ଭୁବନେଶ୍ୱର, ୨୫/୦୩ : ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଶେଷ ହେବ । ପରୀକ୍ଷା ସରିବା ମାତ୍ରେ ଖାତା ଦେଖି ଶୀଘ୍ର ପରୀକ୍ଷା ଫଳ ପ୍ରକାଶ କରିବାକୁ ଅଣ୍ଟା ଭିଡ଼ିଛି ସିଏଚ୍ଏସ୍ଇ । ସିଏଚ୍ଏସ୍ଇର ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଆସନ୍ତା ଏପ୍ରିଲ୍ ୨ ତାରିଖରୁ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ ହେବ । ଦୁଇଟି ପର୍ଯ୍ୟାୟରେ ଖାତା ଦେଖା ହେବ । ଏପ୍ରିଲ୍ ମାସ ଶେଷ ସୁଦ୍ଧା ଖାତା ଦେଖା ଶେଷ ହେବ । ମେ’ ମାସରେ ପରୀକ୍ଷା ଫଳ ପ୍ରକାଶ ପାଇବ ।
ସିଏଚ୍ଏସ୍ଇର ସୂଚନା ଅନୁଯାୟୀ, ଯୁକ୍ତ ଦୁଇ ଖାତା ଉଭୟ ଅଫଲାଇନ ଓ ଅନଲାଇନରେ ଦେଖା ହେବ । ଆସନ୍ତା ଏପ୍ରିଲ୍ ୨ରୁ ୧୩ ତାରିଖ ଯାଏ ପ୍ରଥମ ପର୍ଯ୍ୟାୟ ଖାତା ହେବ। ଏପ୍ରିଲ୍ ୧୫ରୁ ୨୮ ତାରିଖ ଯାଏ ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ହେବ । ତେବେ ପ୍ରଥମ ପର୍ଯ୍ୟାୟ ପାଇଁ ୮ ହଜାର ଓ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୮ ହଜାର ଅଧ୍ୟାପକ ମୂଲ୍ୟାୟନ ପାଇଁ ନିୟୋଜିତ ହେବେ । ମୋଟ ୧୬ ହଜାର ଶିକ୍ଷକ ଖାତା ଦେଖା ପାଇଁ ନିୟୋଜିତ ହେବେ । ଏଥିପାଇଁ ୧୫୧ଟି ମୂଲ୍ୟାୟନ କେନ୍ଦ୍ର ପ୍ରସ୍ତୁତ କରାଯାଉଛି । ମୋଟ୍ ୨୫ ଲକ୍ଷ ଖାତା ମୂଲ୍ୟାୟନ ହେବ । ମୂଲ୍ୟାୟନ କେନ୍ଦ୍ରରେ କଡ଼ା ସୁରକ୍ଷା ରହିବ । ଖରାକୁ ଦୃଷ୍ଟିରେ ରଖି ଅଧ୍ୟାପକଙ୍କ ପାଇଁ ପାନୀୟ ଜଳଠୁ ଆରମ୍ଭ କରି ସମସ୍ତ ପ୍ରକାର ସୁବିଧା କରାଯିବ । ମେ’ ମାସରେ ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖିଛି ସିଏଚ୍ଏସ୍ଇ।
ଏହି ଖବରଟିକୁ ପଢନ୍ତୁ- ସାପ-କୁକୁର ମଧ୍ୟରେ ଘମାଘୋଟ ଲଢ଼େଇ, ୩ କୁକୁର ଓହରିଗଲେ, ଫୋନୀ ଲଢ଼ିଲା... ଜୀବନ ଦେଲା ପଛେ ହାରିଲାନି