ଭୁବନେଶ୍ୱର,୨୮/୧୧: ଆସନ୍ତା ୨୯ ଓ ୩୦ ତାରିଖରେ  ବିଧାନସଭାର ଗୃହ କାର୍ଯ୍ୟ ବନ୍ଦ  ରହିବ । କୌଣସି ବୈଠକ ହେବ  ନାହିଁ । ଗୃହ କାର୍ଯ୍ୟ ପରାମର୍ଶଦାତା  କମିଟିର ବୈଠକ ଅନୁସାରେ ଏଭଳି  ନିଷ୍ପତ୍ତି ନିଆଯାଇଛି ବୋଲି ବାଚସ୍ପତି  ସୁରମା ପାଢୀ ଗୃହରେ ଏହି ଘୋଷଣା କରିଛନ୍ତି । ତେବେ ଚଳିତ ମାସ ୨୯ରୁ  ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ  ସର୍ବଭାରତୀୟ ଡିଜି ସମ୍ମିଳନୀ ଅନୁଷ୍ଠିତ  ହେବ । ଏହି ଅବସରରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ  ଅମିତ ଶାହ, ଜାତୀୟ ସୁରକ୍ଷା  ପରାମର୍ଶଦାତା ଅଜିତ ଡୋଭାଲ୍‌ଙ୍କ  ସମେତ ସମସ୍ତ ରାଜ୍ୟର ପୁଲିସ  ଡିଜି ଯୋଗ ଦେବେ । ତେଣୁ ଏହି  ଅବସରରେ ଗୃହ କାର୍ଯ୍ୟ ବନ୍ଦ ରଖିବାକୁ  ପୂର୍ବରୁ ଆଲୋଚନା ହୋଇଥିଲା । ଯାହା ଆଜି ବିଧିବଦ୍ଧ ଭାବେ ଘୋଷଣା  କରାଯାଇଛି । ୧ ତାରିଖ ରବିବାର  ରହିଛି । ପୁଣି ୨ ତାରିଖ ସୋମବାରରୁ  ଗୃହ କାର୍ଯ୍ୟ ସ୍ୱାଭାବିକଭାବେ  ଚାଲିବ ବୋଲି ସୂଚନା ଦିଆଯାଇଛି ।