ଭୁବନେଶ୍ୱର,୧୦/୦୮: ନୂଆ  ସିନେମା ‘ଚ୍ୟାଲେଞ୍ଜ୍‌’ ଫିଲ୍ମ ଜରିଆରେ  ପ୍ରଥମଥର ପାଇଁ ନାୟକ ଅର୍ଦ୍ଧେନ୍ଦୁଙ୍କ  ଭଉଣୀ ଭୂମିକାରେ ଚୁଲ୍‌ବୁଲି ନାୟିକା ଲିପି  ଅଭିନୟ କରିଛନ୍ତି । ରାଖୀ ପୂର୍ଣ୍ଣିମାରେ ସିନେମାର ପୋଷ୍ଟର୍‌ର ପବ୍ଲିସିଟି ହୋଇଛି ।  ଦଶହରାରେ ସିନେମା ମୁକ୍ତିଲାଭ କରିବାକୁ  ଯାଉଥିବା ବେଳେ ରାଖୀରେ ଭାଇ, ଭଉଣୀଙ୍କର ପ୍ରଥମ  ପୋଷ୍ଟର୍‌ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି । ଏହି ସିନେମା ମାଧ୍ୟମରେ ଦର୍ଶକ ପୁଣି ଥରେ ବଡ଼ ପରଦାରେ  ଭାଇ, ଭଉଣୀଙ୍କ ସମ୍ପର୍କ ସହ ନୂଆ ରାଖୀ ଗୀତ ଶୁଣିବାକୁ  ପାଇବେ । କିଛି ଦିନ ପୂର୍ବରୁ ‘ଚ୍ୟାଲେଞ୍ଜ୍‌’ର ଫାଷ୍ଟ୍‌ଲୁକ୍‌  ମୁକ୍ତିଲାଭ କରିଛି । ଆଦିଲକ୍ଷ୍ମୀ ଏଣ୍ଟରଟେନ୍‌ମେଣ୍ଟ  ବ୍ୟାନର୍‌ରେ ଏହା ହେଉଛି ୬ଷ୍ଠ ଅବଦାନ । 

ସିନେମାରେ ମହାଭାରତର ଚର୍ଚ୍ଚିତ ଅଭିନେତା ପୁନିତ୍‌ ଇସାର ଓରଫ୍‌ ଦୁର୍ଯ୍ୟୋଧନଙ୍କୁ ଏକ ବଳିଷ୍ଠ ଚରିତ୍ରରେ  ଦେଖିବାକୁ ମିଳିବ । ଏଲିନାଙ୍କ ସହ ମ୍ୟୁଜିକ୍‌ ଭିଡିଓ  ‘ଜାଇଫୁଲ’ର ସଫଳ ଯୋଡ଼ି ଲିପି ଓ ପୁପିନ୍ଦର  ସିଂହଙ୍କୁ ଦେଖିବାକୁ ମିଳିବ । ଯୁବ ନିର୍ଦ୍ଦେଶକ ସାଇ  କିରଣ ମଙ୍ଗରାଜ ଫିଲ୍ମର ନିର୍ଦ୍ଦେଶନା ଓ ସଙ୍ଗୀତ ନିର୍ଦ୍ଦେଶନା  ଦେଇଛନ୍ତି ଗୌରବ ଆନନ୍ଦ । ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି  ଅମିତ୍‌ ନାୟକ । ଚିତ୍ର ଉତ୍ତୋଳନ କରିଛନ୍ତି ପ୍ରତାପ ରାଉତ ।  କ୍ରିଏଟିଭ ହେଡ୍‌ ଅଛନ୍ତି ପ୍ରଣୟ ଜେଠୀ । ଫିଲ୍ମଟି ଦଶହରାରେ  ପ୍ରକାଶ ଫିଲ୍ମସ୍‌ ଡିଷ୍ଟ୍ରିବ୍ୟୁସନ୍‌ ବ୍ୟାନରରେ ମୁକ୍ତିଲାଭ କରିବ ।