ଭୁବନେଶ୍ଵର, ୧୧/୦୭ : ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲ ଶୁଣାଣିରେ ନୂଆ ମୋଡ଼। ଆପୋସ ସମା ପାଇଁ ଦୁଇ ରାଜ୍ୟର ସହମତି। ଓଡ଼ିଶା ସରକାରଙ୍କ ପ୍ରସ୍ତାବ ଉପରେ ମୋହର ମାରିଲା ଛତିଶଗଡ଼। ମହାନଦୀ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ବେଲା ତ୍ରିବେଦୀଙ୍କ ଅଧ୍ୟକ୍ଷତାରେ ଜଳ ବିବାଦ ମାମଲାର ଶୁଣାଣି ହୋଇଛି। ଆଜିର ଶୁଣାଣି ୮ ବର୍ଷର ଶୁଣାଣି ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୋଲି ଏଜି ପିତାମ୍ବର ଆଚାର୍ଯ୍ୟ କହିଛନ୍ତି। 

ଓଡ଼ିଶା ସହିତ ଆପୋସ ଆଲୋଚନା ଜରିଆରେ ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଆଗ୍ରହୀ ଅଛନ୍ତି ବୋଲି ଟ୍ରିବ୍ୟୁନାଲଙ୍କ ସମ୍ମୁଖରେ ଛତିଶଗଡ଼ ସରକାର ସ୍ପଷ୍ଟ କରିଛନ୍ତି। ଏହି ଆଲୋଚନା ଓ ସହମତି ଆଧାରରେ ଟ୍ରିବ୍ୟୁନାଲ ଛତିଶଗଡ଼ ଠାରୁ ଏକ ଲିଖିତ ପ୍ରତିଶ୍ରୁତି ଲୋଡ଼ିଛନ୍ତି। ଯାହାକୁ ଆଗାମୀ ଶୁଣାଣି ତାରିଖ ପୂର୍ବରୁ କୋର୍ଟରେ ଦାଖଲ କରାବାକୁ ନିର୍ଦ୍ଦେଶ ଦେଇଛନ୍ତି।  

ଜୁଲାଇ ମାସରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ପତ୍ର ବିନିମୟ ହୋଇଥିଲା। କେନ୍ଦ୍ରୀୟ ଜଳ ଆୟୋଗର ମଧ୍ୟସ୍ଥତା ଜରିଆରେ ଏହି ଜଳବଣ୍ଟନ ବିବାଦର ସମାଧାନ କରିବା ପାଇଁ ପ୍ରସ୍ତାବ ରହିଥିଲା। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଛତିଶଗଡ଼ ସରକାରଙ୍କୁ ଏହି ପ୍ରସ୍ତାବ ଦେଇଥିଲେ। ଯାହାକୁ ଛତିଶଗଡ଼ ତରଫରୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି କୁହାଯାଇଛି। ସି.ଡବ୍ଲୁ.ସିର ବୈଷୟିକ ବିଶେଷଜ୍ଞମାନଙ୍କ ଦୀର୍ଘ ଦିନର ଅଭିଜ୍ଞତାକୁ ଆଧାର କରି ଏହି ସମସ୍ୟାର ଶୀଘ୍ର ସମାଧାନ ପାଇଁ ଚେଷ୍ଟା ଜାରି ରହିଛି। ଜୁଲାଇ ୨୩ ତାରିଖରେ ଟ୍ରିବ୍ୟୁନାଲ ଏହି ମାମଲାର ପରବର୍ତ୍ତୀ ଶୁଣାଣି  କରିବେ। ମାମଲାର ସମାଧାନ ପାଇଁ ଉଭୟ ରାଜ୍ୟର ଉଦ୍ୟମ ଜାରି ରହିଛି। ନିକଟରେ ଉଭୟ ରାଜ୍ୟର ବୈଷୟିକ ଟିମ୍ ୨୧ଟି ବୈଠକ କରିଛନ୍ତି। ଏଥିରେ କେନ୍ଦ୍ର ସରକାରଙ୍କ ସହଯୋଗ ରହିଛି ବୋଲି ଏଜି ପିତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି। 

ଆହୁରି ପଢନ୍ତୁ- Rath khala Update: ତିନି ରଥରେ ଉଠିଲା କଳସ, ଲାଗିଲା ଓଲଟଶୁଆ, ହରିବୋଲ ପକାଇଲେ ଭୋଇ ସେବାୟତ

Hirakud Dam Illegal Fishing Risk | ମାଛ ପାଇଁ ବିପଦରେ ଜୀବନ ! ହୀରାକୁଦ ନିଷିଦ୍ଧାଞ୍ଚଳରେ ଚାଲିଛି ମାଛଧରା