ପ୍ରମୂଖ ଖବର
  • ପିପିଲି ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ବସ୍ ଧକ୍କାରେ ୩ ଯୁବତୀ ମୃତ
  • ||
  • ପୁରୀରେ ପରିବାର ସହ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ରଥରେ ମହାପ୍ରଭୁଙ୍କୁ କଲେ ଦର୍ଶନ
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ଆନ୍ଧ୍ରରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ, ଛାତରୁ ଖସି ପୀଡ଼ିତା ଗୁରୁତର

Published By : Prameya | June 28, 2025 12:19 PM

ବ୍ରହ୍ମପୁର,୨୮/୦୬: ଆନ୍ଧ୍ରପ୍ରଦେଶ ଗୁଣ୍ଟୁରରେ ଓଡ଼ିଆ  ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ । ଜୀବନ ବଞ୍ଚାଇବାକୁ ଯାଇ ସେ ଛାତରୁ ଖସି ଗୁରୁତର ହୋଇଛନ୍ତି । ଗତ ସୋମବାର  ଏହି ଅଘଟଣ ଘଟିଛି । ଜୀବନ ପ୍ରତି ବିପଦ ଏବଂ ଭାଷାଗତ  ସମସ୍ୟା ପାଇଁ ବ୍ରହ୍ମପୁର ଆସି ଗୁରୁବାର ଚିକିତ୍ସିତ ହେବା  ପରେ ଘଟଣା ସାମ୍ନାକୁ ଆସିଛି ।  

ଛାତରୁ ପଡ଼ି ଯୁବତୀଙ୍କ ଗୋଡ଼ ଭାଙ୍ଗିଯାଇଛି ଏବଂ  ଅଣ୍ଟାରେ ଗଭୀର ଆଘାତ ଲାଗିଛି । ଆନ୍ଧ୍ରପ୍ରଦେଶରେ ପୀଡ଼ିତା  ଅସୁରକ୍ଷିତ ମନେ କରିବାରୁ ପରିବାର ତାଙ୍କୁ ବ୍ରହ୍ମପୁର  ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ପୀଡ଼ିତାଙ୍କ ମାନସିକ  ସ୍ଥିତି ଠିକ୍‌ ନ ଥିବାରୁ ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ  କାଉନ୍‌ସେଲିଂ କରିବା ସହ ଡାକ୍ତରୀମାଇନା କରିଛନ୍ତି । ଡାକ୍ତର ଗାଙ୍ଗପୁର ପୁଲିସକୁ ଏ ନେଇ ସୂଚନା ଦେଇଥିବା  କହିଛନ୍ତି । କିନ୍ତୁ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଅଧିକ  ତଥ୍ୟ ଗଣମାଧ୍ୟମକୁ ଦେଇନାହାନ୍ତି ସେ ।  

ପୀଡ଼ିତାଙ୍କ ପରିବାର ଅଭିଯୋଗ କରିଛନ୍ତି, ସେମାନେ  ଗୁଣ୍ଟୁରୁରେ ଭଡ଼ା ଘରେ ରହୁଥିଲେ । ମା’, ଦୁଇ ପୁଅ,  ଗୋଟିଏ ଝିଅ ଏକ ଖଇନି କମ୍ପାନିରେ କାମ କରୁଥିଲେ ।  ସୋମବାର ସମସ୍ତେ କାମକୁ ଯାଇଥିଲେ । ଝିଅ ଏକୁଟିଆ  ଘରେ ଥିଲା । ଜଣେ ପରିଚିତ ବ୍ୟକ୍ତି ଘରକୁ ଆସି ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ସେ ଜୀବନ ବଞ୍ଚାଇବାକୁ  ଉଦ୍ୟମ କରିବା ବେଳେ ଛାତରୁ ଖସି ପଡ଼ିଥିଲେ । ଯୁବତୀଙ୍କୁ  ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ  ପୀଡ଼ିତା ଓ ତାଙ୍କ ପରିବାରଙ୍କ କଥା ଡାକ୍ତର, ପୁଲିସ ଓ  ଅନ୍ୟମାନେ ବୁଝିପାରୁନଥିଲେ । ଅଭିଯୁକ୍ତମାନେ ଘେରି  ରହିଥିବାରୁ ଭୟରେ ସେମାନେ ପୀଡ଼ିତାଙ୍କୁ ନେଇ  ଗୁରୁବାର ରାତିରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ନେଇ  ଚାଲି ଆସିଥିଲେ । କାଜୁଆଲ୍‌ଟିରେ ପୀଡ଼ିତାଙ୍କୁ ଭର୍ତ୍ତି କରିବା  ପରେ ଡାକ୍ତର ସମସ୍ତ ଘଟଣା ପଚାରିଥିଲେ । ଦୁଷ୍କର୍ମ କରିବାରୁ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବୋଲି ପ୍ରଥମେ  କହିଥିଲେ । ପରେ ସେ ବୟାନ ବଦଳାଇ ଦୁଷ୍କର୍ମ ଉଦ୍ୟମ  ସମୟରେ ଛାତରୁ ତଳକୁ ଖସିପଡ଼ିଥିବା କହିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.