ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଚତୁର୍ଥ ଦିନରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ: ସନ୍ତୁଳି ହେଉଛନ୍ତି ଜନତା, ପହଞ୍ଚି ପାରୁନି ଖାଦ୍ୟ ସାମଗ୍ରୀ ବୋଝେଇ ଗାଡ଼ି

Published By : Prameya | July 11, 2025 8:42 AM

ଭୁବନେଶ୍ୱର ୧୧/୦୭: ଚତୁର୍ଥ ଦିନରେ ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ। ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼  ଆନ୍ଦୋଳନରେ ୩ ଦିନ ଧରି ଘାଣ୍ଟି ହେଉଛନ୍ତି  ଓଡ଼ିଶାବାସୀ । ରାସ୍ତାରୁ ରୋଷେଇ ଘର ସବୁଠି  କଲବଲ । ଯାତ୍ରୀବାହୀ ବସ୍‌ ସେବା ବନ୍ଦ ଯୋଗୁ ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରୁନାହାନ୍ତି ହଜାର ହଜାର ଯାତ୍ରୀ । ବହୁ ଗୁରୁତର ରୋଗୀ ହସ୍ପିଟାଲକୁ  ଯାଇ ପାରୁନାହାନ୍ତି । କର୍ମକ୍ଷେତ୍ରରେ ପହଞ୍ଚିବା  କାଠିକର ପାଠ ହେଲାଣି । ଟ୍ରେନ୍‌ରେ ଯାତ୍ରା ବେଳେ ଠେଲାପେଲା ପରିସ୍ଥିତି ଉପୁଜିଲାଣି ।  ଖାଦ୍ୟ ସାମଗ୍ରୀ ଓ ପରିବା ବୋଝେଇ ଗାଡ଼ି ପହଞ୍ଚି  ପାରୁନି। ଫଳରେ ପରିବା ଦର ବଢ଼ିଯାଉଛି ।  

ଅବଶ୍ୟ, ୪ ତୈଳ ଡିପୋରୁ ଦିନକରେ ୪ଶହ ତୈଳ ଟ୍ୟାଙ୍କର ପେଟ୍ରୋଲ ପମ୍ପକୁ ପଠାଯାଉଛି । ବାହାର ରାଜ୍ୟର ଖାଉଟି  ସାମଗ୍ରୀ ବୋଝେଇ କିଛି ଟ୍ରକ ଓଡ଼ିଶା ଭିତରକୁ ଛଡ଼ାଯାଉଛି । ପରିବା ବୋଝେଇ ଟ୍ରକ ବି ବଜାର ହାଟରେ ପହଞ୍ଚାଯାଉଛି । କିନ୍ତୁ ହାତଗଣତି  ଟ୍ରକରେ ପଠାଯାଉଥିବା ପେଟ୍ରୋଲ ଓ ଖାଉଟି  ସାମଗ୍ରୀ ରାଜ୍ୟବାସୀଙ୍କ ଚାହିଦା ମେଣ୍ଟାଇ  ପାରିବନି । ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ନ ସୁଧୁରିଲେ, ଆଗକୁ ସଙ୍କଟ ଆହୁରି ଘନେଇବ ବୋଲି ଜଳଜଳ ଦିଶିଲାଣି । 

ଅନ୍ୟପଟେ ଜିଦ୍‌ରେ ଅଟଳ ଓଡ଼ିଶା ଡ୍ରାଇଭର ମହାସଂଘ । ଡ୍ରାଇଭରମାନେ ଆନ୍ଦୋଳନ ମଇଦାନ ଛାଡ଼ିବାକୁ ନାରାଜ ।  ବରଂ ଦୁଇ ଦିନର ଶାନ୍ତିପୂର୍ଣ୍ଣ ଧାରଣା ଗତକାଲି  ସାଂଘାତିକ ରୂପ ନେଇଥିଲା । ଡ୍ରାଇଭରମାନେ  କିଛି ସ୍ଥାନରେ ଆଇନ୍‌କୁ ହାତକୁ ନେଇଥିଲେ ।  ଟିଟଲାଗଡ଼ ସଇଁତଳା ଲାଚୁଟ ଛକରେ  ୪ଟି ତେଲ ଟ୍ୟାଙ୍କରକୁ ଅଟକାଇଥିଲେ । ଏନ୍‌ଏଚ୍‌ ନଂ ୫୭ର ବଲାଙ୍ଗିର-ସୋନପୁର ଟୋଲଗେଟ୍‌ରେ ଆନ୍ଦୋଳନ ବେଳେ  ଷ୍ଟିଅରିଂ ଧରୁଥିବା ଡ୍ରାଇଭରମାନଙ୍କୁ ଆନ୍ଦୋଳନରତ ଡ୍ରାଇଭରମାନେ ପିଟିଥିଲେ ।  ବାରିପଦା ସହର ଉପକଣ୍ଠ ପାଲବଣିରେ ବସ୍‌, ଟ୍ରକ ସାମ୍ନାରେ ଧାରଣାରେ ବସିଥିଲେ । ଆଉ  କିଛି ଆନ୍ଦୋଳନକାରୀମାନେ ଟ୍ରକ, ବସ୍‌କୁ  ଅଟକାଉଛନ୍ତି । ସେମାନଙ୍କ ଗୋଡ଼ ଧରି ମୁଣ୍ଡିଆ ମାରିବା ସହ ଜୟ ଜଗନ୍ନାଥ କହିଥିଲେ।

ତେଲ ସଙ୍କଟ ଆଶଙ୍କାରେ ଗତକାଲିଠୁ ରାଜ୍ୟର ପ୍ରାୟ ସବୁ ପେଟ୍ରୋଲ ପମ୍ପରେ ଗାଡ଼ିର ଲାଇନ୍‌ ଲମ୍ବୁଛି । ଏହି ଟେନସନ ଦୂର  କରିବାକୁ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ତତ୍ପର ହୋଇଛନ୍ତି । ଉତ୍କଳ  ପେଟ୍ରୋଲିୟମ ଡିଲରର୍ସ ଆସୋସିସଏସନର କର୍ମକର୍ତ୍ତାଙ୍କ ସହ  ଆଲୋଚନା କରିଛନ୍ତି । ଏହାପରେ ପାରାଦୀପ, ଜଟଣୀ, ଝାରସୁଗୁଡ଼ା  ଓ ବାଲେଶ୍ୱର ଡିପୋରୁ ବାହାରୁଥିବା ଟ୍ୟାଙ୍କରଗୁଡ଼ିିକୁ ପୁଲିସ ଏସକର୍ଟ  କରି ପେଟ୍ରୋଲ ପମ୍ପ ଯାଏଁ ଅଣାଯାଇଥିଲା । 

ପେଟ୍ରୋଲିୟମ ଡିଲରର୍ସ  ସଂଘ ସଭାପତି ଶଶାଙ୍କ ଶେଖର ସାହୁଙ୍କ କହିବା ମୁତାବକ, ରାଜ୍ୟର  ପ୍ରାୟ ୩୧୦୦ ପମ୍ପରେ ମହଜୁଦ ଥିବା ପେଟ୍ରୋଲ, ଡିଜେଲ ଆଗାମୀ  ୨ଦିନ ନିଅଣ୍ଟ ହେବନି । କିଛି ସ୍ଥାନରେ ଆନ୍ଦୋଳନକାରୀମାନେ  ଟ୍ୟାଙ୍କରକୁ ଅଟକାଉଛନ୍ତି । ଟ୍ୟାଙ୍କର ପରିବହନକୁ ପୁଲିସ ସୁରକ୍ଷା  ଦେଉଛି । ଲୋକେ ଭୟଭୀତ ହୁଅନ୍ତୁନି । ପେଟ୍ରୋଲ ପମ୍ପରେ  ଅଯଥା ଭିଡ଼ ନ କରିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ପାରାଦୀପରେ ଥିବା ଭାରତ ପେଟ୍ରୋଲିୟମ ତୈଳ ଡିପୋରୁ  ୧୧୦ଟି ଟ୍ୟାଙ୍କର, ହିନ୍ଦୁସ୍ଥାନ ପେଟ୍ରୋଲିୟମ୍‌ରୁ ୧୦୦ଟି ଟ୍ୟାଙ୍କର  ସମେତ ପାରାଦୀପ ଓ ଜଟଣୀର ଇଣ୍ଡିଆନ ଅଏଲ ଡିପୋରୁ  ୨୦୩ଟି ତୈଳ ଟ୍ୟାଙ୍କର ବାହାରିଥିଲା । ପୁଲିସ ସୁରକ୍ଷା ବଳୟରେ  ଏହି ୪୧୩ଟି ଟ୍ୟାଙ୍କର୍‌ ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପକୁ  ପଠାଯାଇଥିଲା । 

ପାରାଦୀପରେ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ  ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦିନତମାମ ପୁଲିସର ଏସକର୍ଟ ଚାଲିଥିଲା । କଟକ, ଭୁବନେଶ୍ୱର, ନବରଙ୍ଗପୁର,  ଅନୁଗୁଳ, କୋରାପୁଟ, ଫୁଲବାଣୀ, ଟେନ୍‌ସା ଘାଟି ଆଦି  ଅଞ୍ଚଳକୁ ଏସବୁ ତେଲ ଟ୍ୟାଙ୍କର ପଠାଯାଇଛି । ଦଶଚକିଆ ତେଲ  ଟ୍ୟାଙ୍କର୍‌ରେ ୨୦ ହଜାର ଲିଟର, ୬ ଚକିଆରେ ୧୨ ହଜାର ଲିଟର,  ୬ ଚକିଆ ନୂଆ ମଡେଲରେ ୧୪ ହଜାର ଲିଟର, ୧୨ ଚକିଆ  ତେଲ ଟ୍ୟାଙ୍କର୍‌ରେ ୨୯ ହଜାର ଲିଟର ତେଲ ଭର୍ତ୍ତି ହେଉଛି ।  

ଅନ୍ୟପଟେ ଡ୍ରାଇଭର ମହାସଂଘର ଲଗାତାର ୩ ଦିନ  ଧରି ଧାରଣାକୁ ଅନେକ ଡ୍ରାଇଭର ବିରୋଧ କରିବା ଆରମ୍ଭ  କଲେଣି । ୩୫ଟି ଡ୍ରାଇଭର ସଂଘରୁ ପ୍ରାୟ ୧୦ରୁ ଅଧିକ  ଡ୍ରାଇଭର ଏହି ଷ୍ଟିଅରିଂ ଛାଡ଼କୁ ବିରୋଧ କରୁଛନ୍ତି । ସେମାନେ  ବସ୍‌ ଚଳାଉଛନ୍ତି । ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସମ୍ପାଦକ  ଦେବେନ୍ଦ୍ର ସାହୁଙ୍କ କହିବା ମୁତାବକ, ଯେଉଁ ଡ୍ରାଇଭରମାନେ  ଗାଡ଼ି ଚଳାଇବାକୁ ରାଜି ହେଉଛନ୍ତି, ସେମାନଙ୍କୁ ମାଲିକମାନେ  ବସ୍‌ ଦେଉଛନ୍ତି । ଗୁରୁବାର ସନ୍ଧ୍ୟାରେ ୫୦ରୁ ଅଧିକ ନାଇଟ୍‌ କୋଚ  ବସ୍‌ ବରମୁଣ୍ଡା ବସ୍‌ ଟର୍ମିନାଲ ଛାଡି଼ଛି । ଏସବୁ ବସ୍‌ ବାରିପଦା,  ବାଲେଶ୍ୱର, କୋଲକାତା, ଟାଟା, ରାଉରକେଲା, ସମ୍ବଲପୁରକୁ  ଗଡି଼ଛି । ଆଗକୁ ସ୍ଥିତି ଆହୁରି ସୁଧୁରିବ ବୋଲି ଆଶା ଅଛି । 

ଭିଡିଓ ଜାରି କଲେ ଡ୍ରାଇଭର ସଂଘ ସଭାପତି, କଂଗ୍ରେସ କର୍ମୀଙ୍କ ଗାଡ଼ି ଅଟକିବନି

ପିସିସି ସଭାପତି ଭକ୍ତଚରଣ ଦାସଙ୍କ ଅନୁରୋଧ ରକ୍ଷା କରିଛନ୍ତି  ଧର୍ମଘଟ ଚଳାଇଛନ୍ତି ଡ୍ରାଇଭର ମହାସଂଘ । ସଂଘର ସଭାପତି  ପ୍ରଶାନ୍ତ ମେଣ୍ଡୁଲି ଭିଡିଓ ଜାରି କହିଛନ୍ତି, କଂଗ୍ରେସ ନେତା ରାହୁଲ  ଗାନ୍ଧିଙ୍କ ସଭାକୁ ଯାଉଥିବା ଗାଡ଼ିମୋଟରକୁ କେହି ଅଟକାଇବେ  ନାହିଁ । ଏ ନେଇ ସେ ଆନ୍ଦୋଳନରତ ଡ୍ରାଇଭରମାନଙ୍କୁ  ଅନୁରୋଧ କରିଛନ୍ତି । ଏହାସହ କଂଗ୍ରେସ କର୍ମୀଙ୍କୁ ନେଇ  ଆସୁଥିବା ଗାଡ଼ିର ଡ୍ରାଇଭରମାନେ କୌଣସି ପ୍ରକାର ଭୟଭୀତ  ନ ହେବାକୁ କହିଛନ୍ତି । କୌଣସି ସ୍ଥାନରେ ଆନ୍ଦୋଳନରତ  ଡ୍ରାଇଭରମାନେ କଂଗ୍ରେସ କର୍ମୀଙ୍କୁ ହଇରାଣ କରିବେ ନାହିଁ  ବୋଲି ଶ୍ରୀ ମେଣ୍ଡୁଲି ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, କଂଗ୍ରେସ  ଦଳ ଡ୍ରାଇଭରମାନଙ୍କ ଦାବି ଓ ଆନ୍ଦୋଳନକୁ ପୂର୍ବରୁ ସମର୍ଥନ ଜଣାଇଛି । ଯେହେତୁ କଂଗ୍ରେସର ନେତା ଆସୁଛନ୍ତି, ତାଙ୍କ  ସଂଗଠନର ଲୋକେ ସେଥିରେ ସାମିଲ ହେବେ । ଏଭଳି  କାର୍ଯ୍ୟକ୍ରମକୁ ଆମେ କେବେ ବିରୋଧ କରିବୁ ନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.