ପ୍ରମୂଖ ଖବର
  • ସ୍ନାନ ପୂର୍ଣ୍ଣିମାରେ ପୁରୀରେ ଗଡିଲା ମୁଣ୍ଡ, ବରିଷ୍ଠ ସେବାୟତଙ୍କୁ ହତ୍ୟା
  • ||
  • ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ; ୨୦ରେ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ହେବେ ସାମିଲ୍
  • ||
  • ଜନ୍ମ ତିଥିରେ ସ୍ନାନ କରୁଛନ୍ତି ଜଗତର ମଉଡ଼ମଣି, ସନ୍ଧ୍ୟାରେ ଗଜାନନ ବେଶ
  • ||
  • ମହାପ୍ରଭୁଙ୍କ ଦିବ୍ୟସ୍ନାନ ନୀତି ଆରମ୍ଭ, ସୁବାସିତ ଜଳରେ ସ୍ନାନ କରୁଛନ୍ତି ଦାରୁଦିଅଁ
  • ||
  • ବଲାଙ୍ଗୀର : ଜୁନ୍‌ ୧୭ରେ ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ, ପ୍ରସ୍ତୁତି ସମୀକ୍ଷା କଲେ ଜିଲ୍ଲାପାଳ ଓ ମନ୍ତ୍ରୀ
  • ||
  • କଟକ : ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ସମ୍ପର୍କୀୟ ଦାଦା ଗିରଫ
  • ||
  • ଦିବ୍ୟ ଭବ୍ୟ ଦେବ ସ୍ନାନପୂର୍ଣ୍ଣିମା, ଭକ୍ତମୟ ବଡ଼ଦାଣ୍ଡ, ଜନସମୁଦ୍ର ଶ୍ରୀକ୍ଷେତ୍ର
  • ||
  • ସ୍ନାନବେଦୀରେ ସାଆନ୍ତେଙ୍କୁ ଦେଖି ଭିଜିଲା ଭକ୍ତଙ୍କ ଆଖି, ଘଣ୍ଟଘଣ୍ଟା ନାଦରେ କମ୍ପୁଛି ଚତୁର୍ଦ୍ଦିଗ
  • ||
  • ଗଞ୍ଜାମ : ଜଗନ୍ନାଥ ବିହାର ସ୍ଥିତ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର: ଜଣେ ମୃତ, ୨ ଗୁରୁତର
  • ||
  • ଘୁଞ୍ଚି ଘୁଞ୍ଚି ଯାଉଛି ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା, ଆକ୍ସିଓମ ମିଶନ୍-୪ ପୁଣି ବ୍ରେକ
  • ||
  • ପାର୍ଟ ପ୍ଲଟ୍‌ ବିକ୍ରି ବ୍ୟବସ୍ଥାରେ ସଂଶୋଧନ, ବିନା ଲେ-ଆଉଟରେ ବିକ୍ରି କରିହେବ ୫୦୦ ବର୍ଗମିଟରରୁ କମ୍‌ ଜମି
  • ||

ନୂଆ ରୂପରେ ଆସିବ ଓଡ଼ିଶା ବିଲ୍ଡିଂ ନିୟମାବଳୀ

Published By : Gurupada Nath | June 10, 2025 6:53 PM

ଭୁବନେଶ୍ବର, ୧୦/୬ :  ଏଣିକି  ସରଳୀକରଣ ହେଉ ବିଲ୍ଡିଂ ପ୍ଲାନ ଆପ୍ରୁଭାଲ । ବଦଳିବ ବିଲ୍ଡିଂ ନିୟମାବଳୀ । ଏ ନେଇ ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବିକାଶର ପ୍ରମୁଖ ଶାସନ ସଚିବ ଉଷା ପାଢୀଙ୍କୁ ପ୍ରସ୍ତାବ ଦେଇଛନ୍ତି ଓଡ଼ିଶା ସ୍ଥପତି ସଂଘ(ଇଣ୍ଡିଆନ ଇନଷ୍ଟିଚୁ୍ୟଟ ଅଫ ଆର୍କିଟେକ୍ଟସ୍‌ ଓଡ଼ିଶା ଚାପ୍ଟର । ପୂର୍ବରୁ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ପାଇଁ  ଏହି ଅର୍କିଟେକ୍ ଚପ୍ଟରଙ୍କୁ ପ୍ଲାନ୍ ଦେବାକୁ କହିଥିଲେ । ତେଣୁ ଏହି ପ୍ରସ୍ତାବ ପାଇବା ପରେ ସାଧାରଣ ଲୋକଙ୍କ ପାଇଁ ସରକାର କରିବାକୁ ଯାଉଛନ୍ତି ଏଣିକି ସରଳ ହେବ ଘରର ପ୍ଲାନ ଆପ୍ରୁଭାଲ । 

ନୂଆ ରୂପରେ ଆସିବ ଓଡ଼ିଶା ବିଲ୍ଡିଂ ନିୟମାବଳୀ । ନୂଆ ଓଡ଼ିଶା ପାଇଁ ନୂଆ ପ୍ରସ୍ତାବ ହେବ ଲୋକାଭିମୁଖୀ ଗୃହ ନିର୍ମାଣ ନିୟମାବଳୀ । ସରଳୀକରଣ ହେଉ ଆପ୍ରୁଭାଲ୍‌ ସିଷ୍ଟମ । ଆର୍କିଟେକ୍ଟ ଓଡ଼ିଶା ଚାପ୍ଟର ଅଧ୍ୟକ୍ଷା ସ୍ୱପ୍ନଦତ୍ତା ମହାନ୍ତିଙ୍କ ନେତୃତ୍ୱରେ ପ୍ରସ୍ତାବିତ ଚିଠା ଓଡ଼ିଶା ବିକାଶ ପ୍ରାଧିକରଣ ପ୍ଲାନିଂ ଓ ନିର୍ମାଣ ମାନକ ନିୟମ ୨୦୨୫ଦେଇଛନ୍ତି । କ୍ରେଡାଇ ଓଡ଼ିଶା, କ୍ରେଡାଇ ଭୁବନେଶ୍ୱର, ଆଫର୍ଡ ଏନଂ ନରେଡକୋ ଓଡ଼ିଶା ସମେତ ପ୍ରମୁଖ ଅଂଶୀଦାରଙ୍କ ସହିତ ବ୍ୟାପକ ଆଲୋଚନା ପରେ ଏହା ପ୍ରଦାନ କରାଯାଇଛି । ଚିଠା ପ୍ରସ୍ତାବ ଯେଭଳି ସମାବେଶୀ ଏବଂ ବାସ୍ତବବାଦୀ ହେବ ତାହା ସୁନିଶ୍ଚିତ କରିବାକୁ ଜନସାଧାରଣଙ୍କ ମତାମତକୁ  ମଧ୍ୟ ବିଚାରକୁ ନିଆଯାଇଛି । ଆଇନକୁ କମ୍‌ ଜଟିଳ ଏବଂ ଅଧିକ ଲୋକାଭିମୁଖୀ କରି ଗଢିତୋଳିବା ଏବଂ ପରିଶେଷରେ ସାଧାରଣ ଲୋକଙ୍କୁ ଫାଇଦା ଦେବା ଲକ୍ଷ୍ୟରେ ଉଷା ପାଢୀଙ୍କ ମାର୍ଗଦର୍ଶନରେ ଏହି ପ୍ରୟାସ ହାତକୁ ନିଆଯାଇଥିଲା । ପ୍ରସ୍ତାବିତ ନିୟମାବଳୀଗୁଡିକ ଲୋକାଭିମୁଖୀ ଏବଂ ଏହା ସାଧାରଣ ଜନତା ପ୍ଲାନିଂ ଏବଂ ବିକାଶ ପ୍ରକି୍ରୟାରେ ସମ୍ମୁଖୀନ ହେଉଥିବା ପଦ୍ଧତିଗତ ପ୍ରତିବନ୍ଧକଗୁଡିକୁ ସହଜ କରିବା ଲକ୍ଷ୍ୟରେ ପ୍ରସ୍ତୁତ କରାଯାଇଛି । ସାମ୍ପ୍ରତିକ ନିୟମଗୁଡିକ କୋଠାବାଡି ଅନୁମୋଦନ ପ୍ରକ୍ରିୟାକୁ ସୁଗମ କରିବା ଦ୍ୱାରା ଜନସାଧାରଣଙ୍କ ଗୁରୁତ୍ୱପୂର୍ଣ୍ଣ ସମସ୍ୟାଗୁଡିକର ସମାଧାନ କରିବା ନିମନ୍ତେ ପ୍ରସ୍ତୁତ କରାଯାଇଛି । ବହୁସ୍ତରୀୟ କଟକଣାଯୁକ୍ତ ନିୟମାବଳୀକୁ ନେଇ ନାଗରିକମାନଙ୍କୁ ଭାରାକ୍ରାନ୍ତ କରିବା ପରିବର୍ତ୍ତେ ଏହି ନିୟମଗୁଡିକ ସେମାନଙ୍କୁ ସରଳୀକୃତ ଏବଂ ସହଜ ପଦ୍ଧତିଗୁଡିକ ଜରିଆରେ ସଶକ୍ତ କରିବାକୁ  ଲକ୍ଷ୍ୟ ରଖିଛି । 

 କମ୍‌ ଆପଦଯୁକ୍ତ କୋଠାବାଡିଗୁଡିକର ଅନୁମୋଦନ ପଦ୍ଧତି ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲା । ଏହା ଅର୍ଥ ଆକାରରେ ୫୫୦୦ ବର୍ଗଫୁଟ ପର୍ଯ୍ୟନ୍ତ ପ୍ଲଟ ଏବଂ ତିନି ମହଲା ପର୍ଯ୍ୟନ୍ତ କୋଠାଗୁଡିକୁ ସିଙ୍ଗଲ ୱିଣ୍ଡୋ ସେବା ଜରିଆରେ ପଞ୍ଜିକୃତ ସ୍ଥପତିଙ୍କ ଦ୍ୱାରା ଅନୁମୋଦନ କରାଯାଇପାରିବ । ଦିଆଯାଇଥିବା ପ୍ରସ୍ତାବରେ ମଧ୍ୟ କୋଠାବାଡିର ପ୍ରକାର, ପ୍ଲିନ୍ଥ ଉଚ୍ଚତା, ଷ୍ଟିଲ୍‌ଟ ପାର୍କିଂ ଉଚ୍ଚତା, କୋଠାର ଉଚ୍ଚତା, ଭୂମି ବ୍ୟବହାର ଜୋନ୍‌, ପହଞ୍ଚିବାର ଉପାୟ, ସଡ଼କର ଓସାର ଏବଂ ସ୍ପଷ୍ଟତାର ଅଭାବ ରହିଥିବା ଏହିଭଳି ଅନେକ ବିଷୟର ସଂଜ୍ଞାକୁ ଯେଭଳି ଦ୍ୱିଅର୍ଥ ବୋଧକ କରାଯାଉଛି ତାହାର ଦୂର କରାଯିବା ଅନ୍ତର୍ଭୁକ୍ତ । ଆପ୍ରୁଭାଲ୍‌ର ବୈଧତା ପାଞ୍ଚବର୍ଷ ପାଇଁ ବୃଦ୍ଧି କରାଯିବା ଏବଂ ସହଜ ନବୀକରଣ ପଦ୍ଧତି କାର୍ଯ୍ୟକାରୀ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ଏହି ସମସ୍ତ ପ୍ରସ୍ତାବ ଯଦି ଗ୍ରହଣ ଓ କାର୍ଯ୍ୟକାରୀ କରାଯାଏ ତେବେ ତାହା ଓଡ଼ିଶାର ଜନସାଧାରଣଙ୍କ ନିମନ୍ତେ ଉଦାହରଣଯୋଗ୍ୟ ଆଶ୍ୱସ୍ତି ପ୍ରଦାନ କରିବ ଏବଂ ଏହା ସମସ୍ତ କାର୍ଯ୍ୟ ପରିଚାଳନା ସହଜ କରିବା ପ୍ରକ୍ରିୟାକୁ ସୁଗମ କରିବ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.