ପ୍ରମୂଖ ଖବର
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

କଟକରେ ଓଡ଼ିଶା ବନ୍ଦ ପ୍ରଭାବ, ବିଭିନ୍ନ ଛକରେ ଟାୟାର ଜାଳି କଂଗ୍ରେସକର୍ମୀଙ୍କ ପ୍ରତିବାଦ

Published By : Prameya | July 17, 2025 8:59 AM

କଟକ, ୧୭/୦୭: ଏଫ୍‌ଏମ୍‌ ଛାତ୍ରୀ  ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ଘଟଣା। କଟକରେ ଓଡ଼ିଶା ବନ୍ଦ ପ୍ରଭାବ । ଗଡ଼ୁନି ବସ୍, ବନ୍ଦ ରହିଛି ଦୋକାନ ବଜାର, ପେଟ୍ରୋଲ ପମ୍ପ, ସ୍କୁଲ,କଲେଜ। ବିଭିନ୍ନ ଛକରେ କଂଗ୍ରେସ କର୍ମୀମାନେ ସକାଳୁ ସକାଳୁ ପିକେଟିଂ କରିବା ସହ ଟାୟାର ଜାଳି ପ୍ରତିବାଦ କରୁଛନ୍ତି। ସୌମ୍ୟାଶ୍ରୀଙ୍କ ନ୍ୟାୟ ଦାବି ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏଥିରେ କଟକ ନଗର କଂଗ୍ରେସ  ଓ ଜିଲ୍ଲା କଂଗ୍ରେସ ସମେତ ସିପିଆଇ,  ସିପିଏମ୍‌ ଆଦି ଦଳ ସାମିଲ୍‌ ହୋଇଛନ୍ତି ।

କଟକ ବନ୍ଦ ଡାକରାରେ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସହରରେ ୧୨ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବାଦାମବାଡ଼ି  ବସ୍‌ଷ୍ଟାଣ୍ଡ, ଏସ୍‌ସିବି ମେଡିକାଲ, ସିଟି  ହସ୍ପିଟାଲ, ଶିଶୁ ଭବନ, ହାଇକୋର୍ଟ ଓ  ଅନ୍ୟ କୋର୍ଟ ସମେତ ଏସ୍‌ଟିଏ, ଆର୍‌ଡିସିଙ୍କ କାର୍ଯ୍ୟାଳୟ ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ  ଅଫିସ୍‌ ନିକଟରେ ଅଧିକ ଫୋର୍ସ ମୁତୟନ କରାଯାଇଛି ।  ସେହିପରି ମୋବାଇଲ୍‌  ପାଟ୍ରୋଲିଂ ଟିମ୍‌ ସହ ପିସିଆର୍‌ ଆଦି କଡ଼ାକଡ଼ି ପାଟ୍ରୋଲିଂ ବ୍ୟବସ୍ଥା ରଖାଯାଇଛି । ଥାନା ଅଧିକାରୀମାନେ ନିଜ ନିଜ ଅଞ୍ଚଳରେ ବନ୍ଦ ପାଳନ ଉପରେ କଡ଼ା ନଜର ରଖିବାକୁ ଡିସିପି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.