ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଦେଶରେ ସ୍ଥାପନ ହେବ ଆଉ ୧୦ ନୂଆ ଇଏସ୍‌ଆଇ ମେଡିକାଲ କଲେଜ, ୧୦ ବର୍ଷ ହେବ ଝୁଲିଛି ଓଡ଼ିଶା ପ୍ରସ୍ତାବ

Published By : Rasmita Pradhan | October 10, 2024 1:43 PM

ଭୁବନେଶ୍ୱର, ୧୦/୧୦ : ଦେଶରେ ୧୦ ନୂଆ ଏମ୍ପ୍ଲଇଜ୍‌ ଷ୍ଟେଟ୍‌ ଇନ୍‌ସ୍ୟୁରାନ୍ସ କର୍ପୋରେସନ୍‌(ଇଏସ୍‌ଆଇ) ମେଡିକାଲ କଲେଜ ସ୍ଥାପନ ହେବ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିଲେ । ହେଲେ ଓଡ଼ିଶା ଭାଗ୍ୟରେ ଇଏସ୍‌ଆଇ ମେଡିକାଲ କଲେଜ ନାହିଁ । କାରଣ ଗତ ୧୦ ବର୍ଷ ହେଲାଣି ଏହି ପ୍ରସ୍ତାବ ଅନିଶ୍ଚିତତା ଭିତରେ ରହିଛି । ରାଜ୍ୟରେ କେବେ ପ୍ରତିଷ୍ଠା ହେବ ମେଡିକାଲ କଲେଜ, ତାହାର ଉତ୍ତର ନା ରାଜ୍ୟ ଶ୍ରମ ବିଭାଗ ନା କେନ୍ଦ୍ର ଇଏସ୍‌ଆଇ କର୍ତ୍ତୃପକ୍ଷଙ୍କ ପାଖରେ ଅଛି । ରାଜ୍ୟର ୧ କୋଟି ୩୦ ଲକ୍ଷ ଇଏସ୍‌ଆଇ ଚିକିତ୍ସା ଆଶା ମଉଳିଛି । ୟୁପିଏ ସରକାର ସମୟରେ ଏ ନେଇ ନିଷ୍ପତ୍ତି ହୋଇଥିଲା । ଭୁବନେଶ୍ୱରର ଅନ୍ଧାରୁଆ ବା ରାଉରକେଲାରେ ଏହି କଲେଜ ପ୍ରତିଷ୍ଠା ନେଇ ବିବାଦ ଦେଖା ଦେଇଥିଲା । ଶେଷରେ ଏକ କେନ୍ଦ୍ରୀୟ କମିଟି ଉଭୟ ସ୍ଥାନକୁ ପରିଦର୍ଶନ କରିଥିଲେ । କମିଟି ରିପୋର୍ଟ ଏବେ ଶୀତଳଭଣ୍ଡାରରେ ପଡ଼ି ରହିଛି । 

ପଶ୍ଚିମବଙ୍ଗ, କର୍ଣ୍ଣାଟକ, ହିମାଚଳ ପ୍ରଦେଶ ଆଦି ରାଜ୍ୟରେ ଇଏସ୍‌ଆଇ ମେଡିକାଲ କଲେଜ ପ୍ରତିଷ୍ଠା ହୋଇସାରିଲାଣି । ପୁଣି ଗତକାଲି ମହାରାଷ୍ଟ୍ର, ଦିଲ୍ଳୀ, ଆସାମ, ମଧ୍ୟ ପ୍ରଦେଶ, ରାଜସ୍ଥାନ, ପଞ୍ଜାମ, ଗୁଜରାଟ, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡରେ ୧୦ ମେଡିକାଲ କଲେଜ ପ୍ରତିଷ୍ଠା ହେବ ବୋଲି ଘୋଷଣା ହୋଇଛି । ହେଲେ ଓଡ଼ିଶାରେ ଇଏସଆଇ ହସ୍ପିଟାଲ ସ୍ଥାପନା ନେଇ ଅନିଶ୍ଚିତତା ଲାଗିରହିଛି । ଅନ୍ୟପଟରେ ଓଡ଼ିଶାରେ ଇଏସ୍‌ଆଇସି ୧୨ଟି ‘ସୁପର ସ୍ପେସିଆଲିଟି’ ହସ୍ପିଟାଲ ସ୍ଥାପନ ନେଇ ଲକ୍ଷ୍ୟ ରଖିଛି । ବର୍ତ୍ତମାନ ରାଜ୍ୟରେ ୬ଟି ହସ୍ପିଟାଲ୍‌ରେ ରୋଗୀ ସେବା ମିଳୁଥିବା ବେଳେ ଆହୁରି ନୂତନ ଭାବେ ୬ଟି ସୁପର ସ୍ପେସିଆଲିଟି ହସ୍ପିଟାଲ କାର୍ଯ୍ୟକ୍ଷମ ପାଇଁ ପାଖାପାଖି ୧୦୦୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.