ଭୁବନେଶ୍ୱର,୧୭/୦୬ : ତିନିଦିନ ମଉଜ, ମସ୍ତିରେ ବିତିଗଲା । ରଜ ମହୋତ୍ସବରେ ବୁଲାବୁଲି, ଦୋଳିଖେଳ, ପାନଖିଆ, ପିଠା, ମିଠା ବଣ୍ଟାବଣ୍ଟି ଓ ଫିଲ୍ମ ଦେଖାରେ ସରିଲା ରଜ ପର୍ବ । ଆଜି ବସୁମାତା ସ୍ନାନ। ସକାଳୁ ସକାଳୁ ଗୃହିଣୀମାନେ ଧରିତ୍ରୀମାତାଙ୍କୁ ପୂଜା କରିଛନ୍ତି।  

ମଙ୍ଗଳବାର ଥିଲା ଶେଷ ରଜ । ଏହି ଅବସରରେ ବିଭିନ୍ନ ରଜ ମହୋତ୍ସବରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା । ରାଜ୍ୟ ସଂଗ୍ରହାଳୟରେ ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ଚାଲିଥିବା ମହୋତ୍ସବରେ ଆଜି ଯବନିକା ପଡ଼ିଛି । ପର୍ଯ୍ୟଟକମାନେ ଅପରାହ୍ଣରେ ସଂଗ୍ରହାଳୟକୁ ଆସି ଦୋଳି ଖେଳିଥିଲେ । ସେହିପରି ଓଟିଡିସି ପକ୍ଷରୁ ଆୟୋଜିତ ରଜ ମହୋତ୍ସବରେ ପାରମ୍ପରିକ ଖାଦ୍ୟ, ଲୋକକଳା ଓ ସଂସ୍କୃତିର ଝଲକ ଦେଖିବାକୁ ମିଳିଛି । "ପିଠା ଅନ୍‌ ହ୍ୱିଲ୍‌' ମାଧ୍ୟମରେ ବିଭିନ୍ନ ଦେଶୀ ପିଠାର ପସରା ଲୋକଙ୍କୁ ଆକର୍ଷିତ କରିଛି । ସହିଦନଗର, ଜାଗମରା, ବ୍ରହ୍ମେଶ୍ୱର, ସାମନ୍ତରାପୁର, ନୂଆଗାଁ, ନୂଆପଲ୍ଲୀ, ଖଣ୍ଡଗିରି ପାନ୍ଥିକା ଆଦି ସ୍ଥାନରେ ଅନୁଷ୍ଠିତ ରଜ ମହୋତ୍ସବରେ ଗହଳି ଲାଗଥିଲା । ଅପରପକ୍ଷେ, ଆଜି ବୁଧବାର ଥିବାରୁ ପୁଣିଥରେ ଆମିଷ ବଜାର ଚଳଚଞ୍ଚଳ ହୋଇଛି । ରବିବାର ଭଳି ଆଜି ବି ଭଲ ବେପାର ହେବ ବୋଲି ବେପାରୀମାନେ ଆଶା ରଖିଛନ୍ତି। 

ଆହୁରି ପଢନ୍ତୁ- Social issues : ୯୫ ବର୍ଷୀୟା ମା’କୁ ଜଙ୍ଗଲରେ ଫିଙ୍ଗିଦେଲେ, ୨ ଦିନ ପରେ ଉଦ୍ଧାର କରି ବୃଦ୍ଧାଶ୍ରମରେ ଥଇଥାନ କଲା ପୁଲିସ

Anu Garg | ନିଟ୍ ପରୀକ୍ଷାଟି କିପରି ଭଲ ଭାବରେ ହେବ ତାକୁ ନେଇ ସତର୍କତା,ଶୃଙ୍ଖଳାରେ ପରୀକ୍ଷା ହେଉ