ଭୁବନେଶ୍ୱର,୧୩/୦୨; ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଅସୁସ୍ଥ ଅଛନ୍ତି । ମସ୍ତିସ୍କାଘାତ ଯୋଗୁ ତାଙ୍କୁ ଗୁରୁତର ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି । ଗତକାଲି ଭୁବନେଶ୍ୱରରେ ଏକ ସାହିତ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଗୀତା ପଟ୍ଟନାୟକ । ସେଠାରେ ସେ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ତୁରନ୍ତ ରାଜଧାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ପରେ ତାଙ୍କୁ ମସ୍ତିସ୍କାଘାତ ହୋଇଥିବା ଜଣାପଡିଥିଲା । ଏବେ ସେ କଟକର ଏକ ଘରୋଇ ହସ୍ପିଟାଲରେ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି ।
ହଠାତ୍ ତାଙ୍କ ଦେହାନ୍ତ ଖବରକୁ ନେଇ ଗୁଜବ ପ୍ରସାରିତ ହୋଇଥିଲା । ଏହାକୁ ପରବର୍ତ୍ତୀ ସମୟରେ ଗୁଜବ ବୋଲି କହିଛନ୍ତି ଗୀତା ପଟ୍ଟନାୟକଙ୍କ ସ୍ୱୀମୀ ଗୋପାଳ ବତ୍ରା । ସେ କହିଛନ୍ତି, ଗୀତା ଗତକାଲି ଏକ ସାହିତ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ସେଠାରେ ସେ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ବ୍ରେନରେ ସମସ୍ୟା ରହିଛି । ତାଙ୍କର କିଛି ହୋଇନି ସେ ଚିକିତ୍ସାଧୀନ ଅଛନ୍ତି । ସମୟ ଲାଗିବ ଚିକିତ୍ସା ପାଇଁ ସେ ଠିକ୍ ଅଛନ୍ତି । ''
ଏହା ବି ପଢନ୍ତୁ...ସହରୀ ଆବାସରେ ବିଶ୍ୱସ୍ତରୀୟ ମଡେଲ୍: ଚେନ୍ନାଇ ଗସ୍ତରେ ବିଶ୍ଵ ବ୍ୟାଙ୍କ ଓ ADBର ଅଭିଜ୍ଞତା ସାଉଁଟିଲେ ଉଷା ପାଢୀ
'ଫୁର୍ କିନା ଉଡ଼ିଗଲା ବଣି', 'ନଦୀ ଫେରେ ସାଗରକୁ', 'ଭଲ ପାଇବାର', 'ଜେନା ଘର ଛେନା', 'ଏଇ ଦୁନିଆରେ କେହି ନା କେହି କାହାର ତ ଚାମଚା', 'ଭଲ ପାଇବାର', 'ହଁ ଲୋ ହଁ', 'ଏଇ ତାରାଭରା ଜହ୍ନରାତି', 'ପେଟେଣ୍ଟ ମେଡିସିନ୍' ପରି ଗୀତରେ ଗୀତାଙ୍କ ସ୍ୱର ସମସ୍ତଙ୍କୁ ମତୁଆଲା କରେ । ଚିରସବୁଜା ଗାୟିକା ଗୀତା ପଟ୍ଟନାୟକ । ଏହି ପ୍ରସିଦ୍ଧ ଗାୟିକା ୧୯୭୦ ମସିହାରୁ ଓଡ଼ିଆ ସଙ୍ଗୀତରେ ତାଙ୍କର ଅବଦାନ ପାଇଁ ଜଣାଶୁଣା । ବିଶେଷକରି ଅକ୍ଷୟ ମହାନ୍ତିଙ୍କ ସହ ତାଙ୍କର ସହଯୋଗ ଯୋଡ଼ି ଗୀତ ଦର୍ଶକଙ୍କ ମନଛୁଆଁ । 'ଏମିତି ପୁଅ କୁ ମୁ ବାହା ହୁଅ'ନ୍ତି , 'ବାହା ମୁଁ ହେବି', ଏବଂ 'ମୋ ଦେହରେ' ଭଳି ଗୀତ ବି ସ୍ୱତନ୍ତ୍ର । ତାଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି ତାଙ୍କର କୋଟି କୋଟି ଓଡ଼ିଆ ପ୍ରଶଂସକ ।