ଭୁବନେଶ୍ବର,୧୫/୧୨: ବିଭିନ୍ନ ଦାବିକୁ ନେଇ ଧାରଣାରେ ବସିଥିବା ନିଖିଳ ଓଡ଼ିଶା ଆୟୁଷ ଡାକ୍ତର ଛାତ୍ରଛାତ୍ରୀ ସଂଘ ଏବେ ଧାରଣାରୁ ଉଠିଛନ୍ତି। ସଂଗଠନର ସହ ସମ୍ପାଦକ ବିଶ୍ବଜିତ ରଣାଙ୍କ ଉପରେ ଲାଗିଥିବା ନିଲମ୍ବନ ଆଦେଶ ପ୍ରତ୍ୟାହାର ହୋଇଛି। କେବଳ ଏତିିକି ନୁହେଁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପାଖକୁ ପଠାଯାଇଥିବା ଧଳାକୋର୍ଟ ସେ ଆଦରର ସହିତ ଫେରାଇବା ପରେ ଆୟୁଷ ଡାକ୍ତର ଛାତ୍ରଛାତ୍ରୀମାନେ ଏହାକୁ ସାଦରେ ଗ୍ରହଣ କରିଛନ୍ତି। ଏବଂ ସମସ୍ତେ ଆଜିଠାରୁ ନିଜ ନିଜ କାର୍ଯ୍ୟ ଏବଂ ଅଧ୍ୟୟନରେ ଯୋଗ ଦେବେ ବୋଲି ଏକ ଲିଖିତ ପତ୍ର ମଧ୍ୟ ଜାରି କରିଛନ୍ତି।

କେବଳ ଏତିିକି ନୁହେଁ ହାଉସ୍ ସର୍ଜନମାନଙ୍କ ଷ୍ଟାଇଫେଣ୍ଡ ବୃଦ୍ଧି କରାଯାଇଥିବା ଯୋଗୁ ଏହାକୁ ସ୍ବାଗତ ଜଣାଇଛନ୍ତି ଛାତ୍ରଛତ୍ରୀ। କେବଳ ଏତିକି ନୁହେଁ, ସ୍ବାସ୍ଥ୍ୟମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ସମସ୍ତ ଦାବିକୁ ହୃଦୟଙ୍ଗମ କରି ସେ ଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ଆୟୁଷ ଡାକ୍ତର ଛାତ୍ରଛାତ୍ରୀମାନେ ଆଶା ରଖିଛନ୍ତି। ତେବେ ଏ ଦିଗରେ ସହଯୋଗ କରିଥିବାରୁ ସମସ୍ତେ ସ୍ବାସ୍ଥ୍ୟ ସଚିବ ଏବଂ ଆୟୁଷ ବିଭାଗର ସ୍ବାସ୍ଥ୍ୟ ନିର୍ଦ୍ଦେଶିକାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏବଂ ସରକାର ଏଭଳି ଜନହିତକର କାର୍ଯ୍ୟରେ ନିୟୋଜିତ ରହିଲେ ସମସ୍ତେ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।