ଭୁବନେଶ୍ବର,୨୭/୧୨ : ବଢିଲା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି । ୧ ବର୍ଷ ପାଇଁ କାର୍ଯ୍ୟକାଳ ବଢିଥିବା ସୂଚନା ମିଳିଛି । ଡିସେମ୍ବର ୩୧ ତାରିଖରେ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ସରୁଥିଲା ମାତ୍ର ଏହାକୁ ବୃଦ୍ଧି କରାଯାଇଛି । ରାଜ୍ୟରେ ବିଜେପି ସରକାର ଆସିବା ପରେ ମୁଖ୍ୟ ଶାସନ ସଚିବ ଦାୟିତ୍ବ ନେଇଥିଲେ ମନୋଜ ଆହୁଜା ।

କ୍ୟାବିନେଟ ନିଯୁକ୍ତି କମିଟି ସିଏସଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ମଞ୍ଜୁରୀ ଦେଇଛନ୍ତି । ୧୮ତମ ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି । ଆସନ୍ତା ଜାନୁଆରୀ ୮ରୁ ୧୦ ଯାଏ ପ୍ରବାସୀ ଭାରତୀୟ ସମ୍ମିଳନୀ ହେବ । ଏହା ସହିତ ଜାନୁଆରୀ ୨୮ରୁ୨୯ ଉତ୍କର୍ସ ଓଡିଶା ସମ୍ମିଳନୀ ଅନୁଷ୍ଠିତ ହେବ । ଏ ନେଇ ମୁଖ୍ୟ ଶାସନ ସଚିବ ମନୋହ ଆହୁଜାଙ୍କ କାର୍ଯ୍ୟକାଳ ଗୋଟିଏ ବର୍ଷ ପାଇଁ ବୃଦ୍ଧି କରାଯାଇଛି । ଡିସେମ୍ବର ୩୧ ତାରିଖରେ ତାଙ୍କ କାର୍ଯ୍ୟକାଳ ସରୁଥିଲା ।

୧୯୯୦ ବ୍ୟାଚ ଓଡିଶା କ୍ୟାଡେଟ୍ ଆଇଏଏସ ଅଫିସର ୨୦୨୪ ଜୁନ ୨୯ ତାରିଖରେ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ହୋଇଥିଲେ । ପୂର୍ବରୁ ଥିବା ପ୍ରଦୀପ କୁମାର ଜେନାଙ୍କ ସ୍ଥାନୟରେ ଦାୟିତ୍ବ ଗ୍ରହଣ କରିଥିଲେ ମନୋଜ ଆହୁଜା । ସେ ଓଡିଶାର ୪୬ତମ ମୁଖ୍ୟ ଶାସନ ସଚିବ ହୋଇଥିଲେ । କଳାହାଣ୍ଡି ଉପ-ଜିଲ୍ଲାପାଳ ଭାବେ ମନୋଜ ଆହୁଜା ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ଖୋର୍ଦ୍ଧା ଜିଲ୍ଲାପାଳ ରହିଥିଲେ । ଖଣି-ଇସ୍ପାତ ଏବଂ କ୍ରୀଡା ବିଭାଗର ସଚିବ ଥିଲେ । ୨୦୧୭ରେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ । କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ସଚିବ ମଧ୍ୟ ଥିଲେ ।