ଭୁବନେଶ୍ୱର,୨୧/୦୮: ଓଡ଼ିଶାରେ ମୁକ୍ତିଲାଭ କରିଥିବା ୫ଟି ସିନେମାର କର ଫେରସ୍ତ ହେବାକୁ ନିଷ୍ପତ୍ତି ହୋଇଛି । ୩ ହିନ୍ଦୀ  ସିନେମା ସମେତ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ଓ  ‘ଡେଲିଭରୀ ବଏ’ ସିନେମାକୁ ମିଳିବ ପ୍ରତିପୂରଣ  ରାଶି । ସିଟି/ଜିଏସ୍‌ଟି ଟ୍ୟାକ୍ସ ଯାହା ଆଦାୟ ହୋଇଛି ତାହା ପ୍ରଦାନ କରାଯିବ । ଏନେଇ ସିଟି/ ଜିଏସ୍‌ଟି କମିଶନରେଟ୍‌ ଓ ଅର୍ଥ ବିଭାଗ, ଓଡ଼ିଶା  ନିର୍ଦ୍ଦେଶ ଦେଇଛନ୍ତି ।

୫ଟି ସିନେମା ମଧ୍ୟରେ ଓଡ଼ିଆ ଭାଷାର  ‘ଦମନ’ ଓ ‘ଡେଲିଭରୀ ବଏ’ ସାଙ୍ଗକୁ  ଓଡ଼ିଶାରେ ସୁଟିଂ ହୋଇଥିବା ଏବଂ ମୁକ୍ତିଲାଭ  କରିଥିବା ହିନ୍ଦୀ ଚଳଚ୍ଚିତ୍ର ‘ଜ୍ୱିଗାଟୋ’, ଟୁଏଲେଥ୍‌  ଫେଲ୍‌ ଏବଂ ‘ସାବରମତ ରିପୋର୍ଟ’କୁ ଫେରସ୍ତ  ମିଳିବ ଟିକସ୍‌ ଟଙ୍କା ବୋଲି ଗତ ୧୩ ତାରିଖରେ ଚିଠି ହୋଇଥିଲା।