ନୂଆଦିଲ୍ଲୀ,୧୨/୦୭: କେନ୍ଦ୍ର  ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ  ଓରାମ୍‌, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି  ମନମୋହନ ସାମଲ, ବରିଷ୍ଠ ବିଜେପି  ନେତା ସାଂସଦ ଭର୍ତ୍ତୃହରି ମହତାବ  ଏବଂ ବୈଜୟନ୍ତ ପଣ୍ଡାଙ୍କ ସମେତ କେନ୍ଦ୍ର  ସରକାରଙ୍କ ଅନେକ ବରିଷ୍ଠ ମନ୍ତ୍ରୀ,  ବିଜେପି ନେତା ଓ କାର୍ଯ୍ୟକର୍ତ୍ତା ଶୁକ୍ରବାର  କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ତଥା  ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତା  ଦାଉଲାଲ ବୈଷ୍ଣବଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି  ଅର୍ପଣ କରିଛନ୍ତି । ରାଜଧାନୀ ଦିଲ୍ଲୀର  ଚିନ୍ମୟ ମିଶନ ହଲ୍‌ଠାରେ ଅନୁଷ୍ଠିତ ଏକ  ପ୍ରାର୍ଥନା ସଭାରେ ଅଶ୍ୱିନୀଙ୍କ ସମେତ ତାଙ୍କ  ପରିବାରର ଅନେକ ସଦସ୍ୟ ଉପସ୍ଥିତ  ଥିଲେ । 

ଅଶି୍ୱନୀ ବୈଷ୍ଣବଙ୍କ ପିତାଙ୍କ  ନିଧନ ଗତ ଜୁଲାଇ ୮ରେ ଯୋଧପୁରର ଏମ୍ସଠାରେ ହୋଇଥିଲା । ତାଙ୍କୁ ଶ୍ରଦ୍ଧାଞ୍ଜଳି  ଦେବାକୁ ଅନୁଷ୍ଠିତ ହୋଇଥିବା ପ୍ରାର୍ଥନା  ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି  ଓ ଆର୍‌ଏସ୍‌ଏସ୍‌ର ଅନେକ ଶୀର୍ଷ ନେତା,  ଦଳୀୟ କାର୍ଯ୍ୟକର୍ତ୍ତା, ପୁରୀ ବିଜେପି  ସାଂସଦ ତଥା ଦଳର ରାଷ୍ଟ୍ରୀୟ ମୁଖପାତ୍ର  ସମ୍ବିତ ପାତ୍ର, ବିଶ୍ୱ ହିନ୍ଦୁ ପରିଷଦର  ରାଷ୍ଟ୍ରୀୟ ମନ୍ତ୍ରୀ ସୁଧାଂଶୁ ପଟ୍ଟନାୟକ,  ବିଜେପି ସଂଗଠନ ସମ୍ପାଦକ ମାନସ  ମହାନ୍ତିଙ୍କ ସମେତ ଓଡ଼ିଶାର ଅନେକ  ସାଂସଦ, ରାଜ୍ୟ ବିଜେପି ଯୁବନେତା  ସନ୍ତୋଷ ମହାନ୍ତି, ଉଦୟ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ ଦୀପକ ରଥ ଏବଂ  ଭାରତ ଓ ଓଡ଼ିଶା ସରକାରଙ୍କ ଅନେକ  ବରିଷ୍ଠ ଅଧିକାରୀ ଭାଗ ନେଇଥିଲେ ।  କାର୍ଯ୍ୟକ୍ରମ ଶେଷରେ ଦିବଂଗତ ଆତ୍ମାଙ୍କ  ସଦ୍‌ଗତି ସକାଶେ ନୀରବ ପ୍ରାର୍ଥନା  କରାଯାଇଥିଲା । ବିଜେପି ସାଂସଦ ଅନନ୍ତ  ନାୟକ ପ୍ରାର୍ଥନା ସଭା ପରେ ଅଶ୍ୱିନୀଙ୍କ  ବାସଭବନକୁ ଯାଇ ତାଙ୍କୁ ସମବେଦନା  ଜଣାଇଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ  ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ସଭାପତି  ମନମୋହନ ସାମଲ ଶୁକ୍ରବାର ସକାଳେ  ଆସି ରାଜଧାନୀ ଦିଲ୍ଲୀରେ ପହଞ୍ଚିଥିଲେ