ ଗ୍ରାମରେ। ଗାଲେରୀ ପାଟଣା ସାହିର ଏହି ପରିବାର ଦୀର୍ଘ ଦିନ ଧରି ହାଇଦ୍ରାବାଦ ମୀରାପୁରରେ ରହୁଥିଲେ। ଆଉ ଝିଅର ମୃତ୍ୟୁ ଖବର ପହଞ୍ଚିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଅନ୍ୟ ପକ୍ଷରେ ଏହି ଦୁଃଖଦ ଖବର ପାଇ ଏଠାରୁ ମୃତ ଛାତ୍ରୀଙ୍କ ଭାଇ ଫ୍ଲାଇଟ୍ ଯୋଗେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ମୀରାପୁର ପୁଲିସ ଛାତ୍ରୀଙ୍କ ବାପାଙ୍କ ଅଭିଯୋଗକୁ ଆଧାର କରି  ଘଟଣାର ତଦନ୍ତ ଚଳାଇଛି। ଖବର ଲେଖା ହେବା ବେଳକୁ ବିଦ୍ୟାଳୟ କତୃପକ୍ଷ, ପୋଲିସ ଏବଂ ଛାତ୍ରୀଙ୍କ ଅଭିଭାବକ ମଧ୍ୟରେ ଆଲୋଚନା ଚାଲିଛି। ଆଲୋଚନା ସରିବା ପରେ ଛାତ୍ରୀଙ୍କ ଅନ୍ତିମ ସତ୍କାର ହେବା ସମ୍ଭାବନା ରହିଛି।  ବ୍ୟବଚ୍ଛେଦ ପରେ ଆପାର୍ଟମେଣ୍ଟରେ ମୃତଦେହ ପହଞ୍ଚିଛି। ଘଟଣା ସ୍ଥଳରେ ଲୋକଙ୍କ ଭିଡ଼ ଜମିଛି।

ଘଟଣାରୁ ପ୍ରକାଶ ଯେ, ଛାତ୍ରୀ ଜଣକ ମେଧାବୀ ଥିଲେ। ସେ ନବମ ଶ୍ରେଣୀରେ ୯୮ ପ୍ରତିଶତ ମାର୍କ ରଖି ପାସ ହୋଇଥିଲେ। ଏବେ ସେ ଦଶମ ଶ୍ରେଣୀରେ ପଢୁଛନ୍ତି। ଗୁରୁବାର ବିଦ୍ୟାଳୟର ଦଶମ ଶ୍ରେଣୀ ମାସିକ ପରୀକ୍ଷା ହେଉଥିଲା। କିନ୍ତୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରୀଜଣଙ୍କୁ କିଛି କାରଣ ଦର୍ଶାଇ ପରୀକ୍ଷା ହଲକୁ ଛାଡ଼ି ନ ଥିଲେ। ଏହାକୁ ନେଇ ଛାତ୍ରୀଜଣଙ୍କ ଅପମାନିତ ମନେ କରିଥିଲେ। ଏହାପରେ ଘରେ ଆସି ବାପାଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ‘ମୋର ଏହି ବର୍ଷ ମାଟ୍ରିକ। ମୋତେ ପରୀକ୍ଷା ହଲକୁ ଯିବାକୁ ସୁଯୋଗ ଦିଆଗଲା ନାହିଁ। ମୋ ଭବିଷ୍ୟତ କ’ଣ ହେବ ବୋଲି ଛାତ୍ରୀ ଜଣଙ୍କ ପାଲଟା ବାପାଙ୍କୁ ପ୍ରଶ୍ନ କରିଥିଲେ। ଏହାଶୁଣି ବାପା ତାଙ୍କୁ ଧୌର୍ଯ୍ୟ ଧରିବା ସହ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ କଥା ହେବେ ବୋଲି କହିଥିଲେ। ଏହାର କିଛି ସମୟ ପରେ ଛାତ୍ରୀଜଣଙ୍କ ଗୁରୁବାର ଅପରାହ୍ନ ୧ଟା ସମୟରେ ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ। ତେବେ ସେଠାକାର ପୁଲିସ ଆତ୍ମହତ୍ୟାର ସଠିକ କାରଣ ଖୋଜିବା ପାଇଁ ତଦନ୍ତ ଜାରି ରଖିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.