ପ୍ରମୂଖ ଖବର
  • ଦିଲ୍ଲୀ ଏମ୍ସରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା
  • ||
  • ଅବସର ପରେ କରିପାରିବେ ଶିକ୍ଷକତା, ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ
  • ||
  • ରାଜ୍ୟସ୍ତରୀୟ ପିଏମ କିଷାନ ସମ୍ମାନ ନିଧି, ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା
  • ||
  • ମୟୂରଭଞ୍ଜ : ସାପ କାମୁଡାରେ ଚାଲିଗଲା ୨ ମହିଳାଙ୍କ ଜୀବନ
  • ||
  • ଅନ୍ନଦାତାଙ୍କୁ ପିଏମ୍ କିଷାନ ଟଙ୍କା, ୯ କୋଟି ୭୧ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଗଲା ୨୦ତମ କିସ୍ତି
  • ||
  • ଅପରେସନ୍ ଅଖଲ; କୁଲଗାମରେ ଏନକାଉଣ୍ଟର, ଆତଙ୍କୀ ନିପାତ
  • ||
  • କରଞ୍ଜିଆ: ବିଲ ମଝିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ; ମହିଳା ମୃତ, ପୁରୁଷ ଗୁରୁତର
  • ||
  • ଅପରେସନ୍ ଅଖଲ, ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ଜଣେ ଆତଙ୍କୀ ନିପାତ
  • ||
  • ଢେଙ୍କାନାଳ : ଚାଷୀଙ୍କୁ ଦଳିଦେଲା ଦନ୍ତା, ମୁଣ୍ଡରୁ ଅଲଗା ହେଲା ଗଣ୍ଡି
  • ||
  • ବିଜେଡି ନେତା ରାଜା ଚକ୍ରଙ୍କୁ ୧୫ ଦିନ ଜାମିନ୍‌, ଶଶୁରଙ୍କ ଦଶାହ କର୍ମରେ ଯୋଗ ଦେବାକୁ ମିଳିଛି ଅନ୍ତରୀଣ ବେଲ୍
  • ||
  • ବ୍ରହ୍ମପୁର: ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ, ବାମ ଗୋଡ଼ରେ ବାଜିଛି ଗୁଳି
  • ||
  • ରାଜନୀତି ଛାଡ଼ିବାକୁ ଘୋଷଣା କଲେ କମଲା ହାରିସ୍‌, କହିଲେ 'ଆମ ବ୍ୟବସ୍ଥା ଭାଙ୍ଗି ସାରିଛି...'
  • ||
  • ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

ଫ୍ରାଇଡେ ରିଲିଜରେ ଧମାଲ୍ କରିବ ଓଡ଼ିଆ ଫିଲ୍ମ ‘ଛି ରେ ନନୀ', ଭୁବନେଶ୍ୱରରେ ଗ୍ରାଣ୍ଡ୍‌ ପ୍ରିମିୟର୍‌

Published By : Manoj | August 1, 2025 9:21 AM

ଭୁବନେଶ୍ୱର,୦୧/୦୮: ଫିଲ୍ମ ଫ୍ରାଇଡେ ରିଲିଜ ପରଦାକୁ ଆସିବ ଓଡ଼ିଆ  ଚଳଚ୍ଚିତ୍ର ‘ଛି ରେ ନନୀ' । ଏଥର  ଛୋଟ ପରଦା ନୁହେଁ, ବରଂ ବଡ଼ ପରଦାରେ  ‘ଛି ରେ ନନୀ' କ୍ରେଜ୍‌ ଦେଖିବାକୁ ମିଳିବ ।  ଏକାସାଙ୍ଗରେ ରାଜ୍ୟର ୫୦ଟି ପ୍ରେକ୍ଷାଳୟରେ  ମୁକ୍ତିଲାଭ କରୁଥିବା ବେଳେ ଭୁବନେଶ୍ୱରରେ ପୂରା ୟୁନିଟ୍‌ ସହ କଳାକାରଙ୍କ ଗହଣରେ  ଗ୍ରାଣ୍ଡ୍‌ ପ୍ରିମିୟର୍‌ ଶୋ’ ହେବ । 

ବହୁଦିନ ପରେ ସଙ୍ଗୀତ ଭିତ୍ତିକ ପ୍ରେମ କାହାଣୀକୁ ନେଇ ସିଦ୍ଧାର୍ଥ ମ୍ୟୁଜିକ୍‌  ଓ ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶନାର ଫିଲ୍ମ  ଆସୁଛି । ଏଥିରେ ଗ୍ରାମ୍ୟ ବାସ୍ତବତା ଓ ହୃଦୟ ବିଦାରକ ନାଟକୀୟତାକୁ ଏକ ବଳିଷ୍ଠ  କାହାଣୀ ତଥା ସାହସିକ ଚିତ୍ରଣ ମାଧ୍ୟମରେ  ଭିନ୍ନ କରିବାର ପ୍ରୟାସ କରିଛନ୍ତି ନିର୍ଦ୍ଦେଶକ ସୁଶାନ୍ତ ମଣି । ପୂର୍ବରୁ ଏହାର ଗୀତ ଗୁଡ଼ିକ  ଯଥେଷ୍ଟ ଲୋକପ୍ରିୟ ହୋଇଥିବାରୁ ଚଳଚ୍ଚିତ୍ର  ଦେଖିବା ପାଇଁ ପ୍ରବଳ ଭିଡ଼ ହେବ ବୋଲି  ପ୍ରଯୋଜନା ସଂସ୍ଥା ଆଶା ରଖିଛି । ଦର୍ଶକଙ୍କୁ  ଅନେକ ସଫଳ ସିନେମା ଭେଟି ଦେଇଥିବା  ଅନୁଭବୀ ପ୍ରଯୋଜକ ସୀତାରାମ ଅଗ୍ରୱାଲ  ଓ ନମିତା ଅଗ୍ରୱାଲଙ୍କ ପ୍ରଯୋଜିତ ଏହି  ଚଳଚ୍ଚିତ୍ର ଏକ ନିଆରା ତଥା ନିରୀହ ପ୍ରେମ  କାହାଣୀକୁ ନେଇ ସମୃଦ୍ଧ ହୋଇଛି । ସେ ସିନେମାକୁ ନେଇ ବହୁ କିଛି ଆଶା ରଖିବା  ସହ ‘ଛିରେ ନନୀ ଛି..' ଗୀତ ଯେମିତି  ହିଟ୍‌ ହୋଇଥିଲା ସିନେମା ଆଉ ଦି’ ପାଦ  ଆଗକୁ ଯାଇ ସୁପରହିଟ୍‌ ହେବ ବୋଲି  କହିଛନ୍ତି ।

ଏଥିରେ ଦର୍ଶକ ନାୟକ ଶୈଳେନ୍ଦ୍ର  ଓ ନାୟିକା ଶିବାନୀଙ୍କୁ ପ୍ରଥମ କରି ଭିନ୍ନ  ଭୂମିକାରେ ଦେଖିବାକୁ ପାଇବେ । ଅଭିନେତା  ଦୀପନ୍ୱିତ ଦାଶମହାପାତ୍ର ମଧ୍ୟ ଦମ୍‌ଦାର୍‌  ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଅନ୍ୟାନ୍ୟ  ଭୂମିକାରେ ଚୌଧୁରୀ ଜୟପ୍ରକାଶ ଦାସ,  ଧରିତ୍ରୀ ଖଣ୍ଡୁଆଳ, ସୁମନ୍ତ ମଣି, ଭକ୍ତି ରଞ୍ଜନ  ଓ ଆଦ୍ୟାଶା ପ୍ରମୁଖ ଅଭିନୟ କରିଛନ୍ତି ।  କାର୍ଯ୍ୟନିର୍ବାହୀ ପ୍ରଯୋଜକର ଗୁରୁ ଦାୟିତ୍ୱ  ତୁଲାଇଛନ୍ତି ଯୁବ ନିର୍ମାତା ଯୋଡ଼ି ସିଦ୍ଧାର୍ଥ ଓ  ତମନ୍ନା ଅଗ୍ରୱାଲ । ସଂଳାପ ଲେଖିଛନ୍ତି ସୁଶାନ୍ତ  ମଣି ଓ ହିରେନ କୁମାର । ‘ଛିରେ ନନୀ'ର  ଗୀତିକାର ଓ ସଙ୍ଗୀତକାର ହେଉଛନ୍ତି ସ୍ୱର୍ଗତ  ସତ୍ୟ ଅଧିକାରୀ । ଡିଓପିରେ ଅଛନ୍ତି କୁହୁ  ମଲ୍ଲ । କୋରିଓଗ୍ରାଫି କରିଛନ୍ତି ସୁମନ୍ତ ମଣି ।  ରିଲିଜ୍‌ ପୂର୍ବରୁ ନାୟକ ଶୈଳେନ୍ଦ୍ର ଓ ନାୟିକା  ଶିବାନୀଙ୍କ ସହ ଅନ୍ୟମାନେ ପୁରୀ ଯାଇ  ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ କରିବା  ସହ ସଫଳତା ନେଇ ପ୍ରାର୍ଥନା କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.