ପ୍ରମୂଖ ଖବର
  • କଟକ ରେଳ ଷ୍ଟେସନରେ ଅଘଟଣ : ଭୁଶୁଡିଲା ନିର୍ମାଣାଧୀନ ସେଡ୍
  • ||
  • ଶ୍ରୀମନ୍ଦିରରେ ପୁଣି ପଶିଲା ହିଡେନ୍ କ୍ୟାମେରା, ଭିଡିଓ କରିବା ବେଳେ ଧରା ପଡ଼ିଲେ ଯୁବକ
  • ||
  • ଭୁବନେଶ୍ୱର : ଷଣ୍ଢକୁ ଧକ୍କା ଦେଲା ବାଇକ୍‌, ଦୁର୍ଘଟଣାରେ ଚାଲିଗଲା ଅନ୍ତର୍ଜାତୀୟ ବଡି ବିଲ୍ଡରଙ୍କ ଜୀବନ
  • ||
  • IPLରୁ କ୍ରିକେଟର୍‌ ରବିଚନ୍ଦ୍ରନ୍ ଅଶ୍ବିନ୍‌ଙ୍କ ଅବସର ଘୋଷଣା
  • ||
  • ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ଜନଜୀବନ ଅସ୍ତବ୍ୟସ୍ତ
  • ||
  • ଅଗ୍ରପୂଜ୍ୟ ଗଜାନନଙ୍କ ଆବାହନ : ଚଳଚଞ୍ଚଳ ପୁରପଲ୍ଲୀ, ରାଜଧାନୀରେ ୩୪୦ରେ ମଣ୍ଡପରେ ବିନାୟକଙ୍କ ପୂଜା
  • ||
  • ଫୁଲୁଛି ସୁବର୍ଣ୍ଣରେଖା ନଦୀ; ବଢୁଛି ଦୁର୍ଦ୍ଦଶା, ସ୍ଥିତି ସମୀକ୍ଷା କଲେ ରାଜ୍ୟପାଳ
  • ||
  • ବୈଷ୍ଣୋଦେବୀରେ ଭୂସ୍ଖଳନ; ୩୧ ଛୁଇଁଲା ମୃତ୍ୟୁସଂଖ୍ୟା, ଉଦ୍ଧାର ଅଭିଯାନ ଜାରି
  • ||
  • ଭାରତ ଉପରେ ଆଜିଠୁ ଫୁଟିବ ୫୦% ଟ୍ରମ୍ପଙ୍କ ଟାରିଫ୍ ବୋମା, ସଂଙ୍କଟରେ ୫ଲକ୍ଷ କୋଟିର ରତ୍ପାନୀ
  • ||

ନବୀନ ନିବାସରେ ରାଜ୍ୟପାଳ; ବିରୋଧୀ ଦଳ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ

Published By : Manoj | August 25, 2025 1:35 PM

ଭୁବନେଶ୍ଵର, ୨୫/୦୮ : ନବୀନ ନିବାସରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଲେ ଗଭର୍ଣ୍ଣର । ବିଜେଡି ସୁପ୍ରିମୋଙ୍କୁ ସହ ୧୫ ମିନିଟ୍ ଧରି ଆଲୋଚନା କରିଥିଲେ। ଏଥି ସହିତ ଉପହାର ସ୍ବରୂପ ଫଳ ଏବଂ ପୁଷ୍ପଗୁଚ୍ଛ ଦେଇଥିଲେ ।

ଗତ ରବିବାର ସନ୍ଧ୍ୟାରେ ନବୀନ ଡିହାଇଡ୍ରେସନ୍‌ ଯୋଗୁଁ ଅସୁସ୍ଥ ହୋଇ ସମ୍‌ ଅଲ୍ଟିମେଟ୍ ମେଡିକେୟାରରେ ଭର୍ତ୍ତି ହୋଇଥିଲେ । ସୁସ୍ଥ ହେବା ପରେ ବୁଧବାର ସନ୍ଧ୍ୟାରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। ଶନିବାର ମୁଖ୍ୟମନ୍ତ୍ରୀ ମୋହନ ମଝୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।

ନବୀନ ପଟ୍ଟନାୟକ ସୁସ୍ଥ ହୋଇ ଘରକୁ ଫେରିବା ପରେ ନିୟମିତ ଭାବେ ତାଙ୍କୁ ଭେଟିବାକୁ ନେତା ଓ ଶୁଭେଚ୍ଛୁ ନବୀନ ନିବାସ ଆସୁଛନ୍ତି । ଶୁକ୍ରବାର ବଡ଼ ଭାଇ ପ୍ରେମ୍ ପଟ୍ଟନାୟକ ଓ ତାଙ୍କ ପତ୍ନୀ ନବୀନ ନିବାସରେ ପହଞ୍ଚିଥିଲେ। ନବୀନଙ୍କ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଏହି ସମୟରେ ଭି.କେ. ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ। ବିଜେଡିର ବହୁ ବରିଷ୍ଠ ନେତା ମଧ୍ୟ ନବୀନ ନିବାସରେ ପହଞ୍ଚିଥିଲେ। ବରିଷ୍ଠ ନେତା ଦେବୀ ମିଶ୍ର, ଗଣେଶ୍ୱର ବେହେରା, ନିରଞ୍ଜନ ପୂଜାରୀ, ରଜନୀକାନ୍ତ ସିଂ, ମନ୍ମଥ ରାଉତରାୟ ପ୍ରମୁଖ ନବୀନଙ୍କୁ ସାକ୍ଷାତ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଥିଲେ। ସେହିଭଳି ରବିବାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ସାଂସଦ ସୁଲତା ଦେଓ, ନିରଞ୍ଜନ ବିଶି । ସେମାନେ ନବୀନଙ୍କ ସହ ଆଲୋଚନା କରିଥିଲେ । ସେମାନେ କହିଛନ୍ତି, ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ରାଜନୀତି କରିବା ଠିକ୍‌ ନୁହେଁ । ଉପରାଷ୍ଟ୍ରପତି ନିର୍ବାଚନରେ ଦଳର ସୁପ୍ରିମୋଙ୍କ ନିର୍ଦ୍ଦେଶରେ ହିଁ କାମ କରିବୁ ବୋଲି ଉଭୟ ଗଣମାଧ୍ୟମକୁ କହିଛନ୍ତି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.