ପ୍ରମୂଖ ଖବର
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ବିଧାନସଭା ଶୀତ ଅଧିବେଶନ, ପ୍ରଥମ ଦିନରେ ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

Published By : Prameya | November 26, 2024 7:43 AM

ଭୁବନେଶ୍ୱର,୨୬/୧୧: ମଙ୍ଗଳବାରଠୁ  ବିଧାନସଭାର ଶୀତକାଳୀନ ଅଧିବେଶନ । ଶୀତ ଅଧିବେଶନର ପ୍ରଥମ  ଦିନରେ ୨୦୨୪-୨୫ ଆର୍ଥିକ ବର୍ଷ  ପାଇଁ ପ୍ରଥମ ଅତିରିକ୍ତ ବଜେଟ୍‌ ଆଗତ ହେବ । ମୁଖ୍ୟମନ୍ତ୍ରୀ ତଥା  ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ  ଏହାକୁ ଉପସ୍ଥାପନ କରିବେ । ୩୦ଟି  କାର୍ଯ୍ୟଦିବସ ଥିବା ଏହି ଅଧିବେଶନକୁ  ସୁରୁଖୁରୁରେ ପରିଚାଳନା କରିବାକୁ  ସର୍ବଦଳୀୟ ବୈଠକରେ ବାଚସ୍ପତି  ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି । ସପ୍ତଦଶ ବିଧାନସଭାର ଏହି  ଦ୍ୱିତୀୟ ଅଧିବେଶନକୁ ଶୃଙ୍ଖଳାର  ସହ ପରିଚାଳନା କରିବାକୁ  ସୋମବାର ବାଚସ୍ପତି ସୁରମା ପାଢ଼ୀଙ୍କ  ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ  ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସ୍ୱାର୍ଥ  ସମ୍ବଳିତ ପ୍ରସଙ୍ଗରେ ଚର୍ଚ୍ଚା କରିବା ସହ  ସମସ୍ତେ ସହଯୋଗ କରିବାକୁ ବାଚସ୍ପତି  ଅନୁରୋଧ କରିଥିଲେ । 

ଏହି ଅଧିବେଶନ ଡିସେମ୍ୱର ୩୧ ପର୍ଯ୍ୟନ୍ତ ଚାଲିବ । ଡିସେମ୍ୱର ୨ରୁ ୪ତାରିଖ  ଯାଏଁ ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ । ଡିସେମ୍ୱର ୫ରେ  ବ୍ୟୟମଞ୍ଜୁରୀ ବିଲ୍‌ ଉପସ୍ଥାପିତ ହେବ । ସରକାରୀ କାର୍ଯ୍ୟ ପାଇଁ ୨୦ ଦିନ ଏବଂ  ବେସରକାରୀ ସଦସ୍ୟଙ୍କ (ବିଲ୍‌ ଏବଂ ସଂକଳ୍ପ) ପାଇଁ ୫ ଦିନ ସମୟ ସ୍ଥିର  ହୋଇଛି । ନଭେମ୍ବର ୨୬ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ସବୁ ରବିବାର ଗୃହ  କାର୍ଯ୍ୟ ବନ୍ଦ ରହିବ । ଡିସେମ୍ବର ୨୫ ବିଧାନସଭାର ବଡ଼ଦିନ ଛୁଟି ରହିବ । 

ସୋମବାର ବସିଥିବା ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିରୋଧୀ ଦଳ ମୁଖ୍ୟ  ସଚେତକ ପ୍ରମିଳା ମଲ୍ଲିକ, ଉପ ମୁଖ୍ୟ ସଚେତକ ପ୍ରତାପ ଦେବ, କଂଗ୍ରେସ ବିଧାୟକ  ଦଳ ନେତା ରାମଚନ୍ଦ୍ର କାଡ଼ାମ ପ୍ରମୁଖ ଯୋଗଦେଇଥିଲେ । ବୈଠକ ପରେ ବାଚସ୍ପତି  ଶ୍ରୀମତୀ ପାଢ଼ୀ କହିଛନ୍ତି, ସପ୍ତଦଶ ବିଧାନସଭାର ଦ୍ୱିତୀୟ ଅଧିବେଶନ ପାଇଁ  ସର୍ବଦଳୀୟ ବୈଠକରେ ବିଧାନସଭାର କାର୍ଯ୍ୟବିଧି ପରିଚାଳନା ନେଇ ଆଲୋଚନା  ହୋଇଥିଲା । ସମସ୍ତଙ୍କ ସହଯୋଗରେ ଶୃଙ୍ଖଳିତ ଭାବେ ବିଧାନସଭା ଚାଲିବ ।  

ସୂଚନାଯୋଗ୍ୟ, ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଗତ  ଜୁଲାଇ ୨୫ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୬୫ ହଜାର  କୋଟିର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଥିଲେ । ସରକାର ସଂକଳ୍ପପତ୍ର ଅନୁସାରେ  କାମ କରିବାକୁ ଚାହୁଁଥିବାରୁ ଅତିରିକ୍ତ ବଜେଟରେ ଆଉ କିଛି ପାଣ୍ଠି ବରାଦ  କରିବେ । ଏହି ଅତିରିକ୍ତ ଚିଠା ବଜେଟକୁ ମନ୍ତ୍ରୀ ପରିଷଦ ଅନୁମୋଦନ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.