ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

୨୯, ୩୦ରେ ବନ୍ଦ ରହିବ ବିଧାନସଭାର ଗୃହ କାର୍ଯ୍ୟ

Published By : Prameya | November 28, 2024 2:59 PM

ଭୁବନେଶ୍ୱର,୨୮/୧୧: ଆସନ୍ତା ୨୯ ଓ ୩୦ ତାରିଖରେ  ବିଧାନସଭାର ଗୃହ କାର୍ଯ୍ୟ ବନ୍ଦ  ରହିବ । କୌଣସି ବୈଠକ ହେବ  ନାହିଁ । ଗୃହ କାର୍ଯ୍ୟ ପରାମର୍ଶଦାତା  କମିଟିର ବୈଠକ ଅନୁସାରେ ଏଭଳି  ନିଷ୍ପତ୍ତି ନିଆଯାଇଛି ବୋଲି ବାଚସ୍ପତି  ସୁରମା ପାଢୀ ଗୃହରେ ଏହି ଘୋଷଣା କରିଛନ୍ତି । ତେବେ ଚଳିତ ମାସ ୨୯ରୁ  ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ  ସର୍ବଭାରତୀୟ ଡିଜି ସମ୍ମିଳନୀ ଅନୁଷ୍ଠିତ  ହେବ । ଏହି ଅବସରରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ  ଅମିତ ଶାହ, ଜାତୀୟ ସୁରକ୍ଷା  ପରାମର୍ଶଦାତା ଅଜିତ ଡୋଭାଲ୍‌ଙ୍କ  ସମେତ ସମସ୍ତ ରାଜ୍ୟର ପୁଲିସ  ଡିଜି ଯୋଗ ଦେବେ । ତେଣୁ ଏହି  ଅବସରରେ ଗୃହ କାର୍ଯ୍ୟ ବନ୍ଦ ରଖିବାକୁ  ପୂର୍ବରୁ ଆଲୋଚନା ହୋଇଥିଲା । ଯାହା ଆଜି ବିଧିବଦ୍ଧ ଭାବେ ଘୋଷଣା  କରାଯାଇଛି । ୧ ତାରିଖ ରବିବାର  ରହିଛି । ପୁଣି ୨ ତାରିଖ ସୋମବାରରୁ  ଗୃହ କାର୍ଯ୍ୟ ସ୍ୱାଭାବିକଭାବେ  ଚାଲିବ ବୋଲି ସୂଚନା ଦିଆଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.