ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଓଡ଼ିଶା ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର, ପୁଣି ରୁପେଲି ପରଦାକୁ ଫେରୁଛନ୍ତି ଆକାଶ

Published By : Prameya | June 29, 2025 2:32 PM

ଭୁବନେଶ୍ୱର ୨୯/୦୬: ଯାଜପୁରର କୋରେଇ ଆସନରୁ ବିଧାୟକ ଭାବେ ନିର୍ବାଚିତ ହେବା ପରେ ସିନେମାରେ  ଆଉ ବିଶେଷ ଦେଖିବାକୁ ମିଳୁ ନାହାନ୍ତି ଆକାଶ ଦାସ ନାୟକ । କିନ୍ତୁ ଆକାଶଙ୍କ ପ୍ରଶଂସକଙ୍କ ପାଇଁ  ଗୋଟିଏ ଖୁସି ଖବର ଯେ, ବେଶ୍‌ କିଛି ଦିନର  ବିରତି ପରେ ରୁପେଲି ପରଦାକୁ ଫେରୁଛନ୍ତି  ଆକାଶ । ଆକାଶଙ୍କ ଅପ୍‌କମିଂ ଫିଲ୍ମର ନାଁ ରହିଛି  ‘ଜୟହିନ୍ଦ୍‌’ । ସୁଟିଂ ଶେଷ ହେବା ପରେ ବର୍ତ୍ତମାନ  ଏ ଫିଲ୍ମର ପୋଷ୍ଟ ପ୍ରଡକ୍ସନ କାମ ଚାଲିଛି । ଖୁବ୍‌ ଶୀଘ୍ର ଫିଲ୍ମଟି ସିନେମାଘରକୁ ଆସିବ । 

ଶୁଭଶ୍ରୀ  ଫିଲ୍ମସ୍‌ ବ୍ୟାନରରେ ନିର୍ମାଣାଧୀନ ଏହି ଚଳଚ୍ଚିତ୍ରର  ପ୍ରଯୋଜନା କରିଛନ୍ତୁ ଶୁଭଶ୍ରୀ ମଙ୍ଗରାଜ। ନିର୍ଦ୍ଦେଶନା  ଦେଇଛନ୍ତି ଅଭିଷେକ ତ୍ରିପାଠୀ । ଅଙ୍କିତ, ଅନନ୍ୟା,  ଅନୁ ଚୌଧୁରୀ, କେକେ ଓ ରାଜା ଫିଲ୍ମର  ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନଜର ଆସିବେ । ଫିଲ୍ମର  କାହାଣୀ ମୌଳିକ ଓ ବର୍ତ୍ତମାନ ସମୟର ଘଟଣା  ଉପରେ ଆଧାରିତ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ  କୁହାଯାଇଛି । ସୂଚନାଯୋଗ୍ୟ, ‘କଳିଙ୍ଗ ପୁତ୍ର’ରୁ  ଓଲିଉଡରେ ଅଭିନୟ ଯାତ୍ରା ଆରମ୍ଭ କରିଥିବା  ଆକାଶ ‘ସତ୍ୟମେବ ଜୟତେ’, ‘ଶତ୍ରୁ ସଂହାର’,  ‘ଶୁଭ ବିବାହ’, ‘ଆଲୋ ମୋର କଣ୍ଢେଇ’, ‘ଶପଥ’, ‘ଧର୍ମ’, ‘ହରି ଓମ୍‌ ହରି’, ‘ଅଗସ୍ତ୍ୟ’  ଓ ‘ଜଷ୍ଟ ମୋହବତ୍‌’ ସିନେମାରେ ଅଭିନୟ  କରିଛନ୍ତି । ଶେଷଥର ପାଇଁ ସେ ‘ମହାବାହୁ’  ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.