ଭୁବନେଶ୍ୱର,୨୮/୧୦: ବିଭିନ୍ନ ଜିଲ୍ଲାର  ୪୪ଟି ବ୍ଲକରେ କାର୍ଯ୍ୟରତ ବ୍ଲକ ଉନ୍ନୟନ  ଅଧିକାରୀ (ବିଡିଓ)ଙ୍କୁ ଅନ୍ୟ ବ୍ଲକକୁ  ବଦଳି କରାଯାଇଛି। ଏ ନେଇ ପଞ୍ଚାୟତିରାଜ ଓ ପାନୀୟ  ଜଳ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।  ଏହାବାଦ୍‌ ପଞ୍ଚାୟତିରାଜ ବିଭାଗ ଅଧୀନରେ କାର୍ଯ୍ୟ  କରୁଥିବା ୨୩ ଜଣ ବିଡିଓଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ  ପରିଚାଳନା ବିଭାଗକୁ ଫେରାଇ ଅଣାଯାଇଛି ।  ସମସ୍ତଙ୍କୁ ଆସନ୍ତା ୨୯ ତାରିଖ ମଧ୍ୟରେ କାର୍ଯ୍ୟରେ  ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସଂପୃକ୍ତ  ଜିଲ୍ଲାର ଜିଲ୍ଲାପାଳମାନେ ଏ ଦିଗରେ ଦୃଷ୍ଟି ଦେବାକୁ  ବିଭାଗ ପକ୍ଷରୁ କୁହାଯାଇଛି ।