ଭୁବନେଶ୍ୱର,୧୮/୧୦:  ରାଜ୍ୟରେ ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି  ଅନୁସାରେ ୧୧୮ଜଣ ଓଏଏସ୍‌ଙ୍କର  ବଦଳି ହୋଇଛି । ଏଥିରେ ପ୍ରାୟ ୭୦ରୁ  ଅଧିକ ତହସିଲଦାର ବଦଳିଛନ୍ତି । 

କାଶୀପୁର, କୃଷ୍ଣପ୍ରସାଦ,  ନରସିଂହପୁର, ଓଡ଼ପଡ଼ା, ରଣପୁର, ନର୍ଲା,  ଚିକିଟି, ପୁରୁଷୋତ୍ତମପୁର, ବ୍ରହ୍ମଗିରି, ମୋରଡ଼ା, ଚକାପାଦ, ମହାକାଳପଡ଼ା,  ସୁକିନ୍ଦା, ବରଗଡ଼, କାଶୀନଗର,  ଚିଲିକା, ମୋହନା, ବିଶୋଇ, କୁଚିଣ୍ଡା,  ଆଠମଲ୍ଲିକ, ଚାନ୍ଦବାଲି, ବିଜାତଳା,  ଖଣ୍ଡପଡ଼ା, ନାରାୟଣପାଟଣା, ଆସିକା,  ଫୁଲବାଣୀ, ଚମ୍ପୁଆ, ସାରସକଣା,  ଖଲ୍ଲିକୋଟ, ସବ୍‌ଡେଗା, ଗଞ୍ଜାମ,  ଭେଡେନ, ପୁଇଁତଳା, ବାଙ୍ଗିରିପୋଷୀ,  ଅମ୍ବାଭୋନା, କେ.ନୂଆଗାଁ, ଭଟଲି,  ସୋନପୁର, ଟାଙ୍ଗରପାଲି, ଅତାବିରା,  ମାନେଶ୍ୱର, ରାମନାଗୁଡ଼ା, ନନ୍ଦାହାଣ୍ଡି,  ସତ୍ୟବାଦୀ, ଅନୁଗୁଳ, କପ୍ତିପଦା,  କଣାସ, କୁଜଙ୍ଗ, ଭୋଗରାଇ, ଖୁଣ୍ଟା,  ନୀଳଗିରି, କୁଳିଅଣା, କୁଡୁମୁଲୁଗୁମ୍ମା,  ମାଲକାନଗିରି, ପଦ୍ମପୁର, ପୋଲସରା,  ନୂଆଗାଁ, ଗରଦପୁର, ରାୟଗଡ଼ା,  ବୋଲଗଡ଼, ଲଖନପୁର, ବାରକୋଟ,  ହାଟଡିହି, ବରୀ, ଭୁବନେଶ୍ୱର,  ବାଲିଆପାଳ, ଲାଠିକଟା ଓ ତୁଷୁରା  ପ୍ରମୁଖ ତହସିଲରେ ତହସିଲଦାର  ବଦଳିଛନ୍ତି । ତେଲକୋଇ, ମାହାଙ୍ଗା,  ତିଳେଇବଣି, ଅମ୍ବାଭୋନା ପ୍ରମୁଖ ବିଡିଓ  ବଦଳି ହୋଇଛନ୍ତି । ଏହାବାଦ୍‌ ବିଭିନ୍ନ  ସ୍ଥାନରେ ଡେପୁଟି କଲେକ୍ଟର, ଅତିରିକ୍ତ  ତହସିଲଦାରଙ୍କ ବଦଳି ହୋଇଛି ।